Advertisment

କମିଲା ଏଲ୍‌ପିଜି ସିଲିଣ୍ଡର ଦାମ୍

ପୂର୍ବରୁ ଅକ୍ଟୋବର ୧ରେ ସିଲିଣ୍ଡରର ଦାମ ୨୫ ଟଙ୍କା ଶସ୍ତା ହୋଇଥିଲା।

ଅଦ୍ୟତନ ହୋଇଛି
LPG Price Today 1 Nov 2022

Commercial LPG Cylinder Price Reduced

Advertisment

ମହଙ୍ଗା ମାଡ଼ରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। କମିଲା ଏଲ୍‌ପିଜି ସିଲିଣ୍ଡର ଦାମ୍। ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୧୧୫ ଟଙ୍କା ଶସ୍ତା ହୋଇଛି। ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡରରେ ଏହି ହ୍ରାସ ଘଟିଛି। ତେବେ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ।

Advertisment

ସୂଚନା ଥାଉକି, ନଭେମ୍ବର ୧ରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ୧୧୫.୫ ଟଙ୍କା, କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା, ଚେନ୍ନାଇରେ ୧୧୬.୫ ଟଙ୍କା ଶସ୍ତା ହୋଇଛି। ଏହା ପୂର୍ବରୁ ଅକ୍ଟୋବର ୧ରେ ସିଲିଣ୍ଡରର ଦାମ ୨୫ ଟଙ୍କା ଶସ୍ତା ହୋଇଥିଲା।

ନୂଆ ଦର ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ଦାମ୍ ୧୮୫୯.୫୦ ଟଙ୍କା ଥିବା ବେଳେ କୋଲକାତାରେ ଏହା ଏବେ ୧୮୪୬ ଟଙ୍କାରେ ମିଳିବ। ମୁମ୍ବାଇରେ ବ୍ୟବସାୟିକ ସିଲିଣ୍ଡର ୧୮୪୪ ଟଙ୍କା ବଦଳରେ ୧୬୯୬ ଟଙ୍କାରେ ଏବଂ ଚେନ୍ନାଇରେ ୨୦୦୯.୫୦ ଟଙ୍କା ସ୍ଥାନରେ ୧୮୯୩ରେ ମିଳିବ। ତେବେ ଘରୋଇ ସିଲିଣ୍ଡରର ଦାମ୍ ରେ ଗତ ଜୁଲାଇ ୬ ତାରିଖ ପରଠୁ କୌଣସି ପରିବର୍ତ୍ତନ ଘଟି ନାହିଁ।

Advertisment
LPG Price LPG Cylinder Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ