Advertisment

ଚିନ୍ତା ବଢ଼ାଉଛି ଓମିକ୍ରନ୍‌, ୨ ମାସ ଭିତରେ ଭୟଙ୍କର ହୋଇପାରେ ସ୍ଥିତି

୨ରୁ ୩ ସପ୍ତାହ ଧରି  ବିଶ୍ୱରେ ୧୦୦୦ରୁ ଅଧିକ ହାରରେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେଣୁ ୨ ମାସ ଭିତରେ ୧୦ ଲକ୍ଷରୁ ଅଧିକ ଓମିକ୍ରନ ସଂକ୍ରମିତ ହୋଇପାରନ୍ତି ବୋଲି କେରଳର କୋଭିଡ୍ ଏକ୍ସପର୍ଟ କମିଟି ସଦସ୍ୟ କହିଛନ୍ତି।

Omicron Cases In India

Omicron Cases In India

Advertisment

ମୁମ୍ବାଇ: ଓମିକ୍ରନ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୁମ୍ବାଇରେ କଟକଣା ଜାରି କରାଯାଇଛି। ବିଦେଶରୁ ଆସୁଥିବା ଯାତ୍ରୀ ବିଶେଷ କରି ଦୁବାଇ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ୭ ଦିନର ହୋମ୍ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି। ମହାରାଷ୍ଟ୍ରରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିବା ପରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

Advertisment

ସେପଟେ ୪ଟି ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଆରମ୍ଭ ହୋଇଛି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ହରିୟାଣାରେ ନାଇଟ୍ କର୍ଫ୍ୟୁ ଘୋଷଣା ହୋଇଛି। ଦେଶରେ ମୋଟ୍ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୪୧୫ରେ ପହଞ୍ଚି ଥିବାବେଳେ ରାଜ୍ୟ ଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଖ୍ରୀଷ୍ଟମାସ୍‌ ଓ ନୂଆବର୍ଷ ପାଳନକୁ ଦୃଷ୍ଟିରେ ରଖି ନାଇଟ୍ କର୍ଫ୍ୟୁ ଲାଗୁ ନେଇ ଘୋଷଣା କରାଯାଇଛି। 

ଗୁଜରାଟରେ ସଂକ୍ରମଣ ବଢ଼ିବା ପରେ ଅହମ୍ମଦାବାଦ, ବରୋଦା, ସୁରତ, ରାଜକୋଟ, ଭାବନଗର, ଜାମନଗର, ଗାନ୍ଧିନଗର, ଜୁନାଗଡ଼ ଭଳି ୮ ସହରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଅନ୍ୟପକ୍ଷେ, ୨ ମାସ ଭିତରେ ପରିସ୍ଥିତି ଭୟଙ୍କର ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା କରିଛନ୍ତି। ଏବେ ୨ରୁ ୩ ସପ୍ତାହ ଧରି  ବିଶ୍ୱରେ ୧୦୦୦ରୁ ଅଧିକ ହାରରେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେଣୁ ୨ ମାସ ଭିତରେ ୧୦ ଲକ୍ଷରୁ ଅଧିକ ଓମିକ୍ରନ ସଂକ୍ରମିତ ହୋଇପାରନ୍ତି ବୋଲି କେରଳର କୋଭିଡ୍ ଏକ୍ସପର୍ଟ କମିଟି ସଦସ୍ୟ କହିଛନ୍ତି। 

Advertisment
Omicron Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ