Chhattisgarh Man Seen Carrying Daughter's Body For 10 Km
ଶବ ବୋହିବା ଲାଗି ମେଡିକାଲରେ ମିଳିଲାନି ଆମ୍ବୁଲାନ୍ସ ଆଉ ନିଜ ମୃତ ଶିଶୁ କନ୍ୟାକୁ ୧୦ କିଲୋମିଟର କାନ୍ଧରେ ବୋହି ଘରକୁ ଆଣିଲା ବାପା। ଛତିଶଗଡ଼ରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ବାପା ନିଜ କାନ୍ଧରେ ଝିଅର ଶବକୁ ୧୦ କିଲୋମିଟର ବୋହିନେବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ସେସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ଛତିଶଗଡ଼ର ସୁରୁଗୁଜା ଜିଲ୍ଲା ଆମ୍ବଦଳା ଗ୍ରାମର ଇଶ୍ୱର ଦାସଙ୍କ ୭ ବର୍ଷର ଶିଶୁ କନ୍ୟା ୭ ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ । ଚିକିତ୍ସା ଲାଗି ବାପା ତାଙ୍କୁ ଲଖନପୁର କମ୍ୟୁନିଟି ହେଲଥ୍ ସେଣ୍ଟରକୁ ନେଇଥିଲେ। ଝିଅଟିର ଅକ୍ସିଜେନ୍ ଲେବଲ ୬୦ ଥିବାବେଳେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଶୁକ୍ରବାର ସକାଳ ୭.୩୦ ମୃତ୍ୟୁ ହୋଇଥିଲା।
ଦୀର୍ଘ ୨ ଘଣ୍ଟା ଅପେକ୍ଷା ପରେ ବି ଆମ୍ବୁଲାନ୍ସ ଆସିନଥିଲା । ଶେଷରେ ବାଧ୍ୟ ହୋଇ ବାପା ନିଜ ଝିଅର ଶବକୁ ୧୦ କିଲୋମିଟର ବୋହ ନିଜ ଗାଁ ଆମ୍ବଦଳାକୁ ଆଣିଥିଲା।
ଅନ୍ୟପକ୍ଷେ, ଗାଡ଼ି ଆସିବ ଆଉ ଶବ ନେବ ବୋଲି ଇଶ୍ୱରଙ୍କୁ କୁହାଯାଇଥିଲା ହେଲେ ସେ ଅପେକ୍ଷା କରିନଥିଲେ ବୋଲି ମେଡିକାଲ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି ।
ତେବେ ଆଗାମୀ ଦିନରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ ସ୍ୱାସ୍ଥ୍ୟ ବିଭାଗକୁ କଡ଼ା ଚେତାବନୀ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648286175.jpg)