Advertisment

‘ସଂସଦରେ ସହମତି ପ୍ରକାଶ ପାଇଲେ ସୋସିଆଲ ମିଡ଼ିଆ ପାଇଁ ଆସିବ କଠୋର ଆଇନ’

ସଂସଦରେ ସହମତି ପ୍ରକାଶ ପାଇଲେ ସୋସିଆଲ ମିଡିଆକୁ ଅଧିକ ଉତ୍ତରଦାୟୀ କରିବାକୁ କଠୋର ନିୟମ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି।

Social Media

Social Media

Advertisment

ସଂସଦରେ ସହମତି ପ୍ରକାଶ ପାଇଲେ ସୋସିଆଲ ମିଡିଆକୁ ଅଧିକ ଉତ୍ତରଦାୟୀ କରିବାକୁ କଠୋର ନିୟମ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି। ସୂଚନା ଓ ପ୍ରଯୁକ୍ତି  ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏହା କହିଛନ୍ତି। ଯେତେବେଳେ ସରକାର ସୋସିଆଲ ମିଡ଼ିଆକୁ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେଉଛନ୍ତି, ବିରୋଧୀ ଦଳ ଏହାକୁ ଅଭିବ୍ୟକ୍ତିର ସ୍ୱାଧିନତା ଉପରେ ଅଙ୍କୁଶ ବୋଲି ଅଭିଯୋଗ କରି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। 

Advertisment

ତେବେ ବିରୋଧୀଙ୍କ ଏହି ଅଭିଯୋଗ ସତ୍ୟ ନୁହେଁ। ସମ୍ବିଧାନ ଭିତରେ ରହି ସରକାର ସୋସିଆଲ୍ ମିଡିଆକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଛନ୍ତି ବୋଲି ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସୋସିଆଲ ମିଡ଼ିଆରେ ଆପତ୍ତିଜନକ ମେସେଜକୁ ରୋକିବା ପାଇଁ ସରକାର କ’ଣ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ରାଜ୍ୟସଭାରେ କଂଗ୍ରେସ ସାଂସଦ ଆନନ୍ଦ ଶର୍ମା କରିଥିବା ପ୍ରଶ୍ନ ଉପରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଉତ୍ତର ରଖିଛନ୍ତି।   

ଏହାସହ ମନ୍ତ୍ରୀ କହିଛନ୍ତି ଯେ, ଯଦି ସଂସଦରେ ସହମତି ପ୍ରକାଶ ପାଇବ ତେବେ ସରକାର ସୋସିଆଲ ମିଡିଆକୁ ନିୟନ୍ତ୍ରଣ ଓ ଅଧିକ ଉତ୍ତରଦାୟୀ କରିବା ପାଇଁ କଠୋର ଆଇନ ଆଣିବାକୁ ପ୍ରସ୍ତୁତ ଅଛନ୍ତି। କେନ୍ଦ୍ରର ସୂଚନା ଅନୁସାରେ, ସୋସିଆଲ୍ ମିଡିଆର ଦୁରୁପଯୋଗ ଓ ସାଇବର କ୍ରାଇମ ବିରୋଧରେ ବିଭିନ୍ନ ରାଜ୍ୟର ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। 

Advertisment

୨୦୨୧ରେ ସରକାର ସୋସିଆଲ୍ ମିଡିଆକୁ ସୁରକ୍ଷିତ ଓ ଉତ୍ତରଦାୟୀ କରିବା ପାଇଁ ମଧ୍ୟବର୍ତ୍ତୀକାଳୀନ ନିୟମ ଓ ଗାଇଡ୍ ଲାଇନ୍ ଆଣିଛନ୍ତି। ବୁଲ୍ଲି ବାଇ ଆପ୍ ଓ ସୁଲ୍ଲି ଡିଲ୍ସ ଆପ୍ ଭଳି ଆପତ୍ତିଜନକ ଆପ୍ଲିକେସନ ବିରୋଧରେ କେନ୍ଦ୍ର ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ  ନେଇଥିବା ଆଇଟି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଆପ୍‌ରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ମହିଳାଙ୍କ ଫଟୋ ଓ ଅନ୍ୟ ତଥ୍ୟ ଅପ୍‌ଲୋଡ୍‌ କରାଯାଉଥିଲା। ଏନେଇ ଆପତ୍ତି ଆସିବା ପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।   

Parliament Social Media IT Minister Ashwini Vaishnaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ