Advertisment

ପ୍ରବଳ ବର୍ଷାରେ ବେହାଲ ଚେନ୍ନାଇ : ୧୪ ଜଣଙ୍କ ଗଲାଣି ଜୀବନ

ବର୍ଷା ପାଇଁ ୯ଟି ଜିଲ୍ଲାରେ ଥିବା ସମସ୍ତ ସ୍କୁଲ ଓ କଲେଜକୁ ଦୁଇ ଦିନ ପାଇଁ ଛୁଟି ମଧ୍ୟ ଘୋଷଣା କରାଯାଇଛି

ଅଦ୍ୟତନ ହୋଇଛି
Chennai rain

Chennai rain

Advertisment

ଚେନ୍ନାଇ: ଭାସୁଛି ଚେନ୍ନାଇ, ଉବୁଟୁବୁ ତାମିଲନାଡ଼ୁ। ଗତ ୨୪ ଘଣ୍ଟାରେ କେବଳ ଚେନ୍ନାଇରେ ୨୦୩ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଆହୁରି ଲଗାତର ବର୍ଷା ଲାଗି ରହିଛି। ସପ୍ତାହେ ଧରି ଜାରି ରହିଥିବା ବର୍ଷାରେ ଏଯାଏଁ ୧୪ ଜଣଙ୍କ ଜୀବନ ଗଲାଣି। ଶତାଧିକ ଲୋକ ଏବେବି ଜଳବନ୍ଦୀ ଅବସ୍ଥାରେ କାଳ କାଟୁଛନ୍ତି। ସେପଟେ ପାଣିପାଗ ବିଭାଗ ଆକଳନ କରିଛି ଯେ, ଆଜିଠୁ ବର୍ଷାକମିବ। ଫଳରେ ଚେନ୍ନାଇରେ ସ୍ଥିତି ସୁଧୁରିବା ଆଶା କରାଯାଉଛି। ପୁରା ତାମିଲନାଡ଼ୁରେ ଲଗାଣ ବର୍ଷା ଯୋଗୁଁ ବିଗିଡ଼ିବାରେ ଲାଗିଛି ସ୍ଥିତି। ଚେନ୍ନାଇରେ ସ୍ଥିତି ବେହାଲ ହୋଇଛି। ସବୁଠି ପାଣି ରାସ୍ତା ଘାଟ, ଘରଦ୍ୱାର ବୁଡି ରହିଛି। ବର୍ଷା ସାଙ୍ଗକୁ ଜୋରରେ ପବନ ଯୋଗୁଁ ବିମାନବନ୍ଦରରେ ଅବତରଣ ଓ ଉଡାଣ ବନ୍ଦ ରଖାଯାଇଛି।

Advertisment

ବର୍ଷା ପାଇଁ ୯ଟି ଜିଲ୍ଲାରେ ଥିବା ସମସ୍ତ ସ୍କୁଲ ଓ କଲେଜକୁ ଦୁଇ ଦିନ ପାଇଁ ଛୁଟି ମଧ୍ୟ ଘୋଷଣା କରାଯାଇଛି । ଏହି ଜିଲ୍ଲାମାନଙ୍କରେ ଲୋକମାନଙ୍କୁ ଯଥା ସମ୍ଭବ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ତେଣୁ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ଆଜି ୫ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି ।

ଚେନ୍ନାଇ, କାଞ୍ଚୀପୁରମ, ଚେଙ୍ଗାଲପାଟ୍ଟୁ, ଭିଲ୍ଲାପୁରମ ଓ ତିରୁଭାନ୍ନାମାଲାଇରେ ଗତକାଲି ପ୍ରବଳ ବର୍ଷା ହୋଇଥିବା ନେଇ ସୂଚନା ମିଳିଛି। ତେଣୁ ଏହି ଜିଲ୍ଲା ଗୁଡ଼ିକ ଉପରେ ପ୍ରଶାସନ ସ୍ୱତନ୍ତ୍ର ନଜର ରଖିଥିଲା। ନଭେମ୍ବର ୧୩ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Advertisment

ବର୍ଷା ପରିମାଣ ହ୍ରାସ ପାଇଥିଲେ ବି ଏବେବି ଅନେକ ସ୍ଥାନ ପାଣି ଘେରରେରେ ଲୋକମାନେ ଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହି ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।

Heavy Rainfall Chennai Chennai Rains
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ