Advertisment

ଭ୍ୟାକ୍ସିନ୍‌ ନେଲେ ଏଠାରେ ମିଳୁଛି ମାଗଣା ଖାଇବା

କରୋନା ଭ୍ୟାକ୍ସିନ୍‌ ନେବା ବ୍ୟକ୍ତିଙ୍କୁ ଦିଆଯାଉଛି ମାଗଣା ଖାଦ୍ୟ...ଜାଣନ୍ତୁ କେଉଁଠି....

ଅଦ୍ୟତନ ହୋଇଛି
chole bhature is available here for free to those who take the third dose of covid vaccine

chole bhature is available here for free to those who take the third dose of covid vaccine

Advertisment

ଭ୍ୟାକ୍ସିନ୍ ନିଅନ୍ତୁ, ଖାଆନ୍ତୁ ମାଗଣା ଖାଦ୍ୟ । ଲୋକଙ୍କୁ କୋଭିଡ୍‌ ଭ୍ୟାକ୍ସିନ୍ ଦେବା ଉଦ୍ଦେଶ୍ୟରେ ଏହିପରି ବ୍ୟବସ୍ଥା କରାଯାଇଛି । ଯେଉଁଠି ଭ୍ୟାକ୍ସିନ୍‌ ନେଲେ ମିଳୁଛି ମାଗଣା ଖାଦ୍ୟ । ଏହା କେଉଁ ଧନୀ ବ୍ୟକ୍ତି କିମ୍ୱା ସରକାରୀ ସ୍କିମ୍‌ ନୁହେଁ ବରଂ ଜଣେ ଷ୍ଟ୍ରିଟ୍‌ ଫୁଡ୍‌ ବିକ୍ରେତା ଏହି ନିଆରା ଉପାୟ ଆପଣାଇଛନ୍ତି । ଫଳରେ ଲୋକେ ଭ୍ୟାକ୍ସିନ୍ ନେବାକୁ ଆଗ୍ରହୀ ହେବେ ।

Advertisment

ଚଣ୍ଡିଗଡ଼ର ଜଣେ ଷ୍ଟ୍ରିଟ୍‌ ଫୁଡ୍‌ ବିକ୍ରେତା COVID-19 ଟିକା ନେଉଥିବା ବ୍ୟକ୍ତିଙ୍କୁ ମାଗଣାରେ ଛୋଲେ ଭଟୁରେ ବାଣ୍ଟୁଛନ୍ତି । ଏମିତିକି ପ୍ରାୟ ଏକ ବର୍ଷ ହେବ ସେ ଏହିପରି ଟିକା ନେବା ବ୍ୟକ୍ତିଙ୍କୁ ମାଗଣା ଛୋଲେ ଭଟୁରେ ଦେଇଥିଲେ । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କର ଖୁବ୍‌ ପ୍ରଶଂସା କରିଥିଲେ ।

ତୃତୀୟ ଡୋଜ୍‌ କୋଭିଡ ଟୀକାକରଣର ମନ୍ଥର ଗତିରେ ହେଉଥିବାରୁ ଏହାକୁ ନେଇ ସେ ଚିନ୍ତିତ ତେଣୁ ୪୫ ବର୍ଷିୟ ସଞ୍ଜୟ ରାଣା ଲୋକଙ୍କୁ ଟିକା ନେବାକୁ ଉତ୍ସାହିତ କରିବା ପାଇଁ ମାଗଣା ଛୋଲେ ଭଟୁରେ ବାଣ୍ଟୁଛନ୍ତି । ଯାହାକୁ ନେଇ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା ମଧ୍ୟ କରିଥିଲେ ।

Advertisment

ଷ୍ଟ୍ରିଟ୍‌ ଫୁଡ୍‌ ବିକେତ୍ରାଙ୍କୁ ପ୍ରଶଂସା କରି ମୋଦି କହିଛନ୍ତି ଯେ, ସଞ୍ଜୟ ରାଣାଙ୍କ ଛୋଲେ ଭଟୁରେକୁ ମାଗଣାରେ ଖାଇବାକୁ ହେଲେ ଆପଣଙ୍କୁ ଟିକାନେବା ପ୍ରମାଣପତ୍ର ଦେଖାଇବାକୁ ପଡିବ । ତାଙ୍କୁ ଭ୍ୟାକ୍ସିନ୍‌ ସାର୍ଟିଫିକେଟ୍ ଦେଖାଇବା ମାତ୍ରେ ସେ ତୁମକୁ ମାଗଣାରେ ସୁସ୍ୱାଦୁ ଛୋଲେ ଭଟୁରେ ଖାଇବାକୁ ଦେବେ ।

ଦୀର୍ଘ ୧୫ ବର୍ଷ ଧରି ଷ୍ଟଲ୍ ଚଳାଉଥିଲେ ରାଣା :-

ତାଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ହେଲେ ସେବା ଭାବନା ଆବଶ୍ୟକ ରହିବା ନିହାତି ବୋଲି କୁହାଯାଇଥାଏ । ଯାହାକୁ ଆମ ଭାଇ ସଞ୍ଜୟ ବାସ୍ତବରେ ପ୍ରମାଣିତ କରି ଦେଖାଇଛନ୍ତି ।’ ତେବେ ରାଣା ସାଇକେଲରେ ଏକ ଷ୍ଟଲ୍ ସ୍ଥାପନ କରି ଛୋଲେ ଭଟୁରେ ବିକ୍ରି କରନ୍ତି । ସେ ଗତ ୧୫ ବର୍ଷ ଧରି ଏହି ଷ୍ଟଲ୍ ଚଳାଉଛନ୍ତି ବୋଲି କହିଛନ୍ତି ସଞ୍ଜୟ ।

Advertisment

ନ୍ୟୁଜ୍ ଏଜେନ୍ସି PTIର ରିପୋର୍ଟ ଅନୁଯାୟୀ, ସଞ୍ଜୟ କହିଛନ୍ତି, ‘ଯେଉଁମାନେ ତୃତୀୟ ଡୋଜ୍‌ ଟିକା ନେଇଛନ୍ତି ସେମାନେ ପ୍ରମାଣ ଦେଖାଇଲେ ତାଙ୍କୁ ମୁଁ ମାଗଣାରେ ଛୋଲେ ଭଟୁରେ ଦେଉଛି । ଟିକା ନେଇଥିବା ବ୍ୟକ୍ତି ବିନା କୌଣସି ସଂକୋଚରେ ଏହି ଷ୍ଟଲ୍‌କୁ ଆସନ୍ତୁ । ଦେଶର ଅନେକ ସ୍ଥାନରେ ସଂକ୍ରମଣର ସାମାନ୍ୟ ବୃଦ୍ଧି ହୋଇଥିବାର ଦେଖିବାକୁ ମିଳିଛି । ପରିସ୍ଥିତି ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଆମେ କାହିଁକି ଅପେକ୍ଷା କରିବା ? ଏପ୍ରିଲ୍-ମେ ୨୦୨୧ ରେ ଯେଉଁ ପରିସ୍ଥିତି ଉପୁଜିଥିଲା, ସେଥିରୁ ଆମେ ଏକ ଶିକ୍ଷା ଗ୍ରହଣ କରିବା ଉଚିତ୍ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଯେତେବେଳେ ପ୍ରଧାନମନ୍ତ୍ରୀ 'ମନ କି ବାତ୍‌' ରେ ମୋର ନାମ ଉଲ୍ଲେଖ କରିଥିଲେ ସେତେବେଳେ ଏହା ମୋ ପାଇଁ ଗୌରବର ବିଷୟ ହୋଇଥିଲା’ ।

Free Food India Covid Vaccination Drive PM Modi COVID Vaccination
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ