Advertisment

ବିମାନବନ୍ଦର ଚଟାଣରେ ବସିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ

ବିମାନବନ୍ଦରର ତଳେ ବସିଲେ ଛତିଶଗଡର ମୁଖ୍ୟ ଭୁପେଶ ବଘେଲ୍ । ଲଖିମ୍‌ପୁର ଖିରିରେ କୃଷକଙ୍କ ମୃତ୍ୟୁ ପରେ ଛତିଶଗଡର ମୁଖ୍ୟ ଭୁପେଶ ବାଗେଲ ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିଥିଲେ ।

ଅଦ୍ୟତନ ହୋଇଛି
Bhupesh Baghel sitting on the ground at Lucknow airport said I am being stopped from going to Lakhim

Bhupesh Baghel sitting on the ground at Lucknow airport said I am being stopped from going to Lakhim

Advertisment

ଲକ୍ଷ୍ନୌ :  ବିମାନବନ୍ଦରର ତଳେ ବସିଲେ ଛତିଶଗଡର ମୁଖ୍ୟ ଭୁପେଶ ବଘେଲ୍ । ଲଖିମ୍‌ପୁର ଖିରିରେ କୃଷକଙ୍କ ମୃତ୍ୟୁ ପରେ ଛତିଶଗଡର ମୁଖ୍ୟ ଭୁପେଶ ବାଗେଲ ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିଥିଲେ ।  ସେଠାରେ ପହଞ୍ଚିବା ପରେ ପୋଲିସ୍‌ ସୁରକ୍ଷା କର୍ମଚାରୀମାନେ ତାଙ୍କୁ ବାହାରକୁ ଯିବାକୁ ଅଟକାଇ ଥିଲେ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଏୟାରପୋର୍ଟରେ ହିଁ ଧାରଣାରେ ବସିଗଲେ । ଯାହାକୁ ନେଇ ସେ ଏକ ଟ୍ୱିଟ୍‌ ମଧ୍ୟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, ବିନା କୌଣସି ଆଦେଶରେ ପୋଲିସ୍‌ ର୍ମଚାରୀ ମାନେ ତାଙ୍କୁ ବାହାରକୁ ଯିବାକୁ ରୋକିଛନ୍ତି । ଏହାସହ ସେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯୋଉଁଥିରେ ସେ ବିମାନବନ୍ଦରର ଭୂମିରେ ବସିଥିବାବେଳେ ତାଙ୍କ ପାଖଆଖରେ ପୋଲିସ୍‌ କର୍ମଚୀରୀ ଏବଂ ସୁରକ୍ଷା କର୍ମୀମାନେ ଠିଆ ହୋଇଛନ୍ତି ।

Advertisment

ନିଜ ଫଟୋ ସେୟାର କରି ସେ ଲେଖିଛନ୍ତି, ‘ବିନା କୌଣସି ନିର୍ଦ୍ଦେଶାଦେଶରେ ମୋତେ ଲକ୍ଷ୍ନୌ ଏୟାରପୋର୍ଟରୁ ବାହାରକୁ ଯିବା ପାଇଁ ପ୍ରତିବନ୍ଧକ ଲଗାଉଛନ୍ତି’ । ଏହାସହ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସୁରକ୍ଷା କର୍ମୀମାନେ ତାଙ୍କୁ ବିମାନବନ୍ଦରରୁ ବାହାରିବାରେ ଅଟକାଉଥିବାର ଦେଥଖିବାକୁ ମିଳିଛି । ଏହି ସମୟରେ ସୁରକ୍ଷା କର୍ମୀଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦିଆଯାଉଛି। ଭିଡିଓରେ ସିଏମ ବାଗେଲ ସୁରକ୍ଷା କର୍ମୀଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଏହି ସମୟରେ ସେ ସୁରକ୍ଷା କର୍ମୀଙ୍କୁ ପ୍ରଶ୍ନ କରିଛନ୍ତି ଯେ ମୋତେ କାହିଁକି ଅଟକାଯାଉଛ?

Advertisment
Bhupesh Baghel Chhattisgarh CM Bhupesh Baghel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ