Advertisment

ଟାଉନ୍‌ ବସ୍‌ରେ ଚଢିବା ପରି ବିମାନରେ ଚଢ଼ିଗଲେ ଆଫ୍‌ଗାନିସ୍ତାନୀ, ବିଚଳିତ କରିବା ପରି ଆସିଲା ଦୃଶ୍ୟ

ଜୀବନ ବଂଚାଇବା ଲାଗି ଜୀବନ ବିକଳରେ ଗୋଟିଏ ବିମାନରେ ଏକାଧିକ ଲୋକ ଚଢୁଛନ୍ତି। କାବୁଲ ଏୟାରପୋର୍ଟରେ ହଜାର ହଜାର ସଂଖ୍ୟକ ଯାତ୍ରୀ ଏକାଠି ହୋଇଛନ୍ତି। ଏହି ଦୃଶ୍ୟକୁ ଦେଖିବା ପରେ ସମସ୍ତେ ବିଚଳିତ ହୋଇ ପଡ଼ିଛନ୍ତି। ସ୍ଥିତି ଏମିତି ହୋଇଛି ଯେ, କିଛି ଲୋକ ବିମାନ ଟାୟାର ଧରି ଦେଶ ଛାଡ଼ି ପଳାଇବା ଲାଗି ଚେଷ୍ଟା କରୁଥିବା ଦେଖାଦେଇଛି

ଅଦ୍ୟତନ ହୋଇଛି
ଟାଉନ୍‌ ବସ୍‌ରେ ଚଢିବା ପରି ବିମାନରେ ଚଢ଼ିଗଲେ ଆଫ୍‌ଗାନିସ୍ତାନୀ, ବିଚଳିତ କରିବା ପରି ଆସିଲା ଦୃଶ୍ୟ

Kabul Airport

Advertisment

କାବୁଲ: ଆଫଗାନିସ୍ତାନ ଏୟାରପୋର୍ଟରେ ଦେଖିବାକୁ ମିଳିଛି ଉଦ୍‌ବେଗ କଲା ଭଳି ଚିତ୍ର। ଗୋଟିଏ ବିମାନରେ ଯେତିକି ଯାତ୍ରୀ ଯିବାର କଥା ତାହାଠାରୁ ଢେର୍‌ ଅଧିକ ଲୋକ ବସୁଥିବା ଦେଖାଯାଇଛି। ସ୍ଥିତି ଏପରି ହୋଇଛି ଯେ, ବିମାନରେ ଲୋକମାନେ ଟାଉନ୍‌ବସ୍‌ରେ ଚଢିବା ପରି ଯାତ୍ରା କରୁଛନ୍ତି। ମୋଟ୍‌ ଉପରେ ବିମାନ ବନ୍ଦରରେ ବିକଳ ଚିତ୍ର ଦେଖିବାକୁ ମିଳିଛି। ଜୀବନ ବଂଚାଇବା ଲାଗି ଜୀବନ ବିକଳରେ ଗୋଟିଏ ବିମାନରେ ଏକାଧିକ ଲୋକ ଚଢୁଛନ୍ତି। କାବୁଲ ଏୟାରପୋର୍ଟରେ ହଜାର ହଜାର ସଂଖ୍ୟକ ଯାତ୍ରୀ ଏକାଠି ହୋଇଛନ୍ତି। ଏହି ଦୃଶ୍ୟକୁ ଦେଖିବା ପରେ ସମସ୍ତେ ବିଚଳିତ ହୋଇ ପଡ଼ିଛନ୍ତି। ସ୍ଥିତି ଏମିତି ହୋଇଛି ଯେ, କିଛି ଲୋକ ବିମାନ ଟାୟାର ଧରି ଦେଶ ଛାଡ଼ି ପଳାଇବା ଲାଗି ଚେଷ୍ଟା କରୁଥିବା ଦେଖାଦେଇଛି। ସେପଟେ କାବୁଲ ବିମାନ ବନ୍ଦରକୁ ସଟଡାଉନ୍‌ କରାଯାଇଥିବା ଖବର ଆସିଛି। ଯେଉଁଥି ଲାଗି ଏୟାରଇଣ୍ଡିଆ ନିଜର ଉଡ଼ାଣକୁ ବାତିଲ କରିଛି।

Advertisment

ସେପଟେ, ତାଲିବାନ ପକ୍ଷରୁ ଗୋଟିଏ ପରେ ଗୋଟିଏ ଅଂଚଳକୁ କବ୍‌ଜା କରିବା ପରେ ରାଷ୍ଟ୍ରପତି ପଦରୁ ଗତକାଲି ଇସ୍ତଫା ଦେଇଥିଲେ ଅସରଫ୍‌ ଘନି। ତେବେ ନିଜ ପଦରୁ ଇସ୍ତଫା ଦେବା ପରେ କାବୁଲ୍‌ ଛାଡ଼ି ଛାଲିଯିବା ନେଇ ସୂଚନା ମିଳିଛି। କିନ୍ତୁ ଦୁଃଖର କଥା ହେଉଛି ଘନିଙ୍କୁ ତାଜିକସ୍ତାନରେ ରହିବାକୁ ଜାଗା ମିଳିନାହିଁ। ସ୍ଥିତି ଏମିତି ହୋଇଥିଲା ଯେ, ଘନିଙ୍କ ବିମାନକୁ ଅବତରଣ କରିବା ଲାଗି ତାଜିକସ୍ତାନ ଅନୁମତି ଦେଇନଥିଲା ଯାହା ଫଳରେ ସେ ଓମାନ୍‌ରେ ରହିବା ଲାଗି ବାଧ୍ୟ ହୋଇଥିଲେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଘନି ଆମେରିକା ଗସ୍ତରେ ଯିବେ।

Advertisment

ସେପଟେ, ଘନି ସୋସିଆଲ ମିଡ଼ିଆରେ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଦେଶରେ ରକ୍ତବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଛି । ଏହାସହ ଘନି କହିଛନ୍ତି ଯେ, ଏହା ତାଙ୍କ ପାଇଁ କଠିନ ନିଷ୍ପତ୍ତି ଥିଲା। ମୋତେ ସଶସ୍ତ୍ର ତାଲିବାନକୁ ସାମ୍ନା କରିବାକୁ ପଡିଥାନ୍ତା। ନହେଲେ ମୋର ପ୍ରିୟ ଦେଶ ଆଫଗାନିସ୍ତାନ ଛାଡ଼ିବାକୁ ପଡ଼ିଥାନ୍ତା।

ଗତ ୨୦ ବର୍ଷ ଧରି ଯେଉଁ ଦେଶକୁ ସୁରକ୍ଷିତ ରଖିବା ପାଇଁ ନିଜ ଜୀବନକୁ ଉତ୍ସର୍ଗିତ କରିଛି, ସେହି ଦେଶର ଅଗଣିତ ଆଫଗାନବାସୀ ସହିଦ ହୋଇଥାନ୍ତେ ଏବଂ ସେମାନେ କାବୁଲ୍ ସହରର ବିନାଶ ଦେଖିଥାନ୍ତେ। ପରିଣାମ ସ୍ୱରୂପ, ଏହି ସହରରେ ୬୦ ଲକ୍ଷ ଲୋକଙ୍କ ବଡ଼ ମାନବ ବିପର୍ଯ୍ୟୟ ହୋଇଥାନ୍ତା। ତେଣୁ ଦେଶ ଛାଡ଼ିବା ଉଚିତ ବୋଲି ମୁଁ ଚିନ୍ତା କରି ଦେଶ ଛାଡ଼ିଛି ବୋଲି ସୋସିଆଲ୍ ମିଡିଆରେ ଘନି ଲେଖିଛନ୍ତି।

Advertisment

Afghanistan Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ