ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ୍

ବିଧାୟକ ଦଳ ବୈଠକ ପରେ ଚମ୍ପଇଙ୍କ ନାଁରେ ମୋହର ।

Chamapi Soren

ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ୍ । JMM ବିଧାୟକଙ୍କ ସମର୍ଥନ ପରେ ଚମ୍ପଇ ସୋରେନ୍ ହେବେ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକ ପରେ ଚମ୍ପଇଙ୍କ ନାଁରେ ମୋହର । ଅନ୍ୟପଟେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ହେମନ୍ତ ସୋରେନ୍‌ ।

ଚମ୍ପଇ ସୋରେନ୍ ଆଜି ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ଝାଡ଼ଖଣ୍ଡ ସରକାରରେ ଏବେ ପରିବହନ ମନ୍ତ୍ରୀ ଅଛନ୍ତି ଚମ୍ପଇ ସୋରେନ୍। ଝାଡ଼ଖଣ୍ଡର ଷଢେଇକଳାରୁ ପ୍ରତିନିଧିତ୍ୱ କରୁଛନ୍ତି ଚମ୍ପଇ । ତାଙ୍କୁ ଜେଏମ୍‌ଏମ୍ ବିଧାୟକ ଦଳ ଭାବେ ମନୋନିତ କରାଯାଇଛି । ତେଣୁ ସେ ହିଁ ଝାଡ଼ଖଣ୍ଡର
ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ । ପୂର୍ବରୁ ହେମନ୍ତ ସୋରେନ୍‌ଙ୍କ ସ୍ତ୍ରୀ କଳ୍ପନା ସୋରେନ୍ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଏଥିରେ ଆଜି

ପୂର୍ଣ୍ଣଛେଦ ପଡିଛି।