ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ବଢ଼ିଲା ରୋଷେଇ ଗ୍ୟାସ୍‌, CNG ଦର

ଆଜିଠୁ ଇନ୍ଦ୍ରପ୍ରସ୍ତ ଗ୍ୟାସ୍‌ ଲିମିଟେଡ୍‌ ଘରୋଇ PNG(Piped Natural Gas) ଗ୍ୟାସ୍‌ ଓ CNG ଦର ବୃଦ୍ଧି କରିଛି। କମ୍ପାନୀ ପକ୍ଷରୁ CNG ଦର ପ୍ରତି କିଲୋଗ୍ରାମକୁ ୩ ଟଙ୍କା ବୃଦ୍ଧି ପାଇଛି।

CNG, Piped Cooking Gas Prices Hiked

ଦିଲ୍ଲୀ-ଏନ୍‌ସିଆର୍‌ ସମେତ ଅନ୍ୟ ସହରରେ ଆଜିଠୁ ଇନ୍ଦ୍ରପ୍ରସ୍ତ ଗ୍ୟାସ୍‌ ଲିମିଟେଡ୍‌(ଆଇଜିଏଲ୍‌) ଘରୋଇ PNG(Piped Natural Gas) ଗ୍ୟାସ୍‌ ଓ CNG ଦର ବୃଦ୍ଧି କରିଛି। କମ୍ପାନୀ ପକ୍ଷରୁ CNG ଦର ପ୍ରତି କିଲୋଗ୍ରାମକୁ ୩ ଟଙ୍କା ବୃଦ୍ଧି ପାଇଛି। ମୂଳ୍ୟ ବୃଦ୍ଧି ପରେ ଦିଲ୍ଲୀରେ CNG ଏବେ ପ୍ରତି କିଲୋଗ୍ରାମକୁ ୭୮ ଟଙ୍କା ୬୧ ପଇସାରେ ପହଞ୍ଚିଛି। ସେହିପରି PNG ଦାମ୍‌ ଦିଲ୍ଲୀରେ ପ୍ରତି ଏସ୍‌ସିଏମ୍‌କୁ ୫୩ ଟଙ୍କା ୫୯ ପଇସା ରହିଛି। 

ଦର ବୃଦ୍ଧି ପାଇବା ପରେ ଦିଲ୍ଲୀ ବ୍ୟତୀତ ନୋଏଡା, ଗ୍ରେଟର ନୋଏଡା ଓ ଗାଜିଆବାଦରେ ସିଏନ୍‌ଜି ପ୍ରତି କିଲୋକୁ ୮୧ ଟଙ୍କା ୧୭ ପଇସାରେ ପହଞ୍ଚିଛି। ଯଦି ଆମେ ପିଏନ୍‌ଜି କଥା କହିବା ତା’ହେଲେ ଏହି ୩ ସହରରେ ପ୍ରତି ଏସ୍‌ସିଏମ୍‌କୁ ୫୩ ଟଙ୍କା ୪୬ ପଇସା ହୋଇଛି। ଏହିସବୁ ସହର ବ୍ୟତୀତ ଅନ୍ୟ ସହରରେ ମଧ୍ୟ ସିଏନ୍‌ଜି ଓ ପିଏନ୍‌ଜି ଗ୍ୟାସ ଦର ଆଜି ବୃଦ୍ଧି ପାଇଛି।

ଏହି ସହରରେ ବଢ଼ିଲା CNG ଦର...

ମୁଜାଫରନଗର, ମେରଠ ଓ ଶାମଲିରେ ସିଏନ୍‌ଜି ପ୍ରତି କିଲୋଗ୍ରାମକୁ ୮୫ ଟଙ୍କା ୮୪ ପଇସା ହୋଇଥିବା ବେଳେ ଗୁରୁଗ୍ରାମରେ ୮୬ ଟଙ୍କା ୯୪ ପଇସା, ରେୱାଡିରେ ୮୯ ଟଙ୍କା ୦୭ ପଇସା, କରନାଲ୍‌ରେ ୮୭ ଟଙ୍କା ୨୭ ପଇସା, କୈଥଲରେ ୮୭ ଟଙ୍କା ୨୭ ପଇସା, କାନପୁର, ହମିପୁର୍‌ ଓ ଫତେହପୁରରେ ୮୯ ଟଙ୍କା ୯୧ ପଇସା ରହିଛି। ସେହିପରି ଅଜମେର୍‌, ପାଲି ଓ ରାଜସମନ୍ଦରେ ୮୮ ଟଙ୍କା ୮୮ ପଇସା ପ୍ରତି କିଲୋଗ୍ରାମ ରହିଛି।

କ’ଣ ରହିଛି PNG ନୂଆ ଦର...

କରନାଲ୍‌ ଓ ରେୱାଡିରେ ପିଏନ୍‌ଜି ଦର ପ୍ରତି  ଏସ୍‌ସିଏମ୍‌କୁ ୫୨ ଟଙ୍କା ୪୦ ପଇସା ହୋଇଥିବା ବେଳେ ଗୁରୁଗ୍ରାମରେ ୫୧ ଟଙ୍କା ୭୯ ପଇସା, ମୁଜାଫରନଗର, ମେରଠ, ଶାମଲିରେ ୫୬ ଟଙ୍କା ୯୭ ପଇସା, ଅଜମେର୍‌, ମେରଠ ଓ ଶାମଲିରେ ୫୬ ଟଙ୍କା ୯୭ ପଇସା ରହିଛି।

ରେକଡ୍‌ ସ୍ତରରେ ପ୍ରାକୃତିକ ଗ୍ୟାସ୍‌...

ସେପ୍ଟେମ୍ବର ୩୦ରେ କେନ୍ଦ୍ର ସରକାର ପ୍ରାକୃତିକ ଗ୍ୟାସ୍‌ ଦର  ୪୦% ବୃଦ୍ଧି କରିଥିଲେ। ଫଳରେ ଏହି ଦର ରେକର୍ଡ ସ୍ତରରେ ପହଞ୍ଚିଥିଲା। ଏହାସହ PNG ଓ CNG ଗ୍ୟାସ୍‌ ଦର ବୃଦ୍ଧି ପାଇଥିଲା। ରୋଷଇ ଗ୍ୟାସ୍‌, ଗାଡ଼ିରେ ଇନ୍ଧନ ଭାବେ ବ୍ୟବହାର ହୋଇଥାଏ। 

ସୂଚନାଥାଉ କି, ଚଳିତ ମାସର ପ୍ରାରମ୍ଭରୁ ଭାରତୀୟ ତୈଳ ମାର୍କେଟିଂ କମ୍ପାନୀ କମର୍ସିଆଲ୍‌ LPG ସିଲିଣ୍ଡର(LPG Cylinders Price) ଦାମ୍‌ ହ୍ରାସ କରିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ୨୫ ଟଙ୍କା ୫୦ ପଇସା ହ୍ରାସ ପାଇଛି। ଫଳରେ ୧୯ କିଲୋ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ଦିଲ୍ଲୀରେ ୧,୮୮୫ ଟଙ୍କା ହୋଇଛି। ପୂର୍ବରୁ ଏହା ୧,୮୫୯ ଟଙ୍କା ୫୦ ପଇସା ଥିଲା।