Advertisment

ଆତଙ୍କବାଦୀ ଆକ୍ରମଣ: ସେନା ଅଧିକାରୀଙ୍କ ପରିବାର ସମେତ ୬ ଜଣଙ୍କ ଜୀବନ ନେଇଗଲେ

ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ୬ ଜଣ ନିହତ ହୋଇଛନ୍ତି। ଏଥିରେ କମାଣ୍ଡିଂ ଅଫିସର, ତାଙ୍କ ସ୍ତ୍ରୀ ଓ ପୁଅ ଏବଂ ଅନ୍ୟ ୩ ଜଣ ସୈନିକ ନିହତ ହୋଇଛନ୍ତି। ମିଆଁମାର ସୀମାନ୍ତ ଚୁରାଚନ୍ଦ୍ରପୁରରେ ଆତଙ୍କବାଦୀମାନେ ହମ୍‌ଲା କରିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Terrorists Attack

Terrorists Attack

Advertisment

ଇମ୍ଫାଲ: ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ୬ ଜଣଙ୍କ ଜୀବନ ନେଇ ଯାଇଛନ୍ତି ଆତଙ୍କବାଦୀ। ଆତଙ୍କବାଦୀଙ୍କ ଆକ୍ରମଣରେ କମାଣ୍ଡିଂ ଅଫିସର ଓ ୩ ଜଣ ଯବାନ ସହିଦ ହୋଇଛନ୍ତି। ଏଥିସହ କମାଣ୍ଡିଂ ଅଫିସରଙ୍କ ସ୍ତ୍ରୀ ଓ ପୁଅଙ୍କ ଜୀବନ ମଧ୍ୟ ଚାଲି ଯାଇଛି। ମିଆଁମାର ସୀମାନ୍ତ ଚୁରାଚନ୍ଦ୍ରପୁର ଜିଲ୍ଲାରେ ଆଜି ଦିନ ୧୦ଟାରେ ଆତଙ୍କବାଦୀମାନେ ହମ୍‌ଲା କରିଥିବା ସୂଚନା ମିଳିଛି। 

Advertisment

ଆସାମ ରାଇଫଲ ଯବାନଙ୍କ ଟ୍ରୁପ୍ ଯାଉଥିବା ବେଳେ ଆତଙ୍କବାଦୀମାନେ ହଠାତ୍‌ ଏହି ଆକ୍ରମଣ କରିଥିଲେ। ଘଟଣାକୁ ନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂ ସ୍ପଷ୍ଟ କରିଛନ୍ତି। ଘଟଣା ପରେ ଆତଙ୍କବାଦୀଙ୍କୁ ଧରିବା ଲାଗି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି। ରିପୋର୍ଟ ଲେଖା ଯିବା ସୁଦ୍ଧା ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି।

Advertisment

ସୂଚନାଥାଉ କି, ୨୦୧୫ରେ ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ୨୦ ଜଣ ଯବାନ ସହିଦ ହୋଇଥିଲେ। 

Terrorist Attack Manipur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ