UPSC Lateral Entry
UPSC ଲେଟେରାଲ୍ ଏଣ୍ଟ୍ରି ବିଜ୍ଞାପନକୁ ନେଇ ବିବାଦ ତେଜିବା ପରେ ନିଷ୍ପତ୍ତିରେ ଲାଗିଛି ରୋକ । ଆଜି UPSC ପକ୍ଷରୁ ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତିକୁ ଫେରାଇ ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ନିର୍ଦ୍ଦେଶ ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଯୁଗ୍ମ ସଚିବ ଓ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଳାୟର ନିର୍ଦ୍ଦେଶକ ଭାବେ ନିଯୁକ୍ତି ନେଇ UPSC ପକ୍ଷରୁ ବିଜ୍ଞପ୍ତି ବାହାରିଥିଲା । ଏଭଳି ୪୫ଟି ନିଯୁକ୍ତି ବାହାରିବା ପରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ଏହାକୁ ନେଇ ଘମାଘୋଟ ରାଜନୀତି ତେଜିବା ପରେ ୟୁଟର୍ଣ୍ଣ ନେଇଛନ୍ତି କେନ୍ଦ୍ର ସରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724166369.jpg)