Advertisment

ଛତିଶଗଡ଼ରେ ପୁଣି ବଡ଼ ଏନକାଉଣ୍ଟର; ୧୨ ମାଓବାଦୀ ନିହତ

ସୁକମା, ଦନ୍ତେୱାଡା, ବିଜାପୁର ଆଦି ୩ ଜିଲ୍ଲା ପୋଲିସ ସହ CRPF ର କୋବ୍ରା ଯବାନଙ୍କ ମିଳିତ ଅପରେସନରେ ମିଳିଛି ଏହି ସଫଳତା।

Maoist Killed

Maoist Killed

Advertisment

ଛତିଶଗଡ଼ରେ ପୁଣି ଏକ ବଡ଼ ଏନକାଉଣ୍ଟର। ଗଙ୍ଗଲୁର ଥାନା ପିଡ଼ିଆ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଛନ୍ତି ୧୨ ଜଣ ମାଓବାଦୀ। ସୁକମା, ଦନ୍ତେୱାଡା, ବିଜାପୁର ଆଦି ୩ ଜିଲ୍ଲା ପୋଲିସ ସହ CRPF ର କୋବ୍ରା ଯବାନଙ୍କ ମିଳିତ ଅପରେସନରେ ମିଳିଛି ଏହି ସଫଳତା। ୩ ଜିଲ୍ଲାର SPଙ୍କ ସମେତ ବସ୍ତର DIG ଏବଂ IG ଏହି ଅପରେସନକୁ ନିୟନ୍ତ୍ରଣ କରୁଥିଲେ।

Advertisment

ବର୍ତ୍ତମାନ ଏହି ଘଟଣା ପରେ ପିଡ଼ିଆ ଜଙ୍ଗଲରେ ଜାରି ରହିଛି ଜୋରଦାର ଅପରେସନ୍। ତା’ସହ ସର୍ଚ୍ଚ ଅପରେସନ୍ ବି ଜାରି ରହିଛି। ତେଣୁ ମୃତାହତ ମାଓବାଦୀଙ୍କ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ଥିବା କହିଛି ଛତିଶଗଡ଼ ପୋଲିସ। ପିଡ଼ିଆ ଜଙ୍ଗଲରେ ୩୦ରୁ ୪୦ ଜଣ ନକ୍ସଲ ଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ସେମାନେ ସେଠାରେ କିଛି ଦିନ ହେବ କ୍ୟାମ୍ପ କରି ରହିଥିଲେ।

ବିଶେଷ ସୂତ୍ରରୁ ଖବର ପାଇବା ପରେ ସୁକମା, ଦନ୍ତେୱାଡା ଓ ବିଜାପୁର ଆଦି ତିନି ଜିଲ୍ଲାର ପୋଲିସ ସହିତ CRPFର କୋବ୍ରା ଯବାନମାନେ ମିଳିତ ଭାବେ ଏହି ବଡ଼ ଧରଣର ଅପରେସନ କରିଥିଲେ। ବସ୍ତର ପୋଲିସ୍ ଆଇଜି ସୁନ୍ଦରରାଜ ପି. ଙ୍କ ନେତୃତ୍ୱରେ ଏହି ଅପରେସନ ହୋଇଥିଲା। ସେହିଭଳି ତିନି ଜିଲ୍ଲାର SPଙ୍କ ସମେତ ବସ୍ତର DIG ଏହି ଅପରେସନ ଉପରେ ନଜର ରଖିଥିଲେ। 

Advertisment

ମୃତ ନକ୍ସଲଙ୍କଠାରୁ ଅତ୍ୟାଧୁନିକ ବନ୍ଧୁକ ମିଳିଛି। ଆହୁରି ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଛି। ସେଥିରୁ ଅନୁମାନ କରାଯାଉଛି ଯେ ସେମାନେ କ୍ୟାଡର ନକ୍ସଲ ହୋଇଥିବେ। ଗତ ଏପ୍ରିଲ ୧୬ ତାରିଖରେ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ହୋଇଥିବା ଏନକାଉଣ୍ଟର୍‌ରେ ପ୍ରାଣ ହରାଇଥିଲେ ୨୯ ନକ୍ସଲ। ସେହି ନିହତ ନକ୍ସଲଙ୍କ ମଧ୍ୟରେ ଥିଲେ ସଂଗଠନର ଟପ କମାଣ୍ଡର ଶଙ୍କର ରାଓ। ତା’ ମୁଣ୍ଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଗତ ଦୁଇ ତିନି ମାସ ଭିତରେ ଛତିଶଗଡ଼ରେ ଏନ୍‌କାଉଣ୍ଟରେ ପ୍ରାୟ ୮୦ ନକ୍ସଲ ନିହତ ହୋଇସାରିଲେଣି। 

Maoist Killed Chattisgarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ