Chhattisgarh boy trapped in 80-foot-deep borewell rescued after 104 hours
ରେସ୍କ୍ୟୁ ଟିମ୍ଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ୧୦୪ ଘଣ୍ଟା ପରେ ୮୦ ଫୁଟ୍ ଗଭୀର ବୋରୱେଲ୍ ଗର୍ତ୍ତ ଭିତରୁ ସୁରକ୍ଷିତ ଭାବେ ୧୦ ବର୍ଷର ବାଳକ ରାହୁଲ ଉଦ୍ଧାର ହୋଇଛି। ଦୀର୍ଘ ୫ ଦିନ ପରେ ରାହୁଲକୁ ସୁରକ୍ଷିତ ଭାବେ ବୋରୱେଲ୍ ଗର୍ତ୍ତ ଭିତରୁ ଉଦ୍ଧାର କରାଯାଇଛି। ରେସ୍କ୍ୟୁ ଟିମ୍ର ଏଭଳି କାର୍ଯ୍ୟ ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି। ଅପରେସନ ‘ଜିନ୍ଦେଗୀ’ର ସଫଳତା ପାଇଁ ସମସ୍ତ ରେସ୍କ୍ୟୁ ଟିମ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।
NDRF, SDRF, ଛତିଶଗଡ଼ ପୋଲିସ, ଭାରତୀୟ ସେନା ଏବଂ ଜାଞ୍ଜଗିର ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏହା ସଫଳ ହୋଇଛି । ଏହି ଅପରେସନ ପୁରା ଦେଶ ପାଇଁ ଏକ ମିଶାଲ। ଏଭଳି ଅପରେସନ ସଫଳ କରି ଛତିଶଗଡ଼ ଆଜି ଇତିହାସ ରଚିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଉଦ୍ଧାର ସମୟରେ ଜାଞ୍ଜଗିର-ଚାମ୍ପା ଜିଲ୍ଲାପାଳଙ୍କ ସହ ଫୋନ୍ ଯୋଗେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ ।
ରାହୁଲକୁ ଉଦ୍ଧାର ସମୟର ଟିକ୍ନିଖି ତଥ୍ୟ ଜିଲ୍ଲାପାଳଙ୍କ ଠାରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। ଉଦ୍ଧାର ବେଳେ ବୋର୍ୱେଲ୍ ଭିତରେ ଏକ ସାପ ଏବଂ ଏକ ବେଙ୍ଗ ମଧ୍ୟ ରାହୁଲ ସହ ଥିଲା ବୋଲି ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଏସବୁ ସତ୍ତ୍ୱେ ମଧ୍ୟ ରାହୁଲକୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ୧୦୪ ଘଣ୍ଟା ଧରି ସାପ ଏବଂ ଏକ ବେଙ୍ଗ ରାହୁଲ ସହ ଥିଲେ ମଧ୍ୟ ସେ ବିଚଳିତ ହୋଇନଥିଲା। ରାହୁଲର ସାହସିକତାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି କାମନା କରିଛନ୍ତି।
माना कि चुनौती बड़ी थी
हमारी टीम भी कहाँ शांत खड़ी थीरास्ते अगर चट्टानी थे
तो इरादे हमारे फौलादी थेसभी की दुआओं और रेस्क्यू टीम के अथक, समर्पित प्रयासों से राहुल साहू को सकुशल बाहर निकाल लिया गया है।
वह जल्द से जल्द पूर्ण रूप से स्वस्थ हो, ऐसी हमारी कामना है। pic.twitter.com/auL9ZMoBP7
— Bhupesh Baghel (@bhupeshbaghel) June 14, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655267819.jpg)