ଆକାଉଣ୍ଟରେ ଥିଲା ୩ହଜାର; ହଠାତ୍‌ ଆସିଗଲା ୭୫୩ କୋଟି

ଯୁବକଙ୍କ ନାଁ ମହମ୍ମଦ ଇଡ୍ରିସ୍ । ତାଙ୍କ ବୟସ ୩୦ ବର୍ଷ । ସେ ତିରୁନେଲଭେଲି ଜିଲ୍ଲାରୁ ଚେନ୍ନାଇକୁ ଚାକିରି କରିବାକୁ ଆସିଥିଲେ । ଏକ ଫାର୍ମାସିରେ ମହମ୍ମଦ କାମ କରୁଥିଲେ ।

ହଠାତ୍‌ ଆସିଗଲା ୭୫୩ କୋଟି

ବନ୍ଧୁଙ୍କ ନିକଟକୁ ପଠାଉଥିଲେ ଟଙ୍କା । ହେଲେ ଅଚାନକ ଆକାଉଣ୍ଟକୁ ଆସିଗଲା କୋଟି କୋଟି ଟଙ୍କା । କୋଟିଏ କି ଦୁଇ କୋଟି ନୁହେଁ ବରଂ ଶହ ଶହ କୋଟି ଟଙ୍କା ଜଣେ ଯୁବକଙ୍କ ଆକାଉଣ୍ଟକୁ ଆସିଛି । ସୂଚନା ମୁତାବକ ଯୁବକ ଜଣକ ତାଙ୍କର ଜଣେ ବନ୍ଧୁଙ୍କ ନିକଟକୁ ୨୦୦୦ ଟଙ୍କା ପଠାଇଥିଲେ । ହେଲେ ଏହାପରେ ଅଚାନକ ତାଙ୍କ ଆକାଉଣ୍ଟକୁ ୭୫୩ କୋଟି ଟଙ୍କା ଆସିଗଲା ।

ଏପରି ଏକ ଆଶ୍ଚର୍ଯ୍ୟଜନକ ଖବର ଚେନ୍ନାଇରୁ ସାମ୍ନାକୁ ଆସିଛି । ଯୁବକ ଜଣଙ୍କ ନାଁ ମହମ୍ମଦ ଇଡ୍ରିସ୍ । ତାଙ୍କ ବୟସ ୩୦ ବର୍ଷ । ସେ ତିରୁନେଲଭେଲି ଜିଲ୍ଲାରୁ ଚେନ୍ନାଇକୁ ଚାକିରି କରିବାକୁ ଆସିଥିଲେ । ଏକ ଫାର୍ମାସିରେ ମହମ୍ମଦ କାମ କରୁଥିଲେ । ସେଠାରେ ତାଙ୍କ ସାଙ୍ଗଙ୍କ ନିକଟକୁ ୨୦୦୦ ଟଙ୍କା ପଠାଇବା ବେଳେ ଏହି ଘଟଣା ଘଟିଛି ।

ଶନିବାର ଦିନ ମହମ୍ମଦ ଇଡ୍ରିସ୍ଙ୍କ ଆକାଇଣ୍ଟରେ ମୋଟ୍‌ ୩୦୦୦ ଟଙ୍କା ଥିଲା । ସେଥିରୁ ସେ ତାଙ୍କ ବନ୍ଧୁଙ୍କ ନିକଟକୁ ୨୦୦୦ ଟଙ୍କା ପଠାଇଥିଲେ । ପରେ ପରେ ହଠାତ୍‌ ତାଙ୍କ ଆକାଉଣ୍ଟକୁ ୭୫୩ କୋଟି ଟଙ୍କା ଆସିଥିଲା । ଯାହାକୁ ପାଇ ସେ ଚକିତ ହୋଇଯାଇଥିଲେ । ପରେ ପରେ ମହମ୍ମଦ ଇଡ୍ରିସ୍ ଏନେଇ ବ୍ୟାଙ୍କକୁ ଜଣାଇଥିଲେ । ବ୍ୟାଙ୍କ ତ୍ରୁଟି କାରଣରୁ ଏପରି ଘଟିଥିବା ଜଣାପଡ଼ିଛି ।

ସୂଚନା ମୁତାବକ ଏପରି ଘଟଣା ପ୍ରଥମ ଥର ନୁହେଁ । ଗତ କିଛି ମାସ ମଧ୍ୟରେ ତାମିଲନାଡୁର ଏହା ତୃତୀୟ ଘଟଣା ବୋଲି ଜଣାପଡ଼ିଛି । ସେହିପରି ଚେନ୍ନାଇର ଜଣେ କ୍ୟାବ ଡ୍ରାଇଭର କିଛି ସମୟ ପାଇଁ ଭୁଲରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୯୦୦୦ କୋଟି ଟଙ୍କା ଡେବିଟ୍ ହୋଇଥିବା ସେ ଦାବି କରିଛନ୍ତି ।