Advertisment

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର: ଏହି ଟ୍ରେନ୍‌ରେ କରିବେ ମାଗଣା ଯାତ୍ରା

ଆପଣ ଯଦି କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଛନ୍ତି ତେବେ ଏହି ଖବର ଶୁଣି ନିଶ୍ଚୟ ଖୁସି ହୋଇଯିବେ। କେନ୍ଦ୍ରୀୟ କର୍ମଚାରୀଙ୍କ ସୁବିଧା ପାଇଁ ସରକାର କରିଛନ୍ତି ସ୍ୱତନ୍ତ୍ର ବ୍ୟବସ୍ଥା। କେନ୍ଦ୍ରୀୟ କର୍ମଚାରୀମାନେ ମାଗଣାରେ ଯିବା ଆସିବା କରିବାର ବ୍ୟବସ୍ଥା କରିଛନ୍ତି। କିଛି ଦିନ ତଳେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି, ଯଦି ଆପଣ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଛନ୍ତି ତେବେ ଆପଣ ତେଜସ୍‌ ଟ୍ରେନ୍‌ରେ ମାଗଣାରେ ଯାତ୍ରା କରିପାରିବେ।

ଅଦ୍ୟତନ ହୋଇଛି
Free Travel In Train

free travel in tejas train for central employees

Advertisment

ଆପଣ ଯଦି କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଛନ୍ତି ତେବେ ଏହି ଖବର ଶୁଣି ନିଶ୍ଚୟ ଖୁସି ହୋଇଯିବେ। କେନ୍ଦ୍ରୀୟ କର୍ମଚାରୀଙ୍କ ସୁବିଧା ପାଇଁ ସରକାର କରିଛନ୍ତି ସ୍ୱତନ୍ତ୍ର ବ୍ୟବସ୍ଥା। କେନ୍ଦ୍ରୀୟ କର୍ମଚାରୀମାନେ ମାଗଣାରେ ଯିବା ଆସିବା କରିବାର ବ୍ୟବସ୍ଥା କରିଛନ୍ତି। କିଛି ଦିନ ତଳେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି, ଯଦି ଆପଣ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଛନ୍ତି ତେବେ ଆପଣ ତେଜସ୍‌ ଟ୍ରେନ୍‌ରେ ମାଗଣାରେ ଯାତ୍ରା କରିପାରିବେ।

Advertisment

ଅଧିକାରୀମାନେ ଅଫିସିଆଲ ଟୁର ପାଇଁ ତେଜସ୍‌ ଏକ୍ସପ୍ରେସ ଟ୍ରେନ୍‌ରେ ଯାତ୍ରା ରିହାତି ନେଇ ପ୍ରସ୍ତାବ ଦେଇଥିଲେ। ସରକାର ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଅଫିସ ମେମୋରେଣ୍ଡମ ଅନୁସାରେ, ଟୁର ବ୍ୟତୀତ କର୍ମଚାରୀମାନେ ଯଦି ଟ୍ରେନିଂ, ଟ୍ରାନ୍ସଫର କିମ୍ବା ରିଟାୟାରମେଣ୍ଟ ଯାତ୍ରା କରୁଥାନ୍ତି ତେବେ ମଧ୍ୟ ଏହି ରିହାତି ମିଳିବ। ଶତାବ୍ଦୀ ଟ୍ରେନ୍‌ରେ ରିହାତି ପାଇବା ପାଇଁ ଯେଉଁ ନିୟମାବଳୀ ରହିଛି ତେଜସ୍‌ରେ ମଧ୍ୟ ସେହି ନିୟମାବଳୀ ରହିଛି।

ପୂର୍ବରୁ ସରକାରୀ ଅଧିକାରୀଙ୍କୁ ପ୍ରିମିୟମ ଟ୍ରେନ, ପ୍ରିମିୟମ ତତ୍କାଳ ଟ୍ରେନ, ରାଜଧାନୀ, ଶତାଦ୍ଦୀ ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଅନୁମତି ମିଳିଛି। ସେମାନେ ଧାର୍ଯ୍ୟ ଭଡ଼ାଠାରୁ କମ୍‌ କିମ୍ବା ମାଗଣାରେ ଯାତ୍ରା କରିପାରିବେ। ଏବେ ଏହି ତାଲିକାରେ ତେଜସ୍‌ ଯୋଡ଼ି ହୋଇଛି। ତେବେ ତେଜସର ଏହି ସୁବିଧା ସବୁ କେନ୍ଦ୍ରୀୟ କର୍ମଚାରୀମାନେ ପାଇପାରିବେ ନାହିଁ । କର୍ମଚାରୀଙ୍କ ବେତନ ହାର ଉପରେ ଏହି ରିହାତି ନିର୍ଭର କରେ।

Advertisment

ଏଠି କହିରଖିବୁ, ଅତ୍ୟାଧୁନିକ ଟ୍ରେନ୍‌ରେ ବିଶେଷ ସୁବିଧା ଯାତ୍ରୀଙ୍କ ପାଇଁ ରହିଛି। ୨୦ ବଗି ବିଶିଷ୍ଟ ଟ୍ରେନ୍‌ ଦେଶର ପ୍ରଥମ ଟ୍ରେନ ଯେଉଁଥିରେ ସ୍ୱୟଂଚାଳିତ ଡୋର୍ ରହିଛି। ପ୍ରତି ବଗିରେ ଚା’ ଏବଂ କଫିର ଭେଣ୍ଡିଂ ମେଶିନ ଲାଗିଛି। ପ୍ରତ୍ୟେକ ସିଟରେ ଏଲ୍‌ସିଡି ସ୍କ୍ରିନ ଏବଂ ୱାଇ-ଫାଇ ସୁବିଧା ରହିଛି। ଏହା ସେମି ହାଇ ସ୍ପିଡ ଟ୍ରେନ ଅଟେ। ଏହାର ସର୍ବାଧିକ ଗତି ଘଣ୍ଟା ପ୍ରତି ୧୬୦ କିମି ।

Tejas Express
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ