Advertisment

କରୋନାର ଚତୁର୍ଥ ଲହର ମୁକାବିଲା ପାଇଁ ପଞ୍ଜାବ ପୁରା ପ୍ରସ୍ତୁତ: ଭଗୱନ୍ତ ମାନ୍

ମହାମାରୀର ଚତୁର୍ଥ ଲହରକୁ ସାମ୍ନା କରିବାକୁ ରାଜ୍ୟର ମେଡିକାଲ ଏବଂ ପାରା ମେଡିକାଲ କର୍ମଚାରୀମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ପଞ୍ଜାବମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ।

ଅଦ୍ୟତନ ହୋଇଛି
CM bhagwant mann claims government is fully prepared to deal with the fourth wave of covid

CM bhagwant mann claims government is fully prepared to deal with the fourth wave of covid

Advertisment

ଦେଶରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ବ୍ୟାପୁଥିବାରୁ ଏବାକୁ ନେଇ ସଜାଗ ହୋଇଛି ପଞ୍ଜାବ । ମହାମାରୀର ଚତୁର୍ଥ ଲହରକୁ ସାମ୍ନା କରିବାକୁ ରାଜ୍ୟର ମେଡିକାଲ ଏବଂ ପାରା ମେଡିକାଲ କର୍ମଚାରୀମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କହିଛନ୍ତି।

Advertisment

ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ସ୍ତରରେ ୮୭% ତୁଳନାରେ ରାଜ୍ୟରେ ୯୭% ଲୋକଙ୍କୁ କୋଭିଡ ଟୀକାକରଣର ପ୍ରଥମ ଡୋଜ ଏବଂ ୭୬% ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆସରିଛି। ଏହା ବ୍ୟତୀତ ୫.୧୧ ଲକ୍ଷ ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦିଆଯାଇଛି।

ଏହାସହ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ କେବଳ ୧୭୬ଟି ଆକ୍ଟିଭ କେସ୍‌ ରହିଥିବାବେଳେ ପ୍ରତିଦିନ ପ୍ରାୟ ୨୬ ଟି ନୂଆ ମାମଲା ଚିହ୍ନଟ ହେଉଛି । ଏହାସହ କୌଣସି ରୋଗୀର ଅବସ୍ଥା ସଙ୍କଟାପନ୍ନ ନାହିଁ କି କୌଣସି ରୋଗୀଙ୍କୁ ଆଇସିୟୁରେ ମଧ୍ୟ ଭର୍ତ୍ତି କରାଯାଇ ନାହିଁ ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସମ୍ବଳର ଅଭାବ ନାହିଁ। କୋଭିଡ୍‌ ମହାମାରୀର ସମ୍ଭାବ୍ୟ ଚତୁର୍ଥ ଲହରକୁ ରୋକିବା ପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ କୋଭିଡ୍‌ ସ୍ଥିତି ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି । କରୋନାର ମୁକାବିଲା ପାଇଁ ରାଜ୍ୟରେ ଯଥେଷ୍ଟ ପରିମାଣର ଶଯ୍ୟା ଉପଲବ୍ଧ ରହିଛି ତେଣୁ ଆଗାମୀ ଦିନରେ ଯଦିଓ ମାମଲା ବୃଦ୍ଧି ପାଏ ତେବେ ସେଥି ପାଇଁ ରାଜ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଅମୃତସରର ସରକାରୀ ମେଡିକାଲ୍‌ କଲେଜରେ ୧୨୩୬ଟି ବେଡ୍‌ , ପଟିଆଲା ମେଡିକାଲ କଲେଜରେ ୧୪୫୦ଟି ବେଡ୍‌, ଫରିଦକୋଟ ମେଡିକାଲ କଲେଜରେ ୧୦୨୫ଟି ବେଡ୍‌ ରହିଛି । ସେହିପରି ଅମୃତସର, ପଟିଆଲା ଏବଂ ଫରିଦକୋଟରେ ଯଥାକ୍ରମେ ୩୬୦, ୫୬୦ ଏବଂ ୪୦୦ଟି ଅକ୍ସିଜେନ୍‌ ବେଡ୍‌ ରହିଛି । ଏହାସହ ଅମୃତସରରେ ୨୮୦, ପଟିଆଲାରେ ୨୮୦ ଆଇସିୟୁ ବେଡ ରହିଥିବାବେଳେ ଅମୃତସର ୧୬୫ଟି, ପଟିଆଲାରେ ୯୬ ଓ ଫରିଦକୋଟରେ ୧୪୧ଟି ଭେଣ୍ଟିଲେଟର(ଅକ୍ସିଜେନ୍‌) ବେଡ ରହିଛି ।

Advertisment
Punjab Corona Cases Bhagwant Mann Punjab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ