Advertisment

କୋଭିଡ୍‌ର ନୂଆ ଭ୍ୟାରିଆଣ୍ଟ ପରୀକ୍ଷଣ ପାଇଁ ପଞ୍ଜାବ୍‌ରେ ଖୋଲିଲା ଲ୍ୟାବ୍

ରୋନାର ନୂଆ ଭାରିଆଣ୍ଟ ଚିହ୍ନଟ କରିବା ପାଇଁ ପଞ୍ଜାବରେ ଖୋଲାଯାଇଛି ନୂଆ ଲ୍ୟାବ୍‌ । ଭାରତର ସମସ୍ତ ରାଜ୍ୟମାନଙ୍କ ମଧ୍ୟରୁ ପଞ୍ଜାବ୍‌ ହେଉଛି ପ୍ରଥମ ରାଜ୍ୟ ଯିଏ ଏହି ସର୍ବପ୍ରଥମେ ଭାଇରସ୍ ରିସର୍ଚ୍ଚ ଡାଇଗ୍ନୋଷ୍ଟିକ୍ ଲ୍ୟାବ୍ (VRDL) କୁ ଖୋଲିଛି

ଅଦ୍ୟତନ ହୋଇଛି
undefined

Coronavirus

Advertisment

ଚଣ୍ଡୀଗଡ଼ : କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ କରିବା ପାଇଁ ପଞ୍ଜାବରେ ଖୋଲାଯାଇଛି ନୂଆ ଲ୍ୟାବ୍‌ । ଭାରତର ସମସ୍ତ ରାଜ୍ୟମାନଙ୍କ ମଧ୍ୟରୁ ପଞ୍ଜାବ୍‌ ହେଉଛି ପ୍ରଥମ ରାଜ୍ୟ ଯିଏ ଏହି ସର୍ବପ୍ରଥମେ ଭାଇରସ୍ ରିସର୍ଚ୍ଚ ଡାଇଗ୍ନୋଷ୍ଟିକ୍ ଲ୍ୟାବ୍ (VRDL) କୁ ଖୋଲିଛି । ସରକାରୀ ମେଡିକାଲ କଲେଜ, ପଟିଆଲାଠାରେ ଏହି ଲ୍ୟାବ ପ୍ରତିଷ୍ଠା କରାଯାଇଛି, ଯାହାକି ପ୍ରଥମ ଥର ଦେଶରେ COVID-19 ଜେନୋମ ସିକ୍ୱେନ୍ସି ସୁବିଧା ସହିତ ସେବା ଯୋଗାଇବ। ବର୍ତ୍ତମାନ ସୁଦ୍ଧା ଲ୍ୟାବରେ ପ୍ରାୟ ୧୫୦ ନମୁନା ପରୀକ୍ଷା କରାଯାଇଛି। ଯେଉଁଥିରୁ କୌଣସି ନମୁନାରେ କରୋନା ଜୀବାଣୁଙ୍କର କୌଣସି ନୂଆ ଭାରିଆଣ୍ଟ ଚିହ୍ନଟ କରାଯାଇନାହିଁ।

Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ସିଦ୍ଧୁ କହିଛନ୍ତି, ପୂର୍ବରୁ ସନ୍ଦିଗ୍ଧ ରୋଗୀଙ୍କଠାରୁ କୋଭିଡ୍‌ର ନୂଆ ନମୁନାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଦିଲ୍ଲୀ ଏନ୍‌ସିଡିଏକୁ ପଠାଯାଉଥିଲା । ନୂଆ ନମୁନାର ପରୀକ୍ଷଣ ପାଇଁ ସେଠାରେ ଏକ ମାସରୁ ଅଧିକ ସମୟ ଲାଗିଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କୌଣସି ନୂଆ ଭ୍ୟାରିଏଣ୍ଟକୁ ରୋକିବାକୁ ହେଲେ ନୂଆ ନମୁନା ସନ୍ଦିଗ୍ଧ ରୋଗୀଙ୍କର ତୁରନ୍ତ କଣ୍ଟାକ୍ଟ ଟ୍ରେସିଙ୍ଗ ନିହାତି ଆବଶ୍ୟକ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ପଟିଆଲା ସରକାରୀ ମେଡିକାଲ କଲେଜରେ ଜେନୋମ ସିକ୍ୱେନ୍ସିଂ ସୁବିଧା ଉପଲବ୍ଧ ଥିବାରୁ ବର୍ତ୍ତମାନ ୫ରୁ ୬ ଦିନ ମଧ୍ୟରେ ରିପୋର୍ଟ ମିଳିପାରୁଛି । ଲ୍ୟାବର ବିଶେଷତ୍ୱ ଗୁଡିକୁ ଉପରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ବ୍ରିଟେନର ଲାବରୋଟୋରୀ ନିର୍ମାତା ଅକ୍ସଫୋର୍ଡ ନାନୋପୋରଙ୍କ ଦ୍ୱାରା ବିକାଶ କରାଯାଇଛି । ଯେଉଁଥିରେ ଡିଭାଇସ୍ ଡିଏନ୍ଏର ରିୟଲଟାଇମ୍‌ ବିଶ୍ଲେଷଣ ଦ୍ୱାରା ତୁରନ୍ତ ଫଳାଫଳ ମିଳିପାରିବ।

Advertisment

ସରକାରୀ ମେଡିକାଲ କଲେଜର ପଟିଆଲାର କରାଯାଉଥିବା ଉଦ୍ୟମକୁ ପ୍ରଶଂସା କରି ସିଦ୍ଧୁ କହିଛନ୍ତି, ଗତ ବର୍ଷ ମାର୍ଚ୍ଚରେ ମହାମାରୀ ଆରମ୍ଭ ହେବା ପରଠାରୁ ଡକ୍ଟର ରୁପିନ୍ଦର ବକ୍ସି ଏବଂ ତାଙ୍କ କର୍ମଚାରୀମାନେ ନିରନ୍ତର ଭାବେ ରାଜ୍ୟ ସେବା କରୁଛନ୍ତି । ICMR ଦ୍ୱାରା COVID-19 RTPCR ପରୀକ୍ଷଣ କ୍ଷମତା ଦୃଷ୍ଟିରୁ ଏହି ଲ୍ୟାବ ଭାରତର ଶ୍ରେଷ୍ଠ ୫ ଟି ଲ୍ୟାବ ମଧ୍ୟରେ ରହିଛି ।

Coronavirus India COVID19 Punjab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ