ଆରମ୍ଭ ହେବ ରୋମାଞ୍ଚକର ଅଭିଯାନ; ଚନ୍ଦ୍ରାୟନ-୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ଏଣିକି ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଦୁଇ ପାଦ ଆଗକୁ ଯିବ ଭାରତ। ଚନ୍ଦ୍ରାୟନ-୩ର ଅଭୂତପୂର୍ବ ସଫଳତା ପରେ ଚନ୍ଦ୍ରାୟନ-୪ ମିଶନକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଚନ୍ଦ୍ରଯାନ-୪ ମିଶନକୁ ମଞ୍ଜୁରି ପ୍ରଦାନ କରାଯାଇଛି।

ଚନ୍ଦ୍ରାୟନ-୪ ମିଶନକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରି

ଏଣିକି ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଦୁଇ ପାଦ ଆଗକୁ ଯିବ ଭାରତ। ଚନ୍ଦ୍ରାୟନ-୩ର ଅଭୂତପୂର୍ବ ସଫଳତା ପରେ ଚନ୍ଦ୍ରାୟନ-୪ ମିଶନକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଚନ୍ଦ୍ରଯାନ-୪ ମିଶନକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ମିଶନ ଜରିଆରେ ଚନ୍ଦ୍ରରୁ ମାଟି ଓ ପଥର ପୃଥିବୀକୁ ଅଣାଯିବ ।

ଚନ୍ଦ୍ରାୟନ-୪ ଛଡ଼ା ଶୁକ୍ର ଗ୍ରହ ଅଭିଯାନ, ଗଗନଯାନ ଏବଂ ଚନ୍ଦ୍ରାୟନ-୪କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ଦେଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଚନ୍ଦ୍ରଯାନ-୩ର ସଫଳତା ପରେ ମୋଦୀ ସରକାର ୩୬ ମାସର ସମୟସୀମା ସହ ଚନ୍ଦ୍ରଯାନ-୪ ଲାଗି ୨,୧୦୪ କୋଟି ଟଙ୍କା ଆବଣ୍ଟନ କରିଛନ୍ତି ।

ଚନ୍ଦ୍ରାୟନ -୪, ଚନ୍ଦ୍ରାୟନ -୩ ର ସଫଳତା ଆଧାରରେ ନିର୍ମାଣ କରାଯିବ ଯାହା ଚନ୍ଦ୍ର ପୃଷ୍ଠରେ ଐତିହାସିକ ସଫ୍ଟଲ୍ୟାଣ୍ଡିଂ କରିଥିଲା। ଭବିଷ୍ୟତର ଚନ୍ଦ୍ର ମିଶନ ପାଇଁ ଆବଶ୍ୟକ ଟେକ୍ନୋଲୋଜି ଗୁଡିକର ବିକାଶ ଏବଂ ପ୍ରଦର୍ଶନ ଉପରେ ନୂତନ ମିଶନରେ ଗୁରୁତ୍ୱ ଦିଆଯିବ। ଚନ୍ଦ୍ର କକ୍ଷପଥରେ ଡକିଂ ଏବଂ ଅନଡକିଂ କରିବା, ସୁରକ୍ଷିତ ପୃଥିବୀ ପ୍ରତ୍ୟାବର୍ତ୍ତନ ଏବଂ ଚନ୍ଦ୍ରରୁ ନମୁନା ସଂଗ୍ରହ ଏବଂ ବିଶ୍ଳେଷଣ ଇତ୍ଯାଦି ଉପରେ ଧ୍ୟାନ ଦିଆଯିବ।

ତେବେ ଏହି ମିଶନକୁ ସଫଳ କରିବା ଲାଗି ଏକ ଅତ୍ୟାଧୁନିକ ନୂଆ ପିଢ଼ିର ଲଞ୍ଚ ଭେଇକିଲ୍‌କୁ ମଧ୍ୟ ଗ୍ରୀନ ସିଗନାଲ୍ ମିଳିଛି । ପୃଥିବୀର ତଳ କକ୍ଷକୁ ୩୦ ଟନ ଓଜନର ପେଲୋଡ୍‌ ନେବା ଲାଗି ଏହି ଲଞ୍ଚ ଭେଇକିଲ୍‌ର କ୍ଷମତା ରହିବ । ଏଲଭିଏମ-୩ ରକେଟ ସହିତ ଲଞ୍ଚ ହେବାକୁ ଥିବା ଏହି ମିଶନର ଲକ୍ଷ୍ୟ ହେଉଛି, ଚନ୍ଦ୍ରପୃଷ୍ଠରେ ଅବତରଣ କରି ନମୁନା ସଂଗ୍ରହ କରି ପୃଥିବୀକୁ ଫେରିଆସିବା ।

ତେବେ ୨୦୩୫ ସୁଦ୍ଧା ଭାରତୀୟ ସ୍ପେସ୍ ଷ୍ଟେସନ୍ ପ୍ରତିଷ୍ଠା ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ରରେ ମାନବର ସଫଳ ଅବତରଣ ଭଳି ଉଚ୍ଚାଭିଳାଷୀ ଲକ୍ଷ୍ୟ ରଖାଯାଇଛି। ଇସ୍ରୋ ମହାକାଶଯାନର ବିକାଶ ଏବଂ ଉତକ୍ଷେପଣର ନେତୃତ୍ୱ ନେବ ଏବଂ ୩ବର୍ଷ ମଧ୍ୟରେ ଏହି ମିଶନ ଶେଷ ହେବ ବୋଲି ଆଶା କରାଯାଉଛି । ଚନ୍ଦ୍ରାୟନ-୪ର ଏକ ମୁଖ୍ୟ ଦିଗ ହେଉଛି ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଧ୍ୟାନ ଦେବା।

ଶୁକ୍ର ଗ୍ରହ ଅଭିଯାନ (VOM) କୁ ୧୨୩୬କୋଟି ଟଙ୍କା ବଜେଟ୍ ଆବଣ୍ଟନ କରାଯାଇଛି। ମାର୍ଚ୍ଚ ୨୦୨୮ ରେ ଏହାକୁ ଲଞ୍ଚ କରିବା ପାଇଁ ଯୋଜନା କରାଯାଇଛି। VOMର ମୂଳ ଉଦ୍ଦେଶ୍ୟ ହେଉଛି ଶୁକ୍ରର ଭୂପୃଷ୍ଠ, ଉପଗ୍ରହ ଏବଂ ବାୟୁମଣ୍ଡଳୀୟ ପ୍ରକ୍ରିୟା, ଏବଂ ଶୁକ୍ରର ବାୟୁମଣ୍ଡଳ ଉପରେ ସୂର୍ଯ୍ୟଙ୍କ ପ୍ରଭାବ ବିଷୟରେ ଅଧିକ ଅନୁସନ୍ଧାନ କରିବା।

ସେହିପରି ଗଗନାୟନ କାର୍ଯ୍ୟକ୍ରମର ପରିସର ବିସ୍ତାର କରି ଭାରତୀୟ ଆଣ୍ଟାରିକ୍ ଷ୍ଟେସନ (BAS-1) ର ପ୍ରଥମ ମଡ୍ୟୁଲର ବିକାଶକୁ କ୍ୟାବିନେଟ୍ ଅନୁମୋଦନ କରିଛି।ସଂଶୋଧିତ ଗଗନାୟନ କାର୍ଯ୍ୟକ୍ରମ ବର୍ତ୍ତମାନ BAS-1 ୟୁନିଟ୍ ର ଶୁଭାରମ୍ଭ ସହିତ ଡିସେମ୍ବର ୨୦୨୮ ସୁଦ୍ଧା ଶେଷ ହେବାକୁ ଥିବା ଆଠଟି ମିଶନକୁ ଅନ୍ତର୍ଭୁକ୍ତ କରିଛି। ଗଗନାୟନ ପାଇଁ ମୋଟ ଅର୍ଥ ରାଶି ୨୦୧୯୩ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ୧୧୧୭୦ କୋଟି ଟଙ୍କା ଅତିରିକ୍ତ ଆବଣ୍ଟନ କରାଯାଇଛି।