Advertisment

ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି: ଆହୁରି ଶସ୍ତା ହେଲା LPG ଗ୍ୟାସ୍‌

ଭାରତୀୟ ତୈଳ ମାର୍କେଟିଂ କମ୍ପାନୀ କମର୍ସିଆଲ୍‌ LPG ସିଲିଣ୍ଡର(LPG Cylinders Price) ଦାମ୍‌ ହ୍ରାସ କରିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ୨୫ ଟଙ୍କା ୫୦ ପଇସା ହ୍ରାସ ପାଇଛି।

Commercial Cooking Gas Cylinder Prices Cut

Commercial Cooking Gas Cylinder Prices Cut

Advertisment

ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ଭାରତୀୟ ତୈଳ ମାର୍କେଟିଂ କମ୍ପାନୀ କମର୍ସିଆଲ୍‌ LPG ସିଲିଣ୍ଡର(LPG Cylinders Price) ଦାମ୍‌ ହ୍ରାସ କରିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ୨୫ ଟଙ୍କା ୫୦ ପଇସା ହ୍ରାସ ପାଇଛି। ଫଳରେ ୧୯ କିଲୋ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ଦିଲ୍ଲୀରେ ୧,୮୮୫ ଟଙ୍କା ହୋଇଛି। ପୂର୍ବରୁ ଏହା ୧,୮୫୯ ଟଙ୍କା ୫୦ ପଇସା ଥିଲା।

Advertisment

ଦାମ୍‌ କମ୍‌ ପରେ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ଅନେକ ସହରରେ ଶସ୍ତା ହୋଇଛି। କୋଲକାତାରେ ଏହି ଦାମ୍‌ ହ୍ରାସ ପାଇ ୧,୯୫୯ ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ ୧,୮୧୧ ଟଙ୍କା ୫୦ ପଇସା ରହିଛି। ତେବେ ଘରୋଇ LPG ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। 

ସୁଚନାଥାଉ କି, ଗତ ସେପ୍ଟେମ୍ବର ୧ ତାରିଖରେ କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୧୦୦ ଟଙ୍କା ହ୍ରାସ ପାଇଥିଲା। ଦିଲ୍ଲୀରେ ୧୯ କିଲୋ କମର୍ସିଆଲ୍‌ ସିଲିଣ୍ଡର ୯୧ ଟଙ୍କା ୫୦ ପଇସା ଶସ୍ତା ହୋଇଥିବା ବେଳେ, କୋଲକାତାରେ ୧୦୦ ଟଙ୍କା, ମୁମ୍ବାଇରେ ୯୨ ଟଙ୍କା ୫୦ ପଇସା, ଚେନ୍ନାଇରେ ୯୬ ଟଙ୍କା ଶସ୍ତା ହୋଇଥିଲା। 

Advertisment

ସୂଚନାଥାଉ କି, ଗତ ଜୁଲାଇ ୬ରୁ ଘରୋଇ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅର୍ଥାତ୍‌ ଏବେବି ପୂର୍ବ ଦାମ୍‌ରେ ଗ୍ରାହକ ଘରୋଇ ସିଲିଣ୍ଡର କିଣିପାରିବେ। 

ଅଗଷ୍ଟ ୧ରେ ଦାମ୍‌ ହ୍ରାସ ପାଇଥିଲା...

ପ୍ରତ୍ୟେକ ମାସର ପହିଲାରେ ଗ୍ୟାସ୍‌ କମ୍ପାନୀ ଗୁଡ଼ିକ ସିଲିଣ୍ଡର ଦାମ୍‌ ସ୍ଥିର କରିଥାନ୍ତି। ଏହା ପୂର୍ବରୁ ଅଗଷ୍ଟ ୧ରେ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍ ହ୍ରାସ ପାଇଥିଲା। ୧୯ କେଜି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ୩୬ ଟଙ୍କା ହ୍ରାସ ପାଇଥିଲା। 

Advertisment
LPG Cylinder LPG Price LPG Cylinder Price LPG Cylinder Price Cheaper
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ