Cocaine Worth ₹ 502 Crore Seized From Fruit Container
ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (ଡିଆରଆଇ) ନାଭି ମୁମ୍ବାଇର ହ୍ନାଭା ଶେଭା ବନ୍ଦରରେ ଥିବା ଏକ ଫଳ ପେଟିରୁ ୫୦୨ କୋଟି ଟଙ୍କାର ୫୦ କିଲୋଗ୍ରାମରୁ ଅଧିକ "ଉଚ୍ଚମାନର" କୋକେନ ଜବତ କରିଛି। ଶନିବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ନିକଟ ଅତୀତରେ ଏକ ଫଳ ପେଟିରେ ଡ୍ରଗ୍ ଚୋରା ଚାଲାଣ ଉଦ୍ୟମ ବେଳେ ଜବତ ହୋଇଥିବା କୋକେନ୍ର ଏହା ହେଉଛି ସବୁଠାରୁ ବଡ ମାମଲା।
ଗୁରୁବାର ଦିନ ଏହି ମାଦକ ପଦାର୍ଥ ଜବତ କରାଯାଇଥିବା ସେ କହିଛନ୍ତି। ଏ ବାବଦରେ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଦକ୍ଷିଣ ଆଫ୍ରିକାରୁ ହ୍ନାଭା ଶେଭା ବନ୍ଦରକୁ ଅଣାଯାଇଥିବା ଏହି ପରିବହନ ସମ୍ପର୍କରେ ଡିଆର୍ଆଇର ମୁମ୍ବାଇ ଜୋନାଲ ୟୁନିଟ୍କୁ ଗୁପ୍ତଚର ସୂଚନା ମିଳିଥିଲା।
ପରେ ଏହି ଫଳ ପେଟିକୁ ଚିହ୍ନଟ କରାଯାଇ ଡିଆର୍ଆଇ ଅଧିକାରୀଙ୍କ ଉପସ୍ଥିତିରେ ଖୋଲା ଯାଇଥିଲା। ଏଥିରେ ସେଓ ଭିତରେ ବହୁ ସଂଖ୍ୟାରେ ଉଚ୍ଚମାନର କୋକେନରେ ତିଆରି ଇଟା ମିଳିଥିଲା। ପ୍ରତ୍ୟେକର ଓଜନ ପ୍ରାୟ ଏକ କିଲୋଗ୍ରାମ ଥିଲା। ଯାଞ୍ଚ ସମୟରେ ମୋଟ ୫୦ଟି ଇଟା ମଳିଥିବା ବେଳେ ଏହାର ମୋଟ ଓଜନ ୫୦.୩ କିଲୋଗ୍ରାମ ଥିଲା। ଏହାର ମୂଲ୍ୟ ୫୦୨ କୋଟି ଟଙ୍କା ହେବ ବୋଲି ପ୍ରକାଶ କରାଯାଇଛି।
ଅଧିକାରୀ ସୂତ୍ରରୁ ଜଣାପଡିଛି ଯେ ଏହି ଫଳ ପେଟି ସେହି ଆମଦାନୀକାରୀଙ୍କ ଦ୍ୱାରା ଭାରତକୁ ଅଣାଯାଇଥିଲା, ଯାହାକୁ ଡିଆର୍ଆଇ ଏହି ସପ୍ତାହର ଆରମ୍ଭରେ ୱାଶୀରେ ଦକ୍ଷିଣ ଆଫ୍ରିକା ଠାରୁ ଅଣାଯାଇଥିବା କମଳା ପେଟିରୁ ୧୯୮ କିଲୋଗ୍ରାମ 'ମେଥାମ୍ପେଟାମାଇନ୍' ଓ ୯ କିଲୋଗ୍ରାମ କୋକେନ ଜବତ କରିବା ଘଟଣାରେ ଗିରଫ କରିଥିଲା। ଆହୁରି କୁହାଯାଇଛି ଯେ ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ (NDPS) ଅଧିନିୟମ ଅନୁଯାୟୀ ଆମଦାନୀକାରୀଙ୍କୁ ଡିଆର୍ଆଇ ଅଧିକାରୀମାନେ ଗିରଫ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665244881.jpg)