Advertisment

ବାଥରୁମ୍‌ରୁ ମିଳିଲା ସେଲିବ୍ରିଟି ଫ୍ୟାଶନ ଡିଜାଇନରଙ୍କ ମୃତଦେହ, ବେଡରୁମ୍‌ରୁ ଜବତ ହେଲା ଏମିତି ଜିନିଷ...

ସେଲିବ୍ରିଟି ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ ବାଥରୁମ୍‌ରୁ ମିଳିଛି। ନ୍ଦେହଜନକ ମୃତ୍ୟୁକୁ ନେଇ ବଞ୍ଜାରା ହିଲ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Top Fashion Designer Found Dead In Hyderabad Home

Top Fashion Designer Found Dead In Hyderabad Home

Advertisment

ସେଲିବ୍ରିଟି ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ ବାଥରୁମ୍‌ରୁ ମିଳିଛି। ହାଇଦ୍ରାବାଦର ବଞ୍ଜାରା ହିଲ୍ସ ସ୍ଥିତ ବାସଭବନରେ ସନ୍ଦେହଜନକ ଅବସ୍ଥାରେ ବାଥରୁମ୍‌ ଭିତରୁ ପ୍ରତ୍ୟୁଷାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶନିବାର ଏହି ଘଟଣା ଘଟିଛି। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ଖବରପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରତ୍ୟୁଷାତାଙ୍କ ମୃତଦେହ ବାଥରୁମ୍‌ରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ଓସ୍‌ମାନିଆ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ପ୍ରତ୍ୟୁଷାଙ୍କ ବେଡ୍‌ରୁମ୍‌ରୁ  ଏକ କାର୍ବନ ମୋନୋକ୍ସାଇଡ୍‌ ସିଲିଣ୍ଡର ଜବତ କରାଯାଇଛି। ସନ୍ଦେହଜନକ ମୃତ୍ୟୁକୁ ନେଇ ବଞ୍ଜାରା ହିଲ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି। 

Advertisment

ପ୍ରତ୍ୟୁଷା ଗାରିମେଲାର ପ୍ରତିଷ୍ଠାତା ପ୍ରତ୍ୟୁଷାଙ୍କ ବଞ୍ଜାରା ହିଲ୍ସରେ ଏକ ଫ୍ୟାଶନ ଷ୍ଟୁଡିଅ ରହିଛି। ସେ ଟଲିଡଉଡ୍‌, ବଲିଉଡ୍‌ ସେଲିବ୍ରିଟିଙ୍କ ଡ୍ରେସ୍‌ ଡିଜାଇନ୍‌ କରୁଥିଲେ। ସୂଚନାଥାଉ କି, ଗତବର୍ଷ ପ୍ରତ୍ୟୁଷା ଫେମିନାରେ କହିଥିଲେ ଯେ, ସେ ଫ୍ୟାଶନ ଡିଜାଇନ୍‌ରେ କ୍ୟାରିୟର କରିବା ପୂର୍ବରୁ ୟୁକେରେ ମାଷ୍ଟର ଡିଗ୍ରୀ କରିଥିଲେ। ଏହାପରେ ସେ ତାଙ୍କ ବାପାଙ୍କ ବିଜ୍‌ନେସ୍‌ ସମ୍ଭାଳି ଥିଲେ। 

Hyderabad Fashion Designer Found Dead Fashion Designer Prathyusha Garimella Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ