Cloudburst In Sikkim Triggers Flash Floods
ସିକ୍କିମରେ ଭୟଙ୍କର ବନ୍ୟା ପରେ ଏବେ ରେସ୍କ୍ୟୁ ଅପରେସନ ଚାଲିଛି। ଏସବୁ ଭିତରେ ସାମ୍ନାକୁ ଆସିଛି ଦୁଇ ଦିନ ପୂର୍ବେ ଭାସି ଯାଇଥିବା ସେନାର କିଛି ଟ୍ରକ୍ର ଦୃଶ୍ୟ। ବଡ଼ ବଡ଼ ଓ ବିଶାଳ ଟ୍ରକ୍ ଗୁଡ଼ିକ ମାଟିରେ ପୋତି ହୋଇଯାଇଥିବା ଦେଖିବାକୁ ମିଳିଛି। ଏହି ଟ୍ରକ୍ ଗୁଡ଼ିକ ନଦୀ ଗର୍ଭରେ ପୋତି ହୋଇଯାଇଛି।
ସାମ୍ନାକୁ ଆସିଥିବା ଫଟୋରୁ ଜଣାପଡ଼ୁଛି, କେତେ ପ୍ରଖର ଥିଲା ନଦୀର ସ୍ରୋତା ଆଉ ଏଭଳି ସ୍ଥିତିରେ ସେନା ପକ୍ଷରୁ ରେସ୍କ୍ୟୁ ଅପରେସନ୍ କରାଯାଉଛିା ନିଜ ସାଥୀ ଯବାନ ନିଖୋଜ ଅଛନ୍ତି, ତଥାପି ମନୋବଳ ନଭାଙ୍ଗି ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଲାଗିଛନ୍ତି ସେନାର ଯବାନା ଦଉଡ଼ି ସହାୟତାରେ ଏପାଖରୁ ସେପାଖକୁ ନିଆଯାଉଛିା
ନଦୀରେ ଜଳ ସ୍ତର କମିଛି କିନ୍ତୁ ଶହ ଶହ ଟନ୍ର ମାଟି ଅତଡ଼ା ଏବେ ଜମି ରହିଥିବାରୁ ଅନେକ ଜୀବନ ଏହା ମଧ୍ୟରେ ଦବି ରହିଥିବା ଅନୁମାନ କରାଯାଉଛିା ସୂଚନାଥାଉ କି, ସିକ୍କିମ ତିସ୍ତା ନଦୀରେ ଭୟଙ୍କର ବନ୍ୟା ଆସିବା ଫଳରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି।
ଭିନ୍ନ ଭିନ୍ନ ସ୍ଥାନରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ନିଖୋଜ ଅଛନ୍ତି। ଚୁଙ୍ଗଥାଙ୍ଗ ଡ୍ୟାମ୍ ସହ ୧୪ଟି ସେତୁ ଭୁଶୁଡ଼ି ପଡ଼ିଛି, ଅନେକ ରାସ୍ତା ଧୋଇଯାଇଛି। ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି ରାଜଧାନୀ ଗ୍ୟାଙ୍ଗଟକ୍। ବର୍ଷା ବନ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ୩ ହଜାରରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି। ବିଭିନ୍ନ ସ୍ଥାନରେ NDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1696487861.jpg)