Advertisment

ଅମଲାତନ୍ତ୍ର ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଆଚରଣରେ ଅସନ୍ତୁଷ୍ଟ ଚିଫ୍ ଜଷ୍ଟିସ୍

ଅମଲାତନ୍ତ୍ର ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଆଚରଣରେ ଖୁସି ନୁହଁନ୍ତି ଚିଫ୍ ଜଷ୍ଟିସ୍ । ଦେଶର ଅମଲାତନ୍ତ୍ର ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କ ମନୋଭାବକୁ ନେଇ ପ୍ରଧାନ ବିଚାରପତି ଏନ.ଭି ରାମଣାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପୁଣି ଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଅଦ୍ୟତନ ହୋଇଛି
CJI NV Ramana

CJI NV Ramana

Advertisment

ନୂଆଦିଲ୍ଲୀ : ଅମଲାତନ୍ତ୍ର ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଆଚରଣରେ ଖୁସି ନୁହଁନ୍ତି ଚିଫ୍ ଜଷ୍ଟିସ୍ । ଦେଶର ଅମଲାତନ୍ତ୍ର ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କ ମନୋଭାବକୁ ନେଇ ପ୍ରଧାନ ବିଚାରପତି ଏନ.ଭି ରାମଣାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପୁଣି ଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ବଡ଼ ବଡ଼ ଅଧିକାରୀଙ୍କ ଆପତ୍ତିଜନକ ଆଚରଣ ଏବଂ ମନୋଭାବକୁ ନେଇ ତାଙ୍କ ମନରେ ମଧ୍ୟ ଅସନ୍ତୋଷ ରହିଛି ବୋଲି କହିଛନ୍ତି । ଏହି ଭେଦଭାବ ସମ୍ପର୍କରେ ସେ ଅନେକ କିଛି କରିବାକୁ ଚାହୁଁଥିଲେ, କିନ୍ତୁ ସୀମା ଓ ମର୍ଯ୍ୟାଦା କାରଣରୁ ଏହା ସମ୍ଭବ ହୋଇପାରି ନଥିଲା ।

Advertisment

ଛତିଶଗଡ଼ର ନିଲମ୍ବିତ ଅତିରିକ୍ତ ମହାନିର୍ଦ୍ଦେଶକ ଗୁରୁଜିନ୍ଦର ପାଲ ସିଂଙ୍କ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଛନ୍ତି, ମୁଁ ଏସମ୍ପର୍କରେ କୌଣସି ଟିକାଟିପ୍ପଣୀ କରିବାକୁ ଚାହୁଁନାହୁଁ । ଦେଶରେ ଅମଲାତନ୍ତ୍ର ଏବଂ ପୋଲିସ କର୍ମଚାରୀଙ୍କ ମନୋଭାବ କିପରି ରହିଛି ତାହା ସମସ୍ତଙ୍କୁ ଜଣା, କାହାକୁ ଅଛପା ନାହିଁ । ତେବେ ଏନେଇ ଏକ ସ୍ଥାୟୀ କମିଟି ଗଠନ କରାଯାଉ ବୋଲି ମୁଁ ଅତୀତରେ ସ୍ଥିର କରିଥିଲା । ଆଉ ସେହି ସେହି ସ୍ଥାୟୀ କମିଟି ବ୍ୟୁରୋକ୍ରାଟଙ୍କ ବିରୋଧରେ ଆସୁଥିବା ଅତ୍ୟାଚାର ଏବଂ ଅନ୍ୟାନ୍ୟ ଅଭିଯୋଗର ଯାଂଚ କରିବ, କିନ୍ତୁ ବର୍ତ୍ତମାନ ମୁଁ ସେପରି କରିବାକୁ ଚାହୁଁନାହିଁ ।

Advertisment

ଏପଟେ ଛତିଶଗଡ଼ର ନିଲମ୍ବିତ ଏଡିଜି ଗୁରୁଜିନ୍ଦର ପାଲ ସିଂଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । କୋର୍ଟ ନିଲମ୍ବିତ ADG ଙ୍କୁ ଦୁଇଟି ମାମଲାରେ ୮ ସପ୍ତାହ ପାଇଁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ରୋକ୍ ଲଗାଇଛନ୍ତି । ତେବେ ତୃତୀୟ ମାମଲାରେ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ମାମଲା ହାଇକୋର୍ଟରେ ଚାଲୁଥିବାରୁ ନିଷ୍ପତ୍ତି ମଧ୍ୟ ହାଇକୋର୍ଟ ନେବ ବୋଲି ନିଷ୍ପତ୍ତି ଶୁଣାଇଛନ୍ତି ପ୍ରଧାନ ବିଚାରପତି ଏନ.ଭି jରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ । ସୂଚନାଯୋଗ୍ୟ ନିଲମ୍ବିତ ଏଡିଜି ଗୁରୁଜିନ୍ଦର ପାଲଙ୍କ ବିରୋଧରେ ବେଆଇନ ସମ୍ପତ୍ତି, ଚୋରା ଚାଲାଣ ଏବଂ ଦେଶଦ୍ରୋହ ମାମଲା ଆଦି ରହିଛି ।

Bureaucracy Police Officers CJI NV Ramana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ