ପିସ୍ତଲରେ ନିଜକୁ ଗୁଳି ମାରିଦେଲେ DIG, ହେଲେ କାହିଁକି ?

ତାମିଲନାଡୁର କୋଇମ୍ବାଟୋର ରେଞ୍ଜର ଡିଆଇଜି ବିଜୟ କୁମାର ଶୁକ୍ରବାର ସକାଳେ ଆତ୍ମହତ୍ୟା କରିଛନ୍ତି। କୋଏମ୍ବାଟୁର ସ୍ଥିତ ସରକାରୀ ବାସଭବନରେ ସେ ନିଜକୁ ଗୁଳି କରି ଦେଇଥିଲେ।

ଅଦ୍ୟତନ ହୋଇଛି
Police DIG Death

Police DIG Death

ନିଜକୁ ଗୁଳି ମାରିଦେଲେ ଡିଆଇଜି । ଆଜି ସକାଳେ ତାମିଲନାଡୁର କୋଇମ୍ବାଟୋର ରେଞ୍ଜ ଡିଆଇଜି ବିଜୟ କୁମାର ନିଜକୁ ଗୁଳି ମାରି ମୃତ୍ୟୁବରଣ କରିଛନ୍ତି । କୋଏମ୍ବାଟୁର ସ୍ଥିତ ସରକାରୀ ବାସଭବନରେ ନିଜ ମୁଣ୍ଡକୁ ଗୁଳି ମାରିଦେଇଛନ୍ତି । ଆତ୍ମହତ୍ୟାର କାରଣ ଏଯାଏଁ ଜଣାପଡ଼ିନାହିଁ । 

ସୂଚନା ମୁତାବକ, ବିଜୟକୁମାର ଆଜି ସକାଳୁ ଉଠିବା ପରେ ପ୍ରାତଃ ଭ୍ରମଣରେ ଯାଇଥିଲେ । ସକାଳ ୬ ଟା ୪୫ ମିନିଟ୍ ସମୟରେ ଅଫିସକୁ ଆସିବା ପରେ ତାଙ୍କ ପିଏସଓଙ୍କୁ ତାଙ୍କ ବନ୍ଧୁକ ଆଣିବାକୁ କହିଥିଲେ । ପିଏସଓ ବନ୍ଧୁକ ଦେଇ ଯିବା ପରେ ପ୍ରାୟ ୬ଟା ୫୦ ମିନିଟ୍ ସମୟରେ ନିଜକୁ ଗୁଳି କରି ଦେଇଥିଲେ ଡିଆଇଜି । ପରେ ଅଫିସରେ ଥିବା ଅନ୍ୟ କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ ।

ସୂଚନା ମୁତାବକ ଡିଆଇଜି ବିଜୟ କୁମାର ଅନେକ ଦିନ ହେବ ଅବସାଦରେ ରହୁଥିଲେ। ରାତିରେ ତାଙ୍କୁ ନିଦ ହେଉ ନଥିଲା । ସେଥିପାଇଁ ତାଙ୍କର କାଉନସେଲିଂ କରାଯାଇଥିଲା । କିଛି ଦିନ ହେବ ତାଙ୍କ ପରିବାର ଲୋକେ ଚେନ୍ନାଇରୁ ଆସି ତାଙ୍କ ସହିତ କୋଇମ୍ବାଟୋର ସ୍ଥିତ ସରକାରୀ ବାସଭବନରେ ରହୁଥିଲେ। କିନ୍ତୁ ଆଜି ସକାଳ ପ୍ରାୟ ୬ଟା ୧୫ ମିନିଟରେ ସେ ଏକ ସର୍ଭିସ ପିସ୍ତଲରୁ ନିଜକୁ ଗୁଳି କରି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଚଳିତ ବର୍ଷ ଜାନୁଆରୀରେ କୋଇମ୍ବାଟୋର ରେଞ୍ଜ୍‌ର ‘ଡିଆଇଜି’ ଭାବେ ଦାୟିତ୍ବ ଗ୍ରହଣ କରିବା ଆଗରୁ ୨୦୦୯-ବ୍ୟାଚ୍‌ର ‘ଆଇପିଏସ୍‌’ ଅଫିସର୍‌ ବିଜୟକୁମାର କାଞ୍ଚିପୁରମ୍‌, କୁଡ୍ଡାଲୋର୍‌, ନାଗାପଟ୍ଟନମ୍‌ର ଓ ତିରୁବରୁର୍‌ର ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଏବଂ ଅନ୍ନା ନଗରର ଡେପୁଟି ପୋଲିସ କମିସନର୍‌ ଥିଲେ।

ବିଜୟ କୁମାରଙ୍କ ମୃତ୍ୟୁରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କର ମୃତ୍ୟୁ ତାମିଲନାଡୁ ପୋଲିସ ବିଭାଗ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି । ବିଜୟ କୁମାରଙ୍କ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

Police DIG Coimbatore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ