Advertisment

ମିଳିଲା ପ୍ରମାଣ, ୫ ବର୍ଷ ପାଇଁ ବ୍ୟାନ୍‌ ହେଲା PFI

NIA, ବିଭିନ୍ନ ରାଜ୍ୟର ପୋଲିସ୍‌ ଏବଂ ତଦନ୍ତକାରୀ ସଂସ୍ଥା ଗୁଡ଼ିକ PFIର ବିଭିନ୍ନ ଠିକଣା ଉପରେ ଚଢ଼ାଉ କରି ଶତାଧିକ ଲୋକଙ୍କୁ ଗିରଫ କରିଛି। ଗତକାଲି ୮ଟି ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା ଚଢାଉ କରିଥିଲା।

ଅଦ୍ୟତନ ହୋଇଛି
Centre bans PFI

Centre Bans Popular Front Of India For 5 Years

Advertisment

ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ପ୍ରମାଣ ମିଳିବା ପରେ ପପୁଲାର୍‌ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆଅ(PFI) ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୫ବର୍ଷ ପାଇଁ PFI ଓ ଏହାର ସମସ୍ତ ସହଯୋଗୀ, ଅନୁବନ୍ଧିତ ସଂସ୍ଥାକୁ କେନ୍ଦ୍ର ସରକାର ବ୍ୟାନ୍ କରିଛନ୍ତି। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। PFI ଉପରେ ବ୍ୟାନ୍‌ ଲଗାଇବା ପାଇଁ ଅନେକ ରାଜ୍ୟ ଦାବି କରି ଆସୁଥିଲେ। 

Advertisment

NIA, ବିଭିନ୍ନ ରାଜ୍ୟର ପୋଲିସ୍‌ ଏବଂ ତଦନ୍ତକାରୀ ସଂସ୍ଥା ଗୁଡ଼ିକ PFIର ବିଭିନ୍ନ ଠିକଣା ଉପରେ ଚଢ଼ାଉ କରି ଶତାଧିକ ଲୋକଙ୍କୁ ଗିରଫ କରିଛି। ଗତକାଲି ୮ଟି ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା ଚଢାଉ କରିଥିଲା। ରେଡ୍‌ ବେଳେ ସଂଗଠନର ୨୪୭ରୁ ଅଧିକ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ଅନେକଙ୍କୁ ଅଟକ ରଖା ଯାଇଥିଲା। 

PFI ବ୍ୟତୀତ ଏହାର ୮ ସହଯୋଗୀ ସଂଗଠନକୁ ମଧ୍ୟ ବ୍ୟାନ୍‌ କରାଯାଇଛି। ଏହି ସଂଗଠନ ଗୁଡ଼ିକ ହେଲା- RIF(Rehab India Foundation), CFI(Campus Front of India), AIIC(All India Imams Council), NCHRO(National Confederation of Human Rights Org), National Women’s Front, Jr Front, Empower India Foundation ଓ Rehab Foundation, କେରଳ ଭଳି ସହଯୋଗୀ ସଂଗଠନ ଉପରେ ମଧ୍ୟ ବ୍ୟାନ୍‌ ଲଗାଯାଇଛି। 

Advertisment

ସୂଚନାଥାଉ କି, ପୂର୍ବରୁ ଗତ ୨୨ ଓ ୨୭ ତାରିଖରେ PFIର ବିଭିନ୍ନ ଶାଖା ଉପରେ NIA ଓ ED ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ଚଢ଼ାଉ ବେଳେ ଶହେରୁ ଅଧିକ ସଦସ୍ୟଙ୍କୁ ପୋଲିସ୍‌ ଗିରଫ କରିଥିଲା। ଦେଶର ୧୫ଟି ରାଜ୍ୟରେ PFI ଆକ୍ଟିଭ୍‌ ଥିଲା। ଏହି ରାଜ୍ୟ ଗୁଡ଼ିକ ହେଲା- ଦିଲ୍ଲୀ, ଆନ୍ଧପ୍ରଦେଶ, ଆସାମ, ବିହାର, ଝାଡ଼ଖଣ୍ଡ, କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ହରିୟାଣା, ତାମିଲନାଡୁ, ତେଲେଙ୍ଗାନା ଓ ମଧ୍ୟପ୍ରଦେଶ। 

PFI Ban
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ