Chhattisgarh CM’s father arrested
ରାୟପୁର : ଜେଲ ଗଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାପା ନନ୍ଦ କୁମାର ବଘେଲ । ଜାତିଆଣ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଗିରଫ ପରେ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେପ୍ଟେମ୍ବର ୨୧ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମଙ୍ଗଳବାର ଦିନ ନନ୍ଦ କୁମାର ବଘେଲଙ୍କ ଜାମିନ ପାଇଁ କୌଣସି କାଗଜପତ୍ର ଉପସ୍ଥାପନ କରାଯାଇ ନାହିଁ । ସେପଟେ ନନ୍ଦକୁମାର କହିଛନ୍ତି, ଏହା ମୋର ନିର୍ଣ୍ଣାୟକ ଯୁଦ୍ଧ । ମୁଁ ଏହା ବିରୋଧରେ ସୁପ୍ରିମକୋର୍ଟ ଯିବି।
ଉତ୍ତରପ୍ରଦେଶ ଗସ୍ତବେଳେ ନନ୍ଦକୁମାର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ବାସନ୍ଦ କରିବାକୁ କହିଥିଲେ । ଆଉ ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଆଉ ଏନେଇ ତାଙ୍କ ବିରୋଧରେ ରାଜଧାନୀ ରାୟପୁରର ଡିଡି ନଗର ପୋଲିସ ଷ୍ଟେସନରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ଧାର୍ମିକ ଭାବନାକୁ ଆଘାତ ଦେବା ଏବଂ ଦଙ୍ଗା ସୃଷ୍ଟି କରିବା ଅଭିଯୋଗରେ ଭାରତୀୟ ଦଣ୍ଡବିଧି ସଂହିତା ୧୮୬୦ର ଧାରା ୧୫୩A ଏବଂ ୫୦୫-A (B) ଅଧୀନରେ ବାଗେଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।
ତେବେ ନନ୍ଦ କୁମାର ବଘେଲଙ୍କ ଗିରଫଦାରୀକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍ । ସେ କହିଛନ୍ତି ଯେ, ଜଣେ ପୁଅ ଭାବେ ବାପାଙ୍କୁ ନିଶ୍ଚୟ ସମ୍ମାନ ଜଣାଉଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଭାବରେ ବାପାଙ୍କ ଏଭଳି ଭୁଲକୁ ଅଣଦେଖା କରାଯାଇ ପାରିବ ନାହିଁ । ମୋ ସରକାରରେ କୌଣସି ବ୍ୟକ୍ତି ଆଇନର ଉର୍ଦ୍ଧ୍ୱରେ ନୁହଁନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ବାପା ବି ହୁଅନ୍ତୁ ନା କାହିଁକି, ମୋ ସରକାର କୌଣସି ବ୍ୟକ୍ତି ଆଇନର ଉର୍ଦ୍ଧ୍ୱରେ ନୁହଁନ୍ତି ବୋଲି ଟ୍ୱିଟ୍ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ୍ ।
Also Read
ଆଇପିସିର ଧାରା ୧୫୩ ଏବଂ ୧୫୩ଏ ଅନୁସାରେ ଯଦି କୌଣସି ବ୍ୟକ୍ତି ଲିଖିତ କିମ୍ବା ମୌଖିକ ଭାବରେ ବିବୃତ୍ତି ଦିଅନ୍ତି, ଯାହା ସାମ୍ପ୍ରଦାୟିକ ଦଙ୍ଗା, ସମ୍ପ୍ରଦାୟ ମଧ୍ୟରେ ତିକ୍ତତା କିମ୍ବା ଶତ୍ରୁତା ସୃଷ୍ଟି କରେ, ତେବେ ତାଙ୍କୁ ଗିରଫ କରାଯାଇପାରିବ । ଏଥି ସହିତ ଧାରା ୪୦୪ ଅନୁସାରେ ଉତ୍ତେଜନାମୂଳକ ବିବୃତ୍ତି ଦେଇ ସାମାଜିକ ବିଶୃଙ୍ଖଳା ସୃଷ୍ଟି କଲେ, ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହ ଦଣ୍ଡିତ କରାଯାଇପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us