Advertisment

ବର୍ଷ ଆରମ୍ଭରୁ ଜନତାଙ୍କୁ ଝଟ୍‌କା, ମହଙ୍ଗା ହେଲା LPG ସିଲିଣ୍ଡର୍‌

ନୂଆବର୍ଷ ଆରମ୍ଭରୁ ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଇଛନ୍ତି। ବର୍ଷ ୨୦୨୩ ଆରମ୍ଭରୁ ଏଲ୍‌ପିଜି ସିଲିଣ୍ଡର( LPG Cylinder) ଦର ବୃଦ୍ଧି ପାଇଛି।

ଅଦ୍ୟତନ ହୋଇଛି
Commercial LPG Cylinder Price Hike

Commercial LPG Cylinder Price Hike

Advertisment

ନୂଆବର୍ଷ ଆରମ୍ଭରୁ ଅଏଲ୍‌ ମାର୍କେଟିଂ କମ୍ପାନୀ(OMCs) ଗୁଡ଼ିକ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଇଛନ୍ତି। ବର୍ଷ ୨୦୨୩ ଆରମ୍ଭରୁ ଏଲ୍‌ପିଜି ସିଲିଣ୍ଡର( LPG Cylinder) ଦର ବୃଦ୍ଧି ପାଇଛି। କମର୍ସିଆଲ୍‌ LPG ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି ହୋଇଛି। ତେବେ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।

Advertisment

ଆଜିଠୁ ଅର୍ଥାତ୍‌ ୨୦୨୩, ଜାନୁଆରୀ ୧ରୁ କମର୍ସିଆଲ୍‌ LPG ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି ପାଇଛି। ଫଳରେ ରେଷ୍ଟୁରାଣ୍ଟ୍‌, ହୋଟେଲ୍‌ ଇତ୍ୟାଦିରେ ବସି ଖାଦ୍ୟ ଖାଇବା ମହଙ୍ଗା ହୋଇପାରେ। ହେଲେ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। କାରଣ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଜାଣନ୍ତୁ, ମେଟ୍ରୋ ସିଟିରେ କ’ଣ ରହିଛି କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ଦାମ୍‌...

  • ଦିଲ୍ଲୀ- ୧,୭୬୮ ଟଙ୍କା
  • ମୁମ୍ବାଇ- ୧,୭୨୧ ଟଙ୍କା
  • କୋଲକାତା- ୧,୮୭୦ ଟଙ୍କା
  • ଚେନ୍ନାଇ- ୧,୯୧୭ ଟଙ୍କା
Advertisment

ଜାଣନ୍ତୁ, ମେଟ୍ରୋ ସିଟିରେ କ’ଣ ରହିଛି ଘରୋଇ ଏଲ୍‌ପିଜି ସିଲିଣ୍ଡର ଦାମ୍‌...

  • ଦିଲ୍ଲୀ- ୧,୦୫୩ ଟଙ୍କା
  • ମୁମ୍ବାଇ- ୧,୦୫୨.୫ ଟଙ୍କା
  • କୋଲକାତା- ୧,୦୭୯ ଟଙ୍କା
  • ଚେନ୍ନାଇ- ୧,୦୬୮.୫ ଟଙ୍କା
LPG Cylinder LPG Price LPG Cylinder Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ