Advertisment

ଲଦାଖରେ ଚୀନର ସୀମା ଅତିକ୍ରମଣ ପ୍ରସଙ୍ଗ : କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍

ରାହୁଲ ସୀମା ନେଇ ମନ୍ତବ୍ୟ ଦେବା ପରେ ଏହାକୁ ନାପସନ୍ଦ କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ

Rahul Gandhi

Rahul Gandhi

Advertisment

ଲଦାଖରେ ଚୀନର ସୀମା ଅତିକ୍ରମଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍ । ସୀମା ଅତିକ୍ରମଣ କରିଛି ଚୀନ୍। ସ୍ଥାନୀୟ ଲୋକେ ଏକଥା କହୁଛନ୍ତି ବୋଲି ଲଦାଖର ପେଙ୍ଗଙ୍ଗ ହ୍ରଦ ନିକଟରେ କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଭାରତର ଅନେକ ଅଂଚଳକୁ ଚୀନ ନିଜ ଅକ୍ତିଆରକୁ ନେଇ ସାରିଛି। ହେଲେ ସରକାର କହୁଛନ୍ତି ଚୀନ ଇଞ୍ଚେ ଜାଗା ନେଇ ନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାହୁଲ କହିଛନ୍ତି।

Advertisment

ସତ ଜାଣିବା ପାଇଁ ଆଗକୁ ସେ ସୀମା ସଲଗ୍ନ ବିଭିନ୍ନ ଅଂଚଳ ବୁଲି ସ୍ଥିତି ପରଖିବେ ବୋଲି କହିଛନ୍ତି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାହୁଲ ବାରମ୍ବାର ଦେଶକୁ ବଦନାମ କରୁଛନ୍ତି । ରାହୁଲଙ୍କ ଚୀନ ସହ ସମ୍ପର୍କ ଦେଶବାସୀଙ୍କୁ ଜଣାଅଛି।ସେ ଲଦାଖ ବୁଲିବାକୁ ଯାଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ...

ସେପଟେ ରାହୁଲ ସୀମା ନେଇ ମନ୍ତବ୍ୟ ଦେବା ପରେ ଏହାକୁ ନାପସନ୍ଦ କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ । ଆମ ଜମି ଚୀନ ନେଇଯାଇଥିବା ରାହୁଲ କହିବା ଠିକ୍ ନୁହେଁ । ସୀମାରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଏଭଳି ବୟାନ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।

Advertisment
Rahul Gandhi China Ladakh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ