Advertisment

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଇଙ୍କୁ ମିଳିଲା ପ୍ରମୋସନ୍‌; ସେନାରେ ସେ ସୁବେଦାର ମେଜର..

ଯୋଗୀଙ୍କ ସାନ ଭାଇ ଶୈଳେନ୍ଦ୍ର ବିଷ୍ଟ କିଛିଦିନ ତଳେ ସୁବେଦାର ମେଜର୍‌ ପଦବୀକୁ ପଦୋନ୍ନତି ପାଇଛନ୍ତି ।

ଅଦ୍ୟତନ ହୋଇଛି
CM Yogi Adityanath Brother

CM Yogi Adityanath Brother

Advertisment

ବଡ଼ ଭାଇ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ସାନ ଭାଇ ସେନାରେ ସୁବେଦାର ଭାବେ କାର୍ଯ୍ୟରତ । ଉତ୍ତରପ୍ରେଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଯୋଗୀଙ୍କ ସାନ ଭାଇ ଶୈଳେନ୍ଦ୍ର ବିଷ୍ଟ କିଛିଦିନ ତଳେ ସୁବେଦାର ମେଜର୍‌ ପଦବୀରେ ପଦୋନ୍ନତି ପାଇଛନ୍ତି । ସୁବେଦାର ମେଜର୍‌ ଗଡ଼ୱାଲ ରେଜିମେଣ୍ଟର ସର୍ବୋଚ୍ଚ ଗୈର କମିଶନ ଅଧିକାରୀ ରାଙ୍କ୍ ଅଟେ । ଏହାପୂର୍ବରୁ ସେ ଉତ୍ତରାଖଣ୍ତର ଚୀନ ସୀମା ଅନ୍ତର୍ଗତ ମାଣା ଗ୍ରାମରେ ନିୟୋଜିତ ଥିଲେ ।

Advertisment

ଯୋଗୀଙ୍କ ଭାଇ ଶୈଳେନ୍ଦ୍ର କିଛିଦିନ ତଳେ ଗଣମାଧ୍ୟମକୁ ସାକ୍ଷାତକାରରେ କହିଥିଲେ ଯେ ତାଙ୍କର ପିଲାବେଳୁ ସ୍ୱପ୍ନ ଥିଲା ଯେ ସେ ଭାରତ ମାତୃକାର ସେବାରେ ନିୟୋଜିତ ରହିବେ । ସେଥିପାଇଁ ସେ ସ୍କାଉଟ୍‌ ଗାଇଡ୍‌ରେ ଯୋଗ ଦେଲେ । ଏହାପରେ ଭାରତୀୟ ସେନାରେ ଯୋଗ ଦେଇ ନିଜ ସ୍ୱପ୍ନ ସାକାର କଲେ ।

ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ ବଡ଼ ଭାଇ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଶୈଳେନ୍ଦ୍ର ସୁବେଦାର ପୋଷ୍ଟରେ ନିୟୋଜିତ ଅଛନ୍ତି । ଅର୍ଥାତ ଯୋଗୀ ଚାହିଁଥିଲେ ନିଜ ପାୱାରର ଅପବ୍ୟବହାର କରି ସାନ ଭାଇକୁ ଉଚ୍ଚ ରାଙ୍କକୁ ପଦୋନ୍ନତି କରିପାରିଥାନ୍ତେ । କିନ୍ତୁ ଶୈଳେନ୍ଦ୍ର ନିଜ ପରିଶ୍ରମ ବଳରେ ଆଜି ଏହି ରାଙ୍କରେ ପହଞ୍ଚିଛନ୍ତି । ଏବେ ଦେଖିବାକୁ ମିଳୁଛି ଯେ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଭାଇ ବା ଭଉଣୀ ମନ୍ତ୍ରୀ କିମ୍ବା ଉଚ୍ଚ ପ୍ରଶାସନିକ ଅଧିକାରୀ ଭାବେ ନିୟୋଜିତ ଥିବା ବେଳେ ଯୋଗୀ ଆଦିତ୍ୟନାଥଙ୍କ ପୁରା ପରିବାର ସାଧାରଣ ଜୀବନ ବଞ୍ଚୁଛନ୍ତି ।

Advertisment

ସୂଚନାଥାଉକି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପୁରା ପରିବାର ସାଧାରଣ ଜୀବନଯାପନ କରୁଛନ୍ତି । ତାଙ୍କ ପିତା ଫରେଷ୍ଟ ରେଞ୍ଜର ଥିଲେ ଆଉ ମାଆ ଜଣେ ଗୃହିଣୀ ଥିଲେ । ତାଙ୍କର ଜଣେ ଭଉଣୀ ଗଡ଼ୱାଲର ମାତା ଭୁବେଶ୍ୱରୀ ମନ୍ଦିର ପାଖରେ ଚା’ ଜଳଖିଆ ଦୋକାନ କରିଛନ୍ତି । ଏଥିରୁ ଜଣାପଡୁଛି ଯେ ଯୋଗୀଙ୍କ ପରିବାର କିପରି ସାଧାରଣ ଜୀବନଯାପନ କରୁଛନ୍ତି ।

Indian Army Officer CM Yogi Adityanath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ