Advertisment

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ

ଚରଣଜିତ ସିଂ ଚନ୍ନୀ ହେବେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ। କଂଗ୍ରେସ ହାଇକମାଣ୍ଡ ବିଧାୟକଙ୍କ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି। ଏହାର କିଛି ସମୟ ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ସୂଚନା ଦେଇଥିଲେ ଯେ ବିଧାୟକଙ୍କ ସହ ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚରଣଜିତ ସିଂ ଚନ୍ନୀ ସନ୍ଧ୍ୟା ୬.୩୦ ରେ ରାଜ୍ୟପାଳଙ୍କୁ ଭେଟି ପାରନ୍ତି ନଚେତ ସୋମବାର ସମୟ ମାଗିପାରନ୍ତି।

ଅଦ୍ୟତନ ହୋଇଛି
Charanjeet Singh Channi

Charanjeet Singh Channi

Advertisment

ନୂଆଦିଲ୍ଲୀ : ଚରଣଜିତ ସିଂ ଚନ୍ନୀ ହେବେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ। କଂଗ୍ରେସ ହାଇକମାଣ୍ଡ ବିଧାୟକଙ୍କ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି। ଏହାର କିଛି ସମୟ ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ସୂଚନା ଦେଇଥିଲେ ଯେ ବିଧାୟକଙ୍କ ସହ ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚରଣଜିତ ସିଂ ଚନ୍ନୀ ସନ୍ଧ୍ୟା ୬.୩୦ ରେ ରାଜ୍ୟପାଳଙ୍କୁ ଭେଟି ପାରନ୍ତି ନଚେତ ସୋମବାର ସମୟ ମାଗିପାରନ୍ତି।

Advertisment

ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ହରିଶ ରାୱତ ଟ୍ୱିଟ୍ କରି ଚରଣଜିତ ସିଂ ଚନ୍ନୀ ମୁଖ୍ୟମନ୍ତ୍ରୀ ହେବା ନେଇ ସୂଚନା ଦେଇଛନ୍ତି। କିଛି ସମୟ ପୂର୍ବରୁ ସୁଖଜିନ୍ଦର ସିଂ ରାନ୍ଧୱାଙ୍କ ନାମ ସାମ୍ନାକୁ ଆସିଥିଲା। କିନ୍ତୁ ଶେଷରେ ବାଜି ମାରିନେଲେ ଚନ୍ନୀ।

Advertisment

ପଞ୍ଜାବ କଂଗ୍ରେସ ପ୍ରଭାରୀ ହରୀଶ ରାୱତ କହିଛନ୍ତି, “ଏହା ଘୋଷଣା କରି ମତେ ବହୁତ ଆନନ୍ଦ ମିଳୁଛି ଯେ ଚରଣଜୀତ ସିଂହ ଚନ୍ନୀଙ୍କୁ ସର୍ବସମ୍ମତି କ୍ରମେ ପଞ୍ଜାୱ କଂଗ୍ରେସର ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଛି।” ତେବେ ସୂଚନା ମୁତାବକ ସୁଖଜିନ୍ଦର ସିଂ ରାନ୍ଧୱାଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ନବଜୋତ ସିଂହ ସିଦ୍ଧୁ ବିରୋଧ କରୁଥିଲେ। ଏନେଇ ଚନ୍ନୀଙ୍କ ନାମରେ ମୋହର ବାଜିଲା।

Advertisment

ତେବେ ଚରଣଜିତ ସିଂହ ଚାନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବା ନିଷ୍ପତ୍ତି ପରେ ସୁଖଜିନ୍ଦର ରାନ୍ଧୱା କହିଛନ୍ତି ଯେ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ସେ ଖୁସି ଅଛନ୍ତି। ତାଙ୍କୁ ସମର୍ଥନ କରିଥିବା ସମସ୍ତ ବିଧାୟକଙ୍କୁ ସେ ଧନ୍ୟବାଦ ଜଣେଇବା ସହ ଚନ୍ନୀ ତାଙ୍କ ଭାଇ ବୋଲି କହିଛନ୍ତି। ଏହା ପୂର୍ବରୁ ଯେତେବେଳେ ରାନ୍ଧୱାଙ୍କ ନାମ ଆଗରେ ଚାଲୁଥିଲା ସେ କହିଥିଲେ ଯେ ସେ ହେଉଛି କେବଳ କଂଗ୍ରେସର ଜଣେ କର୍ମୀ। ମୁଖ୍ୟମନ୍ତ୍ରୀ କିଏ ହେବ ରବିବାର ଜଣାପଡିବ ବୋଇ ସେ କହିଥିଲେ।

ରାମଦାସିଆ ଶିଖ ସମ୍ପ୍ରଦାୟରୁ ଆସିଥିବା ଚନ୍ନୀ ପଞ୍ଜାବର ଚମକାଉର ବିଧାନସଭାର ଜଣେ ବିଧାୟକ। କ୍ୟାପ୍‌ଟେନ୍‌ କ୍ୟାବିନେଟ୍‌ରେ ବୈଷୟିକ ଶିକ୍ଷା ଏବଂ ଶିଳ୍ପ ତାଲିମ ମନ୍ତ୍ରୀ ଥିବା ଚନ୍ନୀଙ୍କ ନାମ ବିଧାୟକ ତଥା ପର୍ଯ୍ୟବେକ୍ଷକଙ୍କ ଏକ ଦିନିଆ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚନ୍ନୀ ତୃତୀୟ ଥର ପାଇଁ ଚମକାଉରରୁ ଜଣେ ବିଧାୟକ ଥିଲେ, ୨୦୧୫-୨୦୧୬ରୁ ପଞ୍ଜାବ ବିଧାନସଭାରେ ବିରୋଧୀ ଦଳର ନେତା ଥିଲେ। ରାହୁଲଙ୍କ ନିକଟତର କୁହାଯାଉଥିବା ଚନ୍ନୀ ୨୦୦୭ରେ ପ୍ରଥମ ଥର ପାଇଁ ଚମକାଉର ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଚରଣଜିତ ସିଂହ ଚନ୍ନୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂଙ୍କ ଜଣେ ପ୍ରତିଦ୍ୱନ୍ଦ୍ୱୀ।

New Delhi Punjab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ