Advertisment

ଗାଡିର କର୍କଶ ହର୍ଣ୍ଣରୁ ମିଳିବ ମୁକ୍ତି : ବାଜିବ ବାଦ୍ୟ ଯନ୍ତ୍ରର ସୁମଧୁର ଶବ୍ଦ

ଖୁବ ଶୀଘ୍ର ମିଳିବ ଯାନବାହାନ ହର୍ଣ୍ଣର କର୍କଶ ଶବ୍ଦରୁ ମୁକ୍ତି। ବର୍ତ୍ତମାନ ଯାନବାହାନର ହର୍ଣ୍ଣର କର୍କଶ ଶବ୍ଦ ବଦଳରେ ଭାରତୀୟ ବାଦ୍ୟ ଯନ୍ତ୍ରର ସୁମଧୁର ଶବ୍ଦ ଶୁଣିବାକୁ ମିଳିବ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଯାନବାହାନର ହର୍ଣ୍ଣର ଶବ୍ଦକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହି ଶବ୍ଦକୁ ପରିବର୍ତ୍ତନ କରିବା ନେଇ କାର୍ଯ୍ୟ କରୁଛି ବୋଲି କହିଛନ୍ତି।

Nitin Gadkari

Nitin Gadkari

Advertisment

ନୂଆଦିଲ୍ଲୀ : ଖୁବ ଶୀଘ୍ର ମିଳିବ ଯାନବାହାନ ହର୍ଣ୍ଣର କର୍କଶ ଶବ୍ଦରୁ ମୁକ୍ତି। ବର୍ତ୍ତମାନ ଯାନବାହାନର ହର୍ଣ୍ଣର କର୍କଶ ଶବ୍ଦ ବଦଳରେ ଭାରତୀୟ ବାଦ୍ୟ ଯନ୍ତ୍ରର ସୁମଧୁର ଶବ୍ଦ ଶୁଣିବାକୁ ମିଳିବ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଯାନବାହାନର ହର୍ଣ୍ଣର ଶବ୍ଦକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହି ଶବ୍ଦକୁ ପରିବର୍ତ୍ତନ କରିବା ନେଇ କାର୍ଯ୍ୟ କରୁଛି ବୋଲି କହିଛନ୍ତି।

Advertisment

ଲୋକମତ ଖବର ଅନୁସାରେ ସରକାର ଏହି ଆଦେଶ ଦେଇପାରନ୍ତି ଯେ ଯାନବାହାନର ହର୍ଣ୍ଣ ଭାରତୀୟ ବାଦ୍ୟଯନ୍ତ୍ର ଭଳି ବାଜିବା ଉଚିତ। କେନ୍ଦ୍ରୀୟ ପରିବହନ ମନ୍ତ୍ରାଳୟ ଏ ଦିଗରେ କାମ କରୁଛି। ବର୍ତ୍ତମାନ ବାଜୁଥିବା କର୍କଶ ହର୍ଣ୍ଣ ବଦଳରେ ତବଲା, ତାଲ୍, ଭାୟୋଲିନ୍, ବିଗୁଲ୍, ବଇଁଶୀ ଭଳି ଭାରତୀୟ ବାଦ୍ୟ ଯନ୍ତ୍ରର ଧୂନ ଶୁଣିବାକୁ ମିଳିବ।

Advertisment

ଗଡକରୀ କହିଛନ୍ତି ଯେ “ମୁଁ ନାଗପୁରର ଏକାଦଶ ମହଲାରେ ରହେ। ମୁଁ ପ୍ରତିଦିନ ସକାଳେ ଏକ ଘଣ୍ଟା ପ୍ରାଣାୟାମ କରେ କିନ୍ତୁ ଯାନବାହାନର ହର୍ଣ୍ଣ ସକାଳର ନିରବତାକୁ ଭଙ୍ଗ କରେ। ଏହି ଅସୁବିଧା ପରେ, ମୋ ମନକୁ ଚିନ୍ତା ଆସିଲା ଯେ ଯାନଗୁଡ଼ିକର ହର୍ଣ୍ଣ ସଠିକ୍ ମାର୍ଗରେ ହେବା ଉଚିତ। ଏନେଇ ଆମେ ଚିନ୍ତା କରୁଛୁ ଯେ କାର୍‌ର ହର୍ଣ୍ଣର ଶବ୍ଦ ଏକ ଭାରତୀୟ ବାଧ୍ୟ ଯନ୍ତ୍ରର ସ୍ୱର ଭଳି ହେବା ଉଚିତ ଏବଂ ଆମେ ଏହା ଉପରେ କାର୍ଯ୍ୟ କରୁଛୁ।” କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ହର୍ଣ୍ଣରୁ ତବଲା, ତାଲ, ଭାୟୋଲିନ୍, ବିଗୁଲ୍, ବଇଁଶୀ ଭଳି ଭାରତୀୟ ବାଦ୍ୟଯନ୍ତ୍ରର ଶବ୍ଦ ଶୁଣାଯିବା ଉଚିତ।

ନିକଟରେ ଦେଶରେ ଗାଡି ପଞ୍ଜିକରଣ ପାଇଁ ସରକାର ଏକ ନୂତନ ଭାରତ ସିରିଜ୍ (ବିଏଚ୍-ସିରିଜ୍) ଆରମ୍ଭ କରିଛନ୍ତି। ଭରତ ସିରିଜର ସେବା ସେହି ଯାନଗୁଡିକ ଉପରେ ପ୍ରଯୁଜ୍ୟ ହେବ ଯେଉଁଗୁଡିକ ଅନ୍ୟ ରାଜ୍ୟକୁ ଯିବାଆସିବା କରୁଛି। ଏହି ସିରିଜ୍ ଯୋଗୁଁ ଅନ୍ୟ ରାଜ୍ୟରେ ପହଞ୍ଚିବା ପରେ ରାଜ୍ୟ ପରିବର୍ତ୍ତନ କରୁଥିବା ଲୋକଙ୍କୁ ଗାଡିକୁ ପୁନଃ ପଞ୍ଜିକରଣ କରିବାକୁ ପଡିବ ନାହିଁ।

Advertisment
Nitin Gadkari New Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ