Advertisment

ଭାରତ ଡାଲି ପରେ ଏବେ ‘ଭାରତ ଅଟା’; କେଜି ମାତ୍ର ୨୭ଟଙ୍କା ୫୦ ପଇସା

ଏଣିକି ୨୭ ଟଙ୍କା ୫୦ ପଇସାରେ ମିଳିବ ୧ କେଜି ଭାରତ ଅଟା ।

ଅଦ୍ୟତନ ହୋଇଛି
Bharat Atta

Bharat Atta

Advertisment

ଭାରତ ଡାଲି ପରେ ଏବେ ଭାରତ ଅଟା ଯୋଗାଇବେ କେନ୍ଦ୍ର ସରକାର । ଏଣିକି ୨୭ ଟଙ୍କା ୫୦ ପଇସାରେ ମିଳିବ ୧ କେଜି ଭାରତ ଅଟା । ସାରା ଦେଶରେ ବିଭିନ୍ନ ଆଉଟ୍ ଲେଟ୍ ଜରିଆରେ ଦିଆଯିବ । ବିଭିନ୍ନ ଆଉଟ୍‌ଲେଟ୍ ଓ ମୋବାଇଲ ଭ୍ୟାନ୍ ଜରିଆରେ ଏହା ବିତରଣ କରାଯିବ । ଭାରତ ଅଟା ଶୁଭାରମ୍ଭ କଲେ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟଲ ।

Advertisment

ସାରା ଦେଶରେ ମୋଟ ୨ ହଜାର ଆଉଟ୍‌ଲେଟ୍‌ରେ ଏହି ଅଟା ମିଳିବ । ଏହାକୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ (ନାଫେଡ୍), ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନ୍ସିସିଏଫ୍), ସଫାଲ, ମଦର ଡାଏରୀ ଏବଂ ଅନ୍ୟାନ୍ୟ ସମବାୟ ଅନୁଷ୍ଠାନ ମାଧ୍ୟମରେ ବିକ୍ରି କରାଯିବ।

ଏଥିପାଇଁ ବିଭିନ୍ନ ସରକାରୀ ସଂସ୍ଥାକୁ ୨.୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆବଣ୍ଟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି । ଖାଉଟି ବ୍ୟାପାର ବିଭାଗର ସୂଚନା ଅନୁଯାୟୀ, ଏବେ ଦେଶରେ ଅଟାର ହାରାହାରି ଦର କିଲୋ ପିଛା ୩୫ ଟଙ୍କା ରହିଛି ।

Advertisment

ଭାରତ ଅଟା ବ୍ୟତୀତ ଏହି ଆଉଟ୍‌ଲେଟ୍‌ ଓ ମୋବାଇଲ ଭ୍ୟାନ୍‌ଗୁଡ଼ିକ ରିହାତି ମୂଲ୍ୟରେ ଚଣା ଡାଲି ଓ ପିଆଜ ମଧ୍ୟ ବିକ୍ରି କରିବେ । ଏବେ ପିଆଜି ଦର ଉଚ୍ଚା ରହିଥିବା ବେଳେ କେନ୍ଦ୍ର ସରକାର କିଲୋ ପ୍ରତି ୨୫ ଟଙ୍କାରେ ପିଆଜ ବିକ୍ରି କରୁଛନ୍ତି । ନାଫେଡ ଓ ଏନ୍‌ସିସିଏଫ ଜରିଆରେ ଲୋକଙ୍କୁ କେଜିପ୍ରତି ୨୫ ଟଙ୍କାରେ ପିଆଜ ଯୋଗାଇ ଦିଆଯାଉଛି । ଏନ୍‌ସିସିଏଫ ୨୦ ରାଜ୍ୟର ୫୪ ସହରର ୪୫୭ଟି ରିଟେଲ ଷ୍ଟୋରରେ କେଜି ପ୍ରତି ୨୫ ଟଙ୍କାରେ ପିଆଜ ବିକ୍ରି କରୁଛି । ସେହିପରି ନାଫେଡ ୨୧ଟି ରାଜ୍ୟର ୫୫ ସହରରେ ୩୨୯ଟି ରିଟେଲ ଷ୍ଟୋରରେ ରିହାତି ମୂଲ୍ୟରେ ପିଆଜ ବିକ୍ରି କରୁଛି ।

Piyush Goyal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ