ପୋଷ୍ୟ ସନ୍ତାନକୁ ବିଦେଶ ନେବା ସହଜ ହେଲା, ନୂଆ ନିୟମ ଜାରି କଲେ ସରକାର

ଜାରି ହେଲା ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାରେ ନୂଆ ନିୟମ । ପୌଷ୍ୟ ସନ୍ତାନ ଗ୍ରହଣ କରିଥିବା ଦମ୍ପତିମାନେ ଏବେ ଅତି ସହଜରେ ନିଜ ସନ୍ତାନକୁ ବଦେଶ ନେଇଯାଇପାରିବେ । ଏନେଇ ଶିଶୁ ବିକାଶ ମନ୍ତ୍ରୀଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ହେଗ ଦ୍ୱାରା ପ୍ରମାଣିତ ସମସ୍ତ ଦେଶ ପାଇଁ NOC ଜାରି କରିବାରେ ସକ୍ଷମ ହେବ। ହେଗ୍‌ ହେଉଛି ଏକ ଆର୍ନ୍ତଜାତୀୟ ଚୁକ୍ତି ଯାହାକି ପୋଷ୍ୟ ସନ୍ତାନମାନଙ୍କର ସୁରକ୍ଷା ଏବଂ ସହଯୋଗ ଉପରେ ଧ୍ୟାନ ଦେବ । ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ଭାରତ ମଧ୍ୟ ଏହାର ନିୟମକୁ ସ୍ୱୀକୃତି ପ୍ରଦାନ କରିଛି ।

ଏଣିକି ସହଜ ହେଲା ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା…

ନୂଆଦିଲ୍ଲୀ : ସରଳ ହେଲା ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା । ପୌଷ୍ୟ ସନ୍ତାନ ଗ୍ରହଣ କରିଥିବା ଦମ୍ପତିମାନେ ଏବେ ଅତି ସହଜରେ ନିଜ ସନ୍ତାନକୁ ବଦେଶ ନେଇ ଯାଇପାରିବେ । ଭାରତରୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ସେମାନଙ୍କ ସହିତ ବିଦେଶକୁ ନେଇଯିବା ଜଟିଳ ପ୍ରକ୍ରିୟାକୁ କେନ୍ଦ୍ର ସରକାର ସରଳୀକୃତ କରିଛନ୍ତି । ଆଉ ଏଥିପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ଭରଣପୋଷଣ ଅଧିନିୟମ (HAMA) ଅନୁଯାୟୀ ନୂତନ ନିୟମ ଜାରି କରାଯାଇଛି । ଏନେଇ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ HAMA ଅନ୍ତର୍ଗତ ଅନ୍ତର୍ଦ୍ଦେଶୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବନ୍ଧରେ Central Adoption Resource Authority( CARA) ପାଇଁ କୌଣସି ନିୟମ ନାହିଁ ।

ପୋଷ୍ୟ ସନ୍ତାନ (ସଂଶୋଧନ) ନିୟମାବଳୀ ୨୦୨୧ ଅନୁସାରେ ଅଧିନିୟମ ଅନ୍ତର୍ଗତ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ପରିବାର ବର୍ତ୍ତମାନ ଶିଶୁକୁ ବିଦେଶକୁ ନେବାକୁ ପାଇଁ ସରକାରଙ୍କ ନୋଡାଲ୍ ଏଜେନ୍ସି ସେଣ୍ଟ୍ରାଲ୍ ଆଡପ୍ସନ୍ ରିସୋର୍ସ ଅଥରିଟି (CARA)ରୁ ଏକ ପ୍ରମାଣପତ୍ର ପାଇପାରିବେ । ତେବେ ଏନେଇ CARA ସଂପୃକ୍ତ ଅଞ୍ଚଳର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଠାରୁ ପାଇଥିବା ଯାଞ୍ଚ ପ୍ରମାଣପତ୍ର ଆଧାରରେ ଏକ NOC ପ୍ରଦାନ କରିବ । ବର୍ତ୍ତମାନ ଏହିପରି ପିଲାମାନଙ୍କୁ ଗ୍ରହଣ କରିବା ଏବଂ ବିଦେଶ ନେବା ପାଇଁ ପ୍ରଥମେ କୋର୍ଟକୁ ଯାଇ ନିବେଦନ କରିବାକୁ ପଡୁଥିଲା । କୋର୍ଟ ନିଜେ ଏହାର NOC ଜାରି କରୁଥିଲେ, ତା’ପରେ ପ୍ରକିୟା ଆରମ୍ଭ ହେଉଥିଲା ।

HINDU ADOPTIONS AND MAINTENANCE ACT ଅଧୀନରେ ଅନ୍ତର୍ଦେଶୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବନ୍ଧରେ ପୂର୍ବରୁ CARAର କୌଣସି ନିୟମାବଳୀ ନଥିଲା । ଆଉ ଏଥିପାଇଁ ସେଣ୍ଟ୍ରାଲ୍ ଆଡପ୍ସନ୍ ରିସୋର୍ସ ଅଥରିଟି NOC ଦେବାକୁ ମନା କରୁଥିଲେ । କିନ୍ତୁ ଜାରି ହୋଇଥିବା ନୂତନ ନିୟମରେ ପିଲାମାନଙ୍କୁ ପୋଷ୍ୟ କରିବା ପ୍ରକ୍ରିୟାରେ ବିସ୍ତୃତ ବିବରଣୀ ପ୍ରଦାନ କରୁଛି । ଏହା ବ୍ୟତୀତ ନୂଆ ନିୟମ ଅନୁସାରେ ପୋଷ୍ୟ ଗ୍ରହଣ କରାଯାଇଥିବା ପିଲାମାନେ ଜନ୍ମକଲା ପିଲାପରି ସମସ୍ତ ଅଧିକାର ପାଇପାରିବେ । ଏହି ନୂତନ ନିୟମ ପ୍ରଣୟନ ହେବା ଦ୍ୱାରା ହିନ୍ଦୁ ପୋଷ୍ୟ ସନ୍ତାନକୁ ଅନ୍ୟ ଦେଶକୁ ନିଆଅଣା କରାଯିବାରେ ହେଉଥିବା ବାଧାବିଘ୍ନ ରହିବନି । ଫଳରେ ବର୍ତ୍ତମାନ ବିନା ବାଧାରେ ପିଲାମାନେ ମଧ୍ୟ ସହଜରେ ବିଦେଶକୁ ଯାତ୍ରା କରିପାରିବେ ।