Advertisment

ଫୋନ ପାଇଁ ଡ୍ୟାମ୍‌ ଶୁଖାଇଥିବା ବାବୁଙ୍କ ମୁଣ୍ଡରେ ଚଡ଼କ, ଏବେ ଦେବେ ୨୧ ଲକ୍ଷ ଲିଟର ପାଣିର ମୂଲ୍ୟ

ପାଣି ଶୁଖାଇବା ଘଟଣା ପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସେ ଅପଚୟ କରିଥିବା ପାଣିର ମୂଲ୍ୟ ବହନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଦ୍ୟତନ ହୋଇଛି
water

water

Advertisment

ଦାମୀ ଫୋନ୍‌ ପାଇଁ ଡ୍ୟାମ୍‌ରୁ ପାଣି ଖଲାସ କରିଥିବା ବାବୁଙ୍କ ମୁଣ୍ଡରେ ଚଡ଼କ । ଏବେ ପାଣି ନଷ୍ଟ କରି ସମସ୍ତ ଖର୍ଚ୍ଚ ବହନ କରିବେ । ଛତିଶଗଡ଼ରେ ସାମାନ୍ୟ ଏକ ଫୋନ୍‌ ପାଇଁ ଘଟିଥିଲା ଅଜବ ଘଟଣା ।  ଜଣେ ସରକାରୀ ଅଧିକାରୀ ସେଲଫି ନେବାବେଳେ ଡ୍ୟାମ୍‌ରେ ଫୋନ୍‌ ପଡ଼ିଯିବାରୁ ପୂରା ଡ୍ୟାମ୍‌ ଶୁଖାଇ ଦେଇଥିଲେ । ୩ ଦିନ ଧରି ମୋଟର୍‌ ଲଗାଇ ଡ୍ୟାମ୍‌ରୁ ୨୧ ଲକ୍ଷ ଲିଟର ପାଣି ବାହାର କରିଦେବା ପରେ ବାବୁଙ୍କ ମିଳିଥିଲା । ହେଲେ ତାଙ୍କର ଏଭଳି କାମ ପାଇଁ ଅଭିଯୋଗ ହେବାରୁ ସେ ନିଲମ୍ବିତ ହୋଇଛନ୍ତି । ଆଉ ଏବେ ତାଙ୍କୁ ୨୧ ଲକ୍ଷ ଲିଟର୍‌ ପାଣିର ମୂଲ୍ୟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଛତିଶଗଡ଼କାଙ୍କେର ଜିଲ୍ଲା କୋଇଲିବେଡ଼ା ବ୍ଲକ୍‌ର ଖାଦ୍ୟ ନିରୀକ୍ଷକ ଅଧିକାରୀ ରାଜେଶ ବିଶ୍ୱାସ । ସାଙ୍ଗ ମାନଙ୍କ ସହ ମିଶି ମେ ୨୧ରେ ‌ପଙ୍ଖାଜୁରର ପରାଲକୋଟ ଡ୍ୟାମ୍‌କୁ ବୁଲିବା ପାଇଁ ଯାଇଥିଲେ ଏହି ୩୨ ବର୍ଷିୟ ସରକାରୀ ବାବୁ । ହେଲେ ସେଲ୍ଫି ନେବା ସମୟରେ ତାଙ୍କର ୯୫ ହଜାର ଟଙ୍କା ମୂଲ୍ୟର ସାମସଙ୍ଗ ଏସ୍‌-୨୩ ଫୋନ୍‌ ୧୦ ଫୁଟ୍‌ ଗଭୀର ଜଳାଶୟକୁ ଖସି ପଡ଼ିଥିଲା । ଫୋନ୍‌ ପାଣିରେ ଖସିପଡ଼ିବା ପରେ ତାଙ୍କ ସାଙ୍ଗସାଥୀ ଓ ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ଅନେକ ଖୋଜାଖୋଜି ପରେ ମଧ୍ୟ ବାବୁଙ୍କର ଫୋନ୍‌ ମିଳିନଥିଲା । ଶେଷରେ ଖାଦ୍ୟ ନିରୀକ୍ଷକଙ୍କ ମୁଣ୍ଡକୁ ଏକ ଦୁର୍ବୁଦ୍ଧି ଜୁଟିଥିଲା ।

ତା’ପର ଦିନ ଜଳସେଚନ ବିଭାଗ ଫୋନ୍‌ କେମିତି କାଢ଼ିହେବ ସେନେଇ ଆଲୋଚନା କରିଥିଲେ । ଜଣେ ବରିଷ୍ଠ ଅଧିକାରୀ ଡ୍ୟାମ୍‌ରୁ ପାଣି ଖାଲି କରିବା ପାଇଁ ତାଙ୍କୁ ଅନୁମତି ମଧ୍ୟ ଦେଇଥିଲେ । ଆଉ ତା’ପରେ ଆରମ୍ଭ ହୋଇଥିଲା ଡ୍ୟାମ୍‌ରୁ ପାଣି ଶୁଖାଇବା କାମ ।

Advertisment

ସୋମବାର ସନ୍ଧ୍ୟାରୁ ଡ୍ୟାମ୍‌ରୁ ପାଣି ଖାଲି କରିବା ଆରମ୍ଭ ହେଲା । ଗୁରୁବାର ପର୍ଯ୍ୟନ୍ତ ଡ୍ୟାମ୍‌ରୁ ୨୧ ଲକ୍ଷ ଲିଟର ପାଣି ଖାଲି କରାଯାଇଥିଲା । ୧୫୦୦ ଏକର ଚାଷଜମିକୁ ଜଳସେଚନ ପାଇଁ ଏତିକି ପାଣି ଯଥେଷ୍ଟ ହୋଇଥା’ନ୍ତା । ଏନେଇ ଅଭି‌ଯୋଗ ହେବାପରେ ଜଳସମ୍ପଦ ବିଭାଗର ଜଣେ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ପାଣି ଖାଲି କରିବା କାର୍ଯ୍ୟ ବନ୍ଦ କରାଯାଇଥିଲା । ହେଲେ ସେତେବେଳକୁ ଡ୍ୟାମ୍‌ରୁ ୨୧ ଲକ୍ଷ ଲିଟର ପାଣି ଖାଲି ହୋଇସାରିଥିଲା ।

ଏହି ଘଟଣା ପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସେ ଅପଚୟ କରିଥିବା ପାଣିର ମୂଲ୍ୟ ବହନ କରିବାକୁ  ନିର୍ଦ୍ଦେଶ ହୋଇଛି । ଏହି ଆଧାରରେ ଖାଦ୍ୟ ନିରୀକ୍ଷକ ଅଧିକାରୀଙ୍କୁ ୫୩ହଜାର ଟଙ୍କାର ଜରିମାନା ଆଦାୟ ପାଇଁ ନୋଟିସ ଜାରି କରାଯାଇଛି ।

Advertisment
Chattisgarh Officer Reservoir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ