Advertisment

କୁନି ଝିଅକୁ ଧରି ଡ୍ୟୁଟି କରୁଥିଲେ ଡିଏସ୍‌ପି, ହେଲିକପ୍ଟରୁ ଓହ୍ଲାଇ ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ

ମାଆର ମମତା ପାଖରେ ହାର ମାନିଗଲା ରାଜନୀତି। ହେଲିକପ୍ଟରରୁ ଓହ୍ଲାଇ ପଡି ଜଣେ ମାଆଙ୍କ ପାଖକୁ ଦୌଡ଼ିଲେ ମୁଖ୍ୟମନ୍ତ୍ରୀ। କିଛି ସମୟ କଥା ହେଲେ, ନିଜ ସହ ଫଟୋ ଉଠାଇବାକୁ ବି କହିଲେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ।

cm-shivraj-came-to-meet-dsp-monika-singh

cm-shivraj-came-to-meet-dsp-monika-singh

Advertisment

ଭୋପାଳ: ମାଆର ମମତା ପାଖରେ ହାର ମାନିଗଲା ରାଜନୀତି। ହେଲିକପ୍ଟରରୁ ଓହ୍ଲାଇ ପଡି ଜଣେ ମାଆଙ୍କ ପାଖକୁ ଦୌଡ଼ିଲେ ମୁଖ୍ୟମନ୍ତ୍ରୀ। କିଛି ସମୟ କଥା ହେଲେ, ନିଜ ସହ ଫଟୋ ଉଠାଇବାକୁ ବି କହିଲେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ।

Advertisment

ନିର୍ବାଚନ ଆସିଲେ ରାଜନେତାମାନେ ଅନେକ ସ୍ଥାନ ଗସ୍ତ କରନ୍ତି ଆଉ ଅନେକ ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି। ଏହ ଅଳ୍ପ ବହୁତେ ଆମେ ସମସ୍ତେ ଜାଣନ୍ତି। କିନ୍ତୁ ରାଜନୀତି ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏପରି ଏକ କାମ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଲାଗିରହିଛି। ନିର୍ବାଚନୀ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀଙ୍କର ଏପରି କାର୍ଯ୍ୟକୁ ୟୁଜର୍ସ ମଧ୍ୟ ବେଶ୍‌ ପସନ୍ଦ କରିଛନ୍ତି।

ଏଠାରେ କହିରଖୁଛୁ ଯେ, ମଧ୍ୟପ୍ରଦେଶର ଜୋବଟ ବିଧାନସଭା ନିର୍ବାଚନମଣ୍ଡଳୀରେ ଉପ-ନିର୍ବାଚନ ହେବାକୁ ଯାଉଛି । ତେଣୁ ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ଯାଇଥିଲେ। ହେଲିକପ୍ଟର ଅବତରଣ କରିବା ସମୟରେ ଶିବରାଜ ଦେଖିଥିଲେ କି ଜଣେ ଲେଡ଼ି ଡିଏସ୍‌ପି ଡ୍ୟୁଟି କରୁଛନ୍ତି ଆଉ ତାଙ୍କ ପାଖରେ ଦେଢ ବର୍ଷର ଝିଅ ରହିଛି। ଆଉ ଏହି ଦୃଶ୍ୟ ମୁଖ୍ୟମନ୍ତ୍ରୀଙ୍କୁ ହୃଦୟକୁ ତରଳାଇ ଦେଇଥିଲା। ହେଲିପ୍ୟାଡ଼ରୁ ସିଧା ଡିଏସ୍‌ପିଙ୍କ ପାଖରେ ପହଂଚିଥିଲେ ମୁଖ୍ୟମନ୍ତ୍ରୀ।

Advertisment

ଆଉ ଏହା ପରେ ତାଙ୍କ ସହ କିଛି କଥାବାର୍ତ୍ତା କରିବା ସହ ଫଟୋ ନେବାକୁ କହିଥିଲେ। ଆଉ ଏହାପରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନିଜ ବ୍ୟକ୍ତିଗତ ଟ୍ୱିଟ୍‌ର ପେଜ୍‌ରୁ ଏହି ଭିଡ଼ିଓକୁ ସେୟାର କରିଥିଲେ। ଯାହାକୁ ୟୁଜର୍ସମାନେ ପସନ୍ଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ମୋଟ୍‌ ଉପରେ ମା’ଙ୍କ ମମତା ଏବଂ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତାକୁ ଏକାଠି ଦର୍ଶାଉଥିବା ଏହି ଚିତ୍ର ମଧ୍ୟପ୍ରଦେଶର ଜୋବଟ ଆଲିରାଜପୁରରୁ ସାମ୍ନାକୁ ଆସିଛି ।

Advertisment

ସୂଚନା ଅନୁସାରେ, ଲେଡ଼ି ଡିଏସ୍‌ପିଙ୍କ ଘରେ କେହି ନଥିବାକୁ ଡ୍ୟୁଟି ସମୟରେ ସେ ନିଜ ଝିଅକୁ ନିଜ ସାଙ୍ଗରେ ନେଇ କାର୍ଯ୍ୟ କରନ୍ତି। କାରଣ ଏତେ ଛୋଟ ପିଲାକୁ ଘରେ ଏକା ଛାଡ଼ିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା। ତେଣୁ ଡ୍ୟୁଟି ସହ ମାଆର କର୍ତ୍ତବ୍ୟ ଏକାସାଙ୍ଗରେ କରିଥିବା ସେ କହିଛନ୍ତି। ସେ ଯାହା ବି ହେଉ ଲେଡ଼ି ପୋଲିସ ଅଧିକାରୀଙ୍କ କାର୍ଯ୍ୟକୁ ପୂରା ଦେଶରେ ପ୍ରଶଂସା କରାଯାଉଛି।

Madhya Pradesh MP CM Shivraj Singh Chouhan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ