Advertisment

ଇସ୍ରୋର ସଫଳତାରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା କଥା କହିଲେ ପ୍ରଧାନମନ୍ତ୍ରୀ

ମହିଳା ବୈଜ୍ଞାନିକଙ୍କ ଅବଦାନ କଥା କହିଲେ ପ୍ରଧାନମନ୍ତ୍ରୀ

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ଇସ୍ରୋର ସଫଳତାରେ ମହିଳା ବୈଜ୍ଞାନିକମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସେମାନଙ୍କୁ ମୋଦି ପ୍ରଶଂସା କରିଛନ୍ତି। ସେମାନଙ୍କ ଅବଦାନକୁ ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ । କହିଛନ୍ତି, ଜନକଲ୍ୟାଣ ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା । ଚନ୍ଦ୍ରୟାନ ୩ର ସଫଳତା ଯୁଗ ଯୁଗକୁ ସମସ୍ତଙ୍କୁ ପ୍ରେରଣା ଯୋଗାଇବ। ବୈଜ୍ଞାନିକଙ୍କ ସଫଳତା ସାରା ଦେଶକୁ ଗର୍ବିତ କରିଛି।T
 ଇସ୍ରୋ ବୈଜ୍ଞାନିକ ମାନଙ୍କୁ ସମ୍ବୋଧନ ବେଳେ ଆଜି ପ୍ରଧାନମନ୍ତ୍ରୀ ଭାବବିହ୍ୱଳ ହୋଇ ପଡିଛନ୍ତି। ଭାଷଣ ବେଳେ ତାଙ୍କର ଆଖି ଛଳଛଳ ହୋଇ ଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ବେଙ୍ଗାଳୁରୁରରେ ପହଞ୍ଚିବା ପରେ ସିଧାସଳଖ ଇସ୍ରୋକୁ ଯାଇ ବୈଜ୍ଞାନିକ ମାନଙ୍କୁ ଭେଟିଥିଲେ। ଇସ୍ରୋ ମୁଖ୍ୟ ଏସ. ସୋମନାଥଙ୍କୁ ସେ କୁଣ୍ଢାଇ ପକାଇଥିଲେ। ସେମାନଙ୍କ ପରିଶ୍ରମକୁ ସାଲ୍ୟୁଟ ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଇସ୍ରୋ ପରିସର ବୁଲି ଦେଖିଥିଲେ ।

Advertisment

...

ସେହିପରି ଇସ୍ରୋ ବୈଜ୍ଞାନିକମାନଙ୍କୁ ଭେଟିବା ପରେ ନୂଆଦିଲ୍ଲୀର ପାଲମ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଭାରତୀୟ ତ୍ରିରଙ୍ଗାର ସାମର୍ଥ୍ୟ ଦିନକକୁ ଦିନ ବଢିବାରେ ଲାଗିଛି । ଭାରତର ଅବଦାନକୁ ସାରାବିଶ୍ୱ ସମ୍ମାନ ପ୍ରଦର୍ଶନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରି କହିଛନ୍ତି ।

PM Modi ISRO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ