Advertisment

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ସବୁଠି ଉତ୍ସବ ! ୧୫ ବର୍ଷ ରହିଛି ବିଲ୍‌ର ଅବଧି...

ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଧିନିୟମ ଆଗତ କରି ଏହାକୁ ସର୍ବସମ୍ମତ ଭାବେ ପାରିତ କରିବାକୁ ଅପିଲ କରିଛନ୍ତି । କେନ୍ଦ୍ର ସରକାର ଏହି ବିଲ୍‌ର ନାଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ରଖିଛନ୍ତି।

Women Reservation Bill

Women Reservation Bill

Advertisment

ମହିଳା ସଂରକ୍ଷଣ ବିଲ୍ ସଂପର୍କରେ ସୂଚନା ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱଲ କହିଛନ୍ତି ଯେ, ଏହି ବିଲର ଅବଧି ୧୫ ବର୍ଷ ରହିବ । ସଂସଦ ଚାହିଁଲେ ଏହାକୁ ବଢ଼ାଇ ପାରିବ । ଏହି ବିଲ୍ ମାଧ୍ୟମରେ ସମ୍ବିଧାନର ଧାରା 239AA, 330A ଏବଂ 332Aର ସଂଶୋଧନ କରାଯିବ । ଏହା ଫଳରେ ନ୍ୟାସନାଲ କ୍ୟାପିଟାଲ୍ ଟେରିଟରି ଅଫ୍ ଦିଲ୍ଲୀରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ରହିବ । ଲୋକସଭାରେ SC/ST ପାଇଁ ସଂରକ୍ଷିତ ସିଟ୍ ଏବଂ ବିଧାନସଭା ସିଟରେ ମଧ୍ୟ ୩୩ ପ୍ରତିଶତ ସଂରକ୍ଷଣ ରହିବ ।

Advertisment

ଆଜି ସଂସଦରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ଦିଗରେ ନିଆଯାଇଛି ବଡ଼ ପଦକ୍ଷେପ । ନୂଆ ସଂସଦରେ ପ୍ରବେଶ ପରେ ପ୍ରଥମ କାର୍ଯ୍ୟ ଦିବସର ପ୍ରଥମ ପ୍ରସ୍ତାବ ଭାବେ ଆସିଛି ମହିଳା ସଂରକ୍ଷଣ ବିଲ୍ । ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍‌କୁ ଆଜି ଲୋକସଭାରେ ଆଗତ କରିଛନ୍ତି କେନ୍ଦ୍ର ସରକାର।  ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଧିନିୟମ ଆଗତ କରି ଏହାକୁ ସର୍ବସମ୍ମତ ଭାବେ ପାରିତ କରିବାକୁ ଅପିଲ କରିଛନ୍ତି । କେନ୍ଦ୍ର ସରକାର ଏହି ବିଲ୍‌ର ନାଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ରଖିଛନ୍ତି।

ବିଲ୍‌କୁ ସର୍ବସମ୍ମତିକ୍ରମେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ଦଳର ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ମହିଳା ସଂରକ୍ଷଣ ବିଲ ପାରିତ କରିବାକୁ ଭଗବାନ ମୋତେ ଦାୟିତ୍ୱ ଦେଇଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମ ବଳରେ ଅଧିକରୁ ଅଧିକ ମହିଳା ଲୋକସଭା ଓ ବିଧାନସଭାର ସଦସ୍ୟ ହୋଇପାରିବେ। ଦେଶର ବିକାଶରେ ଅଧିକରୁ ଅଧିକ ମହିଳା ସାମିଲ ହୁଅନ୍ତୁ ବୋଲି ଆମେ ଚାହୁଁଥିବା ମୋଦି କହିଛନ୍ତି।

Advertisment

ଗତକାଲି ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ଦେଇଥିଲା କେନ୍ଦ୍ର କ୍ୟାବିନେଟ । ମହିଳା ସଂରକ୍ଷଣ ବିଲରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ବ୍ୟବସ୍ଥା ରହିଛି।

ସଂସଦରେ ମହିଳା ସଂରକ୍ଷଣ ବିଲ ଆଗତ ପରେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ନେଇ ସେଲେବ୍ରେସନ ମଧ୍ୟ ଆରମ୍ଭ ହୋଇଯାଇଛି। ବିଭିନ୍ନ ରାଜନୈତିକ ଦଲ ବିଶେଷ କରି ବିଜେପି ପକ୍ଷରୁ ବିଭିନ୍ନ ରାଜ୍ୟରେ ମହିଳା ନେତ୍ରୀ ଓ ମାନେ ରାସ୍ତା ଉପରକୁ ଖୁସି ମନାଇଥିବା ଦେଖିବାକୁ ମିଳିଥିଲା । ହାଇଦ୍ରାବାଦରେ ବିଜେପି ମହିଳା କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଉପରେ ଖିର ଢାଳି ସେଲେବ୍ରେଟ କରିଛନ୍ତି।

Advertisment

ସେହିଭଳି ଦେଶର ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସାଧାରଣ ମହିଳାଙ୍କ ସହ ରାଜନୈତିକ ଦଳ ମାନେ ମଧ୍ୟ ସ୍ବାଗତ କରିଛନ୍ତି। କେଉଠି ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି, ତ ଆଉ କେଉଠି ବାଣ ଫୁଟାଇ ଉତ୍ସବ ମନାଇଛନ୍ତି ମହିଳାକର୍ମୀମାନେ। 

Women Reservation Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ