Advertisment

ନୂଆବର୍ଷ ସେଲିବ୍ରେସନ୍‌ ବେଳେ ହଙ୍ଗାମା: ଜବରଦସ୍ତ ଯୁବତୀଙ୍କ ସହ ସେଲ୍‌ଫି ଉଠାଉଥିଲେ, ଅଟକାଇବାରୁ ଛେଚିଲେ...

ନୂଆବର୍ଷ ସେଲିବ୍ରେସନ୍‌ ବେଳେ ଯୁବତୀଙ୍କ ସହ ଜବରଦସ୍ତ ସେଲ୍‌ଫି ଉଠାଇବାକୁ ନେଇ ମାର୍‌ପିଟ୍‌ ହୋଇଛି। ପ୍ରଥମେ ପାଟିତୁଣ୍ଡ ପରେ ମାର୍‌ପିଟ୍‌। ଏଥିରେ ୪ ଜଣ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Clash During New Year Celebration In Greater Noida

Clash During New Year Celebration In Greater Noida

Advertisment

ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଗତକାଲି ଦେଶର ବିଭିନ୍ନ ସ୍ଥାନରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ହୋଇଥିଲା। ପରିବାର,ସାଙ୍ଗସାଥୀଙ୍କ ସହ ମିଶି ଡ୍ୟାନ୍ସ, ମଉଜ ମସ୍ତିରେ ଲୋକମାନେ ମସଗୁଲ୍‌ ଥିବାବେଳେ ସେହି ସମୟରେ ଦେଶର ବିଭିନ୍ନ ସ୍ଥାନରେ ଅନେକ ଅଘଟଣ ଘଟିଛି। କେଉଁଠି ହତ୍ୟାକାଣ୍ଡ, ମାର୍‌ପିଟ୍‌ ତ ଆଉ କେଉଁଠି ଦୁର୍ଘଟଣାରେ ଲୋକଙ୍କ ଜୀବନ ଚାଲି ଯାଇଛି। ତେବେ ନୂଆବର୍ଷ ସେଲିବ୍ରେସନ୍‌ ବେଳେ ଯୁବତୀଙ୍କ ସହ ଜବରଦସ୍ତ ସେଲ୍‌ଫି ଉଠାଇବାକୁ ନେଇ ମାର୍‌ପିଟ୍‌ ହୋଇଛି। ପ୍ରଥମେ ପାଟିତୁଣ୍ଡ ପରେ ମାର୍‌ପିଟ୍‌। ଏଥିରେ ୪ ଜଣ ଆହତ ହୋଇଛନ୍ତି। ନୋ‌ଏଡା ସେଣ୍ଟ୍ରାଲ ଜୋନ୍‌ର ସିଟି ଏଭିନ୍ୟୁ ପାର୍କରେ ଏହି ଗଣ୍ଡଗୋଳ ହୋଇଥିଲା। 

Advertisment

ସୂଚନା ଅନୁସାରେ, ଗ୍ରେଟର ନୋଏଡା ୱେଷ୍ଟ୍‌ ସିଟି ଫାଷ୍ଟ୍‌ ଏଭିନ୍ୟୁର ସେଣ୍ଟ୍ରାଲ୍‌ ପାର୍କରେ ନୂଆବର୍ଷ ପାଳନ ପାଇଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ହେଲେ ଏହି ସମୟରେ ଖୁସିର ମାହୋଲ ସେତେବେଳେ ରଣକ୍ଷେତ୍ରରେ ପରିଣତ ହୋଇଥିଲା ଯେତେବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ, କାର୍ଯ୍ୟକ୍ରମ ଚାଲି ଥିବାବେଳେ କିଛି ଲୋକ ତାଙ୍କ ପତ୍ନୀ ଓ ତାଙ୍କ ସାଙ୍ଗଙ୍କ ପତ୍ନୀଙ୍କ ସହ ଜବରଦସ୍ତ ଫଟୋ ଉଠାଇବା ସହ ସେଲ୍‌ଫି ନେବା ପାଇଁ ପ୍ରୟାସ କରିଥିଲେ। ଏହାକୁ ବିରୋଧ କରିବାରୁ ଏଥିରେ ସେମାନେ ରାଗି ଯାଇ ପାଟିତୁଣ୍ଡ କରିବା ସହ ମାର୍‌ପିଟ୍‌ କରିଥିଲେ। 

ମାର୍‌ପିଟ୍‌ରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍‌ ୨ ଜଣ ବ୍ୟକ୍ତିଙ୍କୁ ହେପାଜତକୁ ନେଇ ପଚରାଉଚରା ଚଳାଇଛଇ। 

Advertisment
New Year New Year Celebrations
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ