Advertisment

XE ଭାରିଏଣ୍ଟ୍ ଆକ୍ରାନ୍ତ ଚିହ୍ନଟ ନେଇ ଦ୍ୱନ୍ଦ୍ୱ

ମୁମ୍ବାଇରେ ଭାରତର ପ୍ରଥମ XE ଭାରିଏଣ୍ଟ୍ ଆକ୍ରାନ୍ତ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ମୁମ୍ବାଇ ମ୍ୟୁନିସ୍‌ପାଲ୍‌ କର୍ପୋରେସନ୍‌ ପକ୍ଷରୁ ଆକ୍ରାନ୍ତ ଚିହ୍ନଟ ନେଇ ସୂଚନା ଦିଆଯାଇଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କିନ୍ତୁ ଏହାକୁ ଅସ୍ୱୀକାର କରିଛି।

Confusion over XE variant detection

Confusion over XE variant detection

Advertisment

ମୁମ୍ବାଇରେ ଭାରତର ପ୍ରଥମ XE ଭାରିଏଣ୍ଟ୍ ଆକ୍ରାନ୍ତ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ମୁମ୍ବାଇ ମ୍ୟୁନିସ୍‌ପାଲ୍‌ କର୍ପୋରେସନ୍‌ ପକ୍ଷରୁ ଆକ୍ରାନ୍ତ ଚିହ୍ନଟ ନେଇ ସୂଚନା ଦିଆଯାଇଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କିନ୍ତୁ ଏହାକୁ ଅସ୍ୱୀକାର କରିଛି। ଜିନମ୍ ସିକ୍ୟୁଏନ୍ସିଂରୁ ସେଭଳି ପ୍ରମାଣ ନଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂତ୍ରରୁ ସୂଚନା ମିଳିଛି।

Advertisment

ଆଜି ଭାରତରେ କରୋନାର ନୂଆ ଭାରିଏଣ୍ଟ-XE ଚିହ୍ନଟ ନେଇ ଖବର ମିଳିଥିଲା। ମୁମ୍ବାଇର ଜଣେ ୫୦ ବର୍ଷିୟ ମହିଳା ଓମିକ୍ରନ୍‌ର ଏହି ସବ୍ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେ ଜଣେ କଷ୍ଟ୍ୟୁମ୍ ଡିଜାଇନର୍ ଏବଂ ଫେବ୍ରୁଆରୀ ୧୦ ତାରିଖରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ସେତେବେଳେ ତାଙ୍କର ରିପୋର୍ଟ ନେଗେଟିଭ ଥିଲା। ମାର୍ଚ୍ଚ ୨ ତାରିଖରେ ପରୀକ୍ଷା ବେଳେ ସେ କୋଭିଡ୍‌ରେ ଆକ୍ରାନ୍ତ ଥିବା ଜଣାପଡିଥିଲା ଏବଂ ଜିନୋମ୍‌ ସିକ୍ୱେନସିଂରେ ତାଙ୍କଠାରେ ଓମିକ୍ରନ୍‌ର XE ଭାରିଏଣ୍ଟ୍ ଚିହ୍ନଟ ହୋଇଛ।

ତେବେ ସେ ଲକ୍ଷଣ ବୀହିନ ଥିଲେ ଏବଂ ବର୍ତ୍ତମାନ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ସେ ଟୀକାର ଦୁଇଟି ଡୋଜ୍ ନେଇସାରିଥିବା ବେଳେ କୌଣସି ଗୁରୁତର ରୋଗରେ ଆକ୍ରାନ୍ତ ନ ଥିବାରୁ ବିପଦ ନ ଥିବା ଡାକ୍ତର କହିଛନ୍ତି।

Advertisment

ବର୍ତ୍ତମାନ ସବୁଠାରୁ ଅଧିକ ସଂକ୍ରାମକ କୁହାଯାଉଥିବା ଓମିକ୍ରନ୍‌ର BA-2 ଭାରିଏଣ୍ଟ ଠାରୁ XE- ଭାରିଏଣ୍ଟ୍ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛ। ଜାନୁଆରୀ ୧୯ ତାରିଖରେ ଏହା ପ୍ରଥମେ ବ୍ରିଟେନ୍‌ରେ ଦେଖାଦେଇଥିଲା। ଥାଇଲାଣ୍ଡ ଏବଂ ନ୍ୟୁଜିଲାଣ୍ଡ୍‌ରେ ମଧ୍ୟ ଏହି ଭାରିଏଣ୍ଟରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ଏହା ରୋଗୀକୁ ଅଧିକ ଗୁରୁତର କରୁ ନଥିବା ବିଶେଷଜ୍ଞ କହିଛନ୍ତି। XE ଭାରିଏଣ୍ଟ୍‌ରେ ଆକ୍ରାନ୍ତ ରୋଗୀଙ୍କ ଠାରେ ଜ୍ୱର, ଗଳା ଦରଜ, ଥଣ୍ଡା, କଫ ଏବଂ ଗ୍ୟାଷ୍ଟ୍ରିକ୍ ଲକ୍ଷଣ ଦେଖାଦେଇଥାଏ।

Advertisment
National News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ