ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ପରେ CDS ବିପିନ ରାୱତ୍‌ଙ୍କୁ ନିଆଗଲା ହସ୍ପିଟାଲ୍‌

ସିଡିଏସ୍ ବିପିନ୍ ରାଓ୍ୱତ୍‌ଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ସିଡିଏସ୍ ବିପିନ ରାୱତ୍‌ଙ୍କୁ ହସ୍ପିଟାଲ ନିଆଯାଇଛି। ତାଙ୍କୁ ୱେଲିଂଟନ୍‌ ଏୟାରବେସ୍ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି।

ସିଡିଏସ୍ ବିପିନ୍ ରାଓ୍ୱତ୍‌ଙ୍କୁ ନିଆଗଲା ହସ୍ପିଟାଲ୍‌

ଚେନ୍ନାଇ: ସିଡିଏସ୍(Chief of Defence Staff) ବିପିନ୍ ରାଓ୍ୱତ୍‌ଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତାମିଲନାଡ଼ୁର କୁନୁର ନିକଟରେ ଆଜି ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଛି। ଏନେଇ ବାୟୁସେନା ସ୍ପଷ୍ଟ କରିଛି। ବାୟୁସେନାର MI-17 V 5 ହେଲିକପ୍ଟରରେ ସିଡିଏସ୍ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ଓ ଷ୍ଟାଫ୍ ମେମ୍ବରଙ୍କୁ ମିଶାଇ ୧୪ ଜଣ ଥିବା ସୂଚନା ମିଳିଛି। ଦୁର୍ଘଟଣା ସ୍ଥଳରୁ ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଏହାସହ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। 

ଦୁର୍ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ସିଡିଏସ୍ ବିପିନ ରାୱତ୍‌ଙ୍କୁ ହସ୍ପିଟାଲ ନିଆଯାଇଛି। ତାଙ୍କୁ ୱେଲିଂଟନ୍‌ ଏୟାରବେସ୍ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି। ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଖବର ପାଇ ବରିଷ୍ଠ ସେନା ଅଧିରକୀ ମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି।  ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  କେଉଁ କାରଣରୁ ଦୁର୍ଘଟଣା ଘଟିଲା, ସେନେଇ ଭାରତୀୟ ବାୟୁସେନା ତଦନ୍ତ ନିର୍ଦ୍ଦେଶ ଦେଇଛି।

ଜାଣନ୍ତୁ, କେଉଁମାନେ ହେଲିକପ୍ଟରରେ ଥିଲେ ?