Advertisment

କେନ୍ଦ୍ରର କଡ଼ା ନିର୍ଦ୍ଦେଶ; ଏଣିକି ଘରେ ପାଳିପାରିବେନି ଏହି ପ୍ରଜାତିର କୁକୁର

ବିଗତ କିଛି ଦିନରେ ଘରୋଇ ପୋଷା କୁକୁରଙ୍କ ଆକ୍ରମଣରେ ଅନେକ ଆହତ ହେବା ସହ କେତେଜଣଙ୍କ ଜୀବନ ଯାଇଥିବା ମାମଲା ସାମ୍ନାକୁ ଆସିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।

ଅଦ୍ୟତନ ହୋଇଛି
Centre Recommends Ban on Pitbull

Centre recommends banning Pitbull, other dog breeds

Advertisment

ଆଉ ଘରେ ରଖିପାରିବେନି ପିଟବୁଲ ପ୍ରଜାତିର କୁକୁର। ଏନେଇ ସରକାରଙ୍କ ପକ୍ଷରୁ ଲାଗିଲା ପ୍ରତିବନ୍ଧକ। ଗତକାଲି କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ପଠାଯାଇଛି। ମଣିଷଙ୍କ ପ୍ରତି ବିପଦ ଥିବା ପ୍ରଜାତିର କୁକୁରଙ୍କ ବିକ୍ରି, ପ୍ରଜନନ ଓ ରଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।

Advertisment

ପଶୁପାଳନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ପିଟବୁଲ ସମେତ ଅନ୍ୟ କିଛି ପ୍ରଜାତିର କୁକୁରଙ୍କ ବିକ୍ରୟ, ପ୍ରଜନନ ତଥା ରଖିବା ପାଇଁ କୌଣସି ଲାଇସେନ୍ସ କିମ୍ବା ଅନୁମତି ଦିଆନଯାଉ, ଯାହା ମଣିଷ ଜୀବନ ପାଇଁ ବିପଦପୂର୍ଣ୍ଣ। ଏମିତିକି ଦେଶ ବାହାରରୁ ଅଣାଯାଉଥିବା ଏହି ପ୍ରଜାତିର କୁକୁରଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

ବିଗତ କିଛି ଦିନରେ ଘରୋଇ ପୋଷା କୁକୁରଙ୍କ ଆକ୍ରମଣରେ ଅନେକ ଆହତ ହେବା ସହ କେତେଜଣଙ୍କ ଜୀବନ ଯାଇଥିବା ମାମଲା ସାମ୍ନାକୁ ଆସିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପିଟବୁଲ, ରଟୱାଇଲର୍‌, ବୁଲ୍ଫ, ଟେରିୟର ଏବଂ ମାଷ୍ଟିଫ୍‌ ଭଳି କେତେକ ପ୍ରଜାତିର କୁକୁରଙ୍କ ରହଣୀ, ବିକ୍ରି ଓ ପ୍ରଜନନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ତେବେ ବିଶେଷଜ୍ଞ ଓ ପଶୁପାଳନ ଅଧିକାରୀଙ୍କ ମିଳିତ ଏକ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ଯାହାକୁ ଦିଲ୍ଲୀ ହାଇକୋର୍ଟଙ୍କ ଏକ ରାୟ ପରେ ଲାଗୁ କରାଯାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ଏହି ପ୍ରଜାତିର କୁକୁରଙ୍କୁ ଘରେ ପାଳିଛନ୍ତି, ସେମାନଙ୍କର ବଂଶ ବୃଦ୍ଧି ରୋକିବା ପାଇଁ ଅସ୍ତ୍ରୋପଚାର କରାଯିବ।

ଏହି ପ୍ରଜାତିର କୁକୁରଙ୍କ ଉପରେ ଲାଗିଲା ପ୍ରତିବନ୍ଧକ

ପିଟବୁଲ୍, ଟେରିୟର୍, ଟୋସା ଇନୁ, ଆମେରିକୀୟ ଷ୍ଟାଫର୍ଡଶାୟର୍ ଟେରିୟର୍, ଫିଲା ବ୍ରାସିଲିରୋ, ଡୋଗୋ ଆର୍ଜେଣ୍ଟିନୋ, ଆମେରିକାନ୍‌ ବୁଲଡଗ୍‌, ବୋସବୋଏଲ, କାଙ୍ଗଲ, ମଧ୍ୟ ଏସୀୟ ସେଫର୍ଡ, କୋକୋସିୟାନ ସେଫର୍ଡ ଡଗ୍‌, ଦକ୍ଷିଣ ଋଷୀୟ ସେଫର୍ଡ, ଟର୍ଣ୍ଣଜାକ୍‌ ଏବଂ ରଟୱାଇଲର୍‌ ଆଦି ପ୍ରଜାତିର କୁକୁରଙ୍କ ଉପରେ ବ୍ୟାନ୍‌ ଲାଗିଛି।

Advertisment
Dog Bite Pitbull Dog
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ