ହଟିଲେ NTA ଡିଜି । ନିଟ୍ ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା NTA ଡିଜି ସୁବୋଧ କୁମାର ସିଂଙ୍କୁ ହଟାଇଲେ କେନ୍ଦ୍ର ସରକାର । ଅବସରପ୍ରାପ୍ତ IAS ପ୍ରଦୀପ ସିଂ ଖରୋଲାଙ୍କୁ ଅତିରିକ୍ତ ଭାବେ NTA ମହାନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ନିଟ୍ ଓ ୟୁଜିସି-ନେଟ୍ ଘମାସାନ ଭିତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କେନ୍ଦ୍ର ।
NTAର ନୂଆ ଡିଜି ପ୍ରଦୀପ ସିଂ ଖରୋଲା ଏବେ ଇଣ୍ଡିଆ ଟ୍ରେଡ୍ ପ୍ରମୋସନ୍ ଅର୍ଗାନାଇଜେସନର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି । ଆଜି ହେବାକୁ ଥିବା ନିଟ୍-ପିଜି ପରୀକ୍ଷା ସ୍ଥଗିତ । ଖୁବଶୀଘ୍ର ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯିବ । କମ୍ପିଟେଟିଭ୍ ପରୀକ୍ଷାର ପେପର ଲିକ୍ ଅଭିଯୋଗକୁ ଦୃଷ୍ଟିରେ ରଖି ମେଡିକାଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଏନଟିଏ ଦ୍ୱାରା ପରିଚାଳିତ ନିଟ୍-ପିଜି ପ୍ରବେଶିକା ପ୍ରକ୍ରିୟାର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ ପାଇଁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।
Also Read
ଏହା ପୂର୍ବରୁ ୟୁଜିସି ନେଟ୍ ଓ ସିଏସଆଇଆର ନେଟ୍ ପରୀକ୍ଷାକୁ ବି ସ୍ଥଗିତ ରଖାଯାଇଥିଲା । ଦେଶରେ ବର୍ତ୍ତମାନ ଚାଲିଥିବା ପରୀକ୍ଷା ବିବାଦକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ପରୀକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ନିଟ୍-ପିଜି ପ୍ରବେଶିକା ପରୀକ୍ଷାର ପ୍ରକ୍ରିୟାକୁ ଭଲ ଭାବରେ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ନେଇଛି ।
ଏପଟେ NEET-UGରେ ଅନିୟମିତତା ଅଭିଯୋଗରେ ସିବିଆଇ ଯାଞ୍ଚ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପେପର୍ ଲିକ୍ ଉପରେ ବଡ଼ ପ୍ରହାର କରିଛନ୍ତି କେନ୍ଦ୍ର ସରକାର । ଆଣ୍ଟି ପେପର ଲିକ୍ ଆଇନ ଲାଗୁ କଲେ କେନ୍ଦ୍ର ସରକାର । କାର୍ମିକ ବିଭାଗ ପକ୍ଷରୁ ୨୧ ଜୁନ୍ରୁ ଆଣ୍ଟି ପେପର ଲିକ୍ ଆଇନ ଲାଗୁ ହୋଇଥିବା ବେଳେ, ଅନିୟମିତତାକାରୀଙ୍କ ବିରୋଧରେ ଏଥିରେ ୧୦ ବର୍ଷ ଜେଲ୍ ଓ କୋଟିଏ ଟଙ୍କା ଜରିମାନା ଭଳି କଠୋର ଦଣ୍ଡ ବ୍ୟବସ୍ଥା ରହିଛି ।
ସେପଟେ ସେପଟେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା NTAର ସଂସ୍କାର ପାଇଁ ୭ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ କଠୋର ଦଣ୍ଡ ବ୍ୟବସ୍ଥା ସହ ଲାଗୁ ହେଲା 'ଆଣ୍ଟି ପେପର୍ ଲିକ୍' ଆଇନ ରହିଛି ୧୦ ବର୍ଷ ଯାଏଁ ଜେଲ୍ ଓ କୋଟିଏ ଟଙ୍କା ଜରିମାନା ଭଳି ପ୍ରାବଧାନ ।
ନିଟ୍ ଓ ୟୁଜିସି-ନେଟ୍ ପେପର୍ ଲିକ୍ ଘମାସାନ ଭିତରେ, ପବ୍ଲିକ୍ ଏକ୍ଜାମିନେସନ୍ସ (ପ୍ରିଭେନ୍ସନ ଅଫ୍ ଅନଫେୟାର୍ ମିନ୍ସ) ବିଲ୍ ବା ଆଣ୍ଟି ପେପର୍ ଲିକ୍ ଆଇନକୁ ନେଇ ପ୍ରକାଶ ପାଇଛି ଗେଜେଟ୍ ବିଜ୍ଞପ୍ତି । ଗତ ଫେବୃଆରୀରେ ପାସ୍ ହୋଇଥିବା ଏହି ଆଇନ ଜୁନ୍ ୨୧ରୁ ବିଧିବଦ୍ଧ ଭାବେ ଲାଗୁ ହୋଇଛି । କୋଶ୍ଚିନ୍ ପେପର୍ କିମ୍ବା ଆନ୍ସର କି' ଲିକ୍, ପରୀକ୍ଷାର୍ଥୀଙ୍କୁ ଅସାଧୁ ଉପାୟରେ ସହାୟତା, କଂପ୍ୟୁଟର ନେଟୱର୍କ କିମ୍ବା ଅନ୍ୟ ରିସୋର୍ସ ଟାମ୍ପରିଂ, ନକଲି ପରୀକ୍ଷାର୍ଥୀ, ମେରିଟ୍ ଲିଷ୍ଟ କିମ୍ବା ରାଙ୍କ୍ ଟାମ୍ପରିଂ ଆଦି ରୋକିବା ଦିଗରେ ଏହି ଆଇନ କାର୍ଯ୍ୟ କରିବ ।
ଜଣେ କିମ୍ବା ଏକାଧିକ ବ୍ୟକ୍ତି, ପରୀକ୍ଷା କରାଉଥିବା କର୍ତ୍ତୃପକ୍ଷ, ସେବା ପ୍ରଦାନକାରୀ ଏବଂ ପ୍ରତିଷ୍ଠାନ ଏହି ଆଇନ ପରିସରଭୁକ୍ତ ହେଉଥିବା ବେଳେ, ପରୀକ୍ଷାର୍ଥୀଙ୍କ ଉପରେ ଏହି ନୂଆ ଆଇନ ଲାଗୁ ହେବ ନାହିଁ । ସେମାନେ ପ୍ରଚଳିତ ନିୟମ ଅନୁଯାୟୀ ଦଣ୍ଡିତ ହେବେ ।