Advertisment

ବଢ଼ିଲା ଏମଏସପି; ଧାନ ଦର ୨୩୦୦ ହେଲା

ଚଳିତ ଖରିଫ ଋତୁ ପାଇ ଧାନର ଏହି ଏମଏସପି ଧାର୍ଯ୍ୟ କରାଯାଇଛି। କେନ୍ଦ୍ର କ୍ୟାବିନେଟର ଏ ନିଷ୍ପତ୍ତି ନେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

MSP For Paddy

MSP For Paddy

Advertisment

ବଢ଼ିଲା ଧାନର ଏମଏସପି ବା ସର୍ବନିମ୍ନ ସହାୟକ ରାଶି ମୂଲ୍ୟ। କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୩୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଫଳରେ ଧାନ ପୂର୍ବ ଦର ଅପେକ୍ଷା ୫ ଦଶମିକ ୩୫ ପ୍ରତିଶତ ତଥା ୧୧୭ ଟଙ୍କା ବୃଦ୍ଧି ଘୋଷଣା ହୋଇଛି।

Advertisment

ଚଳିତ ଖରିଫ ଋତୁ ପାଇ ଧାନର ଏହି ଏମଏସପି ଧାର୍ଯ୍ୟ କରାଯାଇଛି। କେନ୍ଦ୍ର କ୍ୟାବିନେଟର ଏ ନିଷ୍ପତ୍ତି ନେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଧାନର ଏମସଏସପି ସହ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ କ୍ୟାବିନେଟ ନିଷ୍ପତ୍ତି ହୋଇଛି। ଯାହା ମଧ୍ୟରେ ରାଗି, ବାଜରା, ଜ, ମକା ଏବଂ ତୁଳା ଆଦି ରହିଛି।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ତୃତୀୟ ଟର୍ମରେ ଆଜି କ୍ୟାବିନେଟ ବୈଠକରେ ଅନେକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆପଣମାନେ ଜାଣିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ନଦାତା କୃଷକମାନଙ୍କୁ ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି। ନିଜ କାର୍ଯ୍ୟକାଳର ପ୍ରଥମ ଦିନରେ ସେ ଚାଷୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଥିଲେ।

Advertisment

ଆଜି ମଧ୍ୟ କ୍ୟାବିନେଟରେ ଚାଷୀଙ୍କ ସହ ଜଡ଼ିତ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖରିଫ ଋତୁ ଆରମ୍ଭ ହେଉଛି। ତେଣୁ ୧୪ଟି ଖରିଫ ଫସଲର ଏମଏସ୍‌ପି ବୃଦ୍ଧି ପାଇଁ ଆଜି କ୍ୟାବିନେଟ ନିଷ୍ପତ୍ତି ନେଇଛି। ୨୦୧୮ରେ କେନ୍ଦ୍ରୀୟ ବଜେଟରେ ନିଷ୍ପତ୍ତି ହୋଇଥିଲା ଯେ ଏମଏସ୍‌ପି ଉତ୍ପାଦ ଖର୍ଚ୍ଚର ୧.୫ ଗୁଣ ରହିବ।

ଆଜି ଏହାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ହୋଇଛି। ୨୦୧୩-୧୪ରେ ଧାନର ଏମଏସପି ୧୩୧୦ ଟଙ୍କାର ରହିଥିଲା। ହେଲେ ୨୦୨୪ରେ ଏହା ୨୩ ଶହ ଟଙ୍କାରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଏହା ୧୧୭ ଟଙ୍କା ଅଧିକ। ଚଳିତ ବର୍ଷ ଧାନାର ଏମଏସ୍‌ପିକୁ ୫.୩୫% ବୃଦ୍ଧି କରାଯାଇଛି।

Advertisment
MSP For Paddy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ