Astrospeak
  • Live TV
  • Read In English

ନିୟନ୍ତ୍ରଣ ହରାଇଲେ କାର୍‌ ଡ୍ରାଇଭର, ସିଧା ଯାଇ ବସ୍‌ ସହ ଧକ୍କା...ଚାଲିଗଲା ୯ ଜୀବନ

ବସ୍‌ ଓ ଏସ୍‌ୟୁଭି କାର୍‌ ମଧ୍ୟରେ ଧକ୍କା ହେବା ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

Collision Between Bus And Car In Gujarat 9 Dead
ବସ୍‌ ଓ ଏସ୍‌ୟୁଭି କାର୍‌ ମଧ୍ୟରେ ଧକ୍କା

ଗୁଜରାଟର ନବସାରୀ ଜିଲ୍ଲାରେ ଆଜି ସକାଳେ ଭୟଙ୍କର ଦୁର୍ଘଟଣା ଘଟିଛି। ବସ୍‌ ଓ ଏସ୍‌ୟୁଭି କାର୍‌ ମଧ୍ୟରେ ଧକ୍କା ହେବା ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୨୮ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସୁରତରୁ ଭାଲ୍‌ସାଦ ଯାଉଥିବା ଏକ ବସ୍‌କୁ ଏକ କାର୍‌ ଧକ୍କା ଦେବାରୁ ଦୁର୍ଘଟଣା ହୋଇଛି।

ମିଳିଥିବା ସୂଚନା ଅନୁସାରେ, କାର୍‌ ଡ୍ରାଇଭର ନିୟନ୍ତ୍ରଣ ହରାଇବା ଯୋଗୁ ଅନ୍ୟ ଲେନ୍‌ରେ ଆସୁଥିବା ବସ୍‌ ସହ କାର୍‌ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଫର୍ଚୁନରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେପଟେ ଦୁର୍ଘଟଣା ପରେ ବସ୍‌ ଡ୍ରାଇଭରଙ୍କ ହାର୍ଟ ଆଟାକ୍‌ ଆସିଥିବା ଜଣାପଡ଼ିଛି।

ସୂଚନାଥାଉ କି, ଭାରତୀୟ କ୍ରିକେଟର ଋଷଭ୍‌ ପନ୍ତ(Rishabh Pant) ସଡ଼କ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ମର୍ସିଡିଜ୍‌ କାର୍‌ରେ ପନ୍ତ ଘରକୁ ଫେରୁଥିବା ବେଳେ ଗାଡ଼ି ଡିଭାଇଡରରେ ପିଟି ହୋଇ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା। ଦିଲ୍ଲୀରୁ ଉତ୍ତରାଖଣ୍ଡ ଫେରୁଥିବା ବେଳେ ଉତ୍ତରାଖଣ୍ଡର ରୁର୍କୀ ନିକଟରେ ଗତକାଲି ଭୋର ପ୍ରାୟ ସାଢ଼େ ୫ଟାରେ ଦୁର୍ଘଟଣା ଘଟିଥିଲା।