Advertisment

ସରକାର ଦେଇଥିବା ଉପହାର ଦେଖି ନବଦମ୍ପତି କାବା ! ମେକଅପ୍‌ କିଟ୍‌ରୁ ବାହାରିଲା କଣ୍ଡୋମ୍‌ ଓ ଗର୍ଭନିରୋଧକ ବଟିକା

ବିବାହ ଉପହାର ଦେଖି ନବଦମ୍ପତି କାବା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ସରକାର ଏ କି ପ୍ରକାର ଉପହାର ଦେଲେ . . ?

ଅଦ୍ୟତନ ହୋଇଛି
Wedding Kit

Wedding Kit

Advertisment

ପୁଣି ବିବାଦରେ ଶିବରାଜ ସିଂହ ଚୌହ୍ୱାନ ସରକାର । ପୂର୍ବରୁ ଗଣ ବିବାହ କାର୍ଯ୍ୟକ୍ରମରେ ଯୁବତୀଙ୍କ ଗର୍ଭପରୀକ୍ଷା କରାଇବା ପରେ ମଧ୍ୟପ୍ରଦେଶ ରାଜନୀତିରେ ଚହଳ ସୃଷ୍ଟି ହୋଇଥିଲା । ଆଉ ଏବେ ଏପରି ଏକ ଘଟଣାର ପୁନରାବୃତ୍ତି ହୋଇଛି । ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲା ଭାଞ୍ଜଲାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୨୯୬ ଯୋଡ଼ିଙ୍କ ସାମୂହିକ ବିବାହ ହୋଇଥିବା ବେଳେ ତାଙ୍କୁ ଦିଆଯାଇଥିବା ଉପହାରକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

Advertisment

ସାମୂହିକ ବିବାହ କ‌ାର୍ଯ୍ୟକ୍ରମରେ ମେକଅପ ବକ୍ସରେ କନ୍ୟାମାନଙ୍କୁ ଉପହାର ସ୍ୱରୂପ (Wedding Kit) ଗର୍ଭନିରୋଧକ ବଟିକା ସହିତ କଣ୍ଡୋମ ପ୍ୟାକେଟ ବଣ୍ଟା ଯାଇଛି । ତେବେ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନାରେ ନବ ବିବାହିତଙ୍କୁ ଏଭଳି ସାମଗ୍ରୀ ବଣ୍ଟାଯିବା ଘଟଣା ପ୍ରଥମ ଥର ଘଟିଛି । ଏହା ପୂର୍ବରୁ ଏମିତି ଘଟଣା କେବେ ଘଟି ନଥିଲା । ବିବାଦ ଆରମ୍ଭ ହେବା ପରେ କନ୍ୟାଙ୍କ ମେକଅପ ବକ୍ସରେ ଏପରି ସାମଗ୍ରୀ କିଏ ରଖିଥିଲା ତଥା କାହା ନିର୍ଦ୍ଦେଶରେ ରଖାଯାଇଥିଲା ବୋଲି ପ୍ରଶ୍ନ ଉଠିଥିଲା ।

ସାମୂହିକ କନ୍ୟାଦାନ ଯୋଜନାରେ ବିବାହ କରିଥିବା ସମସ୍ତ କନ୍ୟାଙ୍କୁ ଏହି ମେକଅପ କିଟ ପ୍ରଦାନ କରାଯାଇଛି । ତେବେ ଏସବୁ କ‌ାମ ସ୍ୱାସ୍ଥ୍ୟ ବିଭାଗର ବୋଲି ଜଣେ ଅଧିକାରୀ ସଫେଇ ଦେଇଛନ୍ତି । ଗର୍ଭନିରୋଧକ ବଟିକା ସହିତ କଣ୍ଡୋମ ବଣ୍ଟନ ନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ନିର୍ଦ୍ଦେଶ ଦିଆଯାଇ ନଥିଲା । ପରିବାର ନିୟୋଜନ ସଚେତନତା କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟ ବିଭାଗ ଏପରି କରିଥିବା କୁହାଯାଉଛି ।

Advertisment

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ରାଜ୍ୟ ସରକାର ୪୯ ହଜାର ଟଙ୍କା ସହଯୋଗ ରାଶି ଦମ୍ପତିଙ୍କୁ ଦେଇଥାନ୍ତି। ଏହାବ୍ୟତୀତ ବିବାହରେ ଖାଦ୍ୟ, ଟେଣ୍ଟ୍, ପାଣି ଆଦି ବାବଦକୁ ୬,୦୦୦ ଟଙ୍କା ପ୍ରଦାନ କରାଯାଇଥାଏ ।

ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ମହିଳାମାନଙ୍କ ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇବା ପାଇଁ ମଧ୍ୟପ୍ରଦେଶ ସରକାର ଏପ୍ରିଲ ୨୦୦୬ରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅନୁଯାୟୀ ସରକାର କନ୍ୟାର ପରିବାରକୁ ୫୫,୦୦୦ ଟଙ୍କା ପ୍ରଦାନ କରନ୍ତି।

Advertisment

ଏହାପୂର୍ବରୁ ଏପ୍ରିଲ ମାସରେ ଡିଣ୍ଡୋରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ (mass marriage) ଯୋଜନା (Mukhyamantri Kanya Vivah Yojana) ଅଧିନରେ ହେଉଥିବା ବିବାହରେ ମେଡିକାଲ ଚେକ୍‌ ଅପ୍‌ ନାଁରେ ଗର୍ଭ ପରୀକ୍ଷା କରାଯାଇଥିଲା । ଆଉ ଏହି ଘଟଣାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ସ୍ଥାନୀୟ କଂଗ୍ରେସ ବିଧାୟକ ଏହାକୁ ବିରୋଧ କରିଥିଲେ ।

Madhya Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ