Advertisment

ବିରୋଧୀଙ୍କୁ ଟାର୍ଗେଟ୍‌ କରି ପ୍ରେସମିଟ୍‌ କଲେ ୭ କେନ୍ଦ୍ରମନ୍ତ୍ରୀ

ସାମ୍ନାକୁ ଆସିଲା ରାଜ୍ୟସଭାରେ ମହିଳା ସୁରକ୍ଷାକର୍ମୀଙ୍କୁ ଧସ୍ତାଧସ୍ତି କରିବାର ଭିଜୁଆଲ । ରାଜ୍ୟସଭାରେ ଗତକାଲି ଘଟିଥିବା ଅପ୍ରିତିକର ଘଟଣାର ଚିତ୍ର ସାମ୍ନାକୁ ଆସିଛି। ଏଥିରେ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, କେମିତି ମହିଳା ସାଂସଦ ମାନେ ରାଜ୍ୟସଭା ସୁରକ୍ଷାରେ ମୁତୟନ ଥିବା ମହିଳା ସୁରକ୍ଷାକର୍ମୀଙ୍କୁ ଧସ୍ତାଧସ୍ତି କରୁଛନ୍ତି

ଅଦ୍ୟତନ ହୋଇଛି
ବିରୋଧୀଙ୍କୁ ଟାର୍ଗେଟ୍‌ କରି ପ୍ରେସମିଟ୍‌ କଲେ ୭ କେନ୍ଦ୍ରମନ୍ତ୍ରୀ

Opposition MPs

Advertisment

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ରାଜ୍ୟସଭାରେ ମହିଳା ସୁରକ୍ଷାକର୍ମୀଙ୍କୁ ଧସ୍ତାଧସ୍ତି କରିବାର ଭିଜୁଆଲ । ରାଜ୍ୟସଭାରେ ଗତକାଲି ଘଟିଥିବା ଅପ୍ରିତିକର ଘଟଣାର ଚିତ୍ର ସାମ୍ନାକୁ ଆସିଛି। ଏଥିରେ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, କେମିତି ମହିଳା ସାଂସଦ ମାନେ ରାଜ୍ୟସଭା ସୁରକ୍ଷାରେ ମୁତୟନ ଥିବା ମହିଳା ସୁରକ୍ଷାକର୍ମୀଙ୍କୁ ଧସ୍ତାଧସ୍ତି କରୁଛନ୍ତି। ଗତକାଲି ଏହି ଘଟଣାକୁ ନେଇ ରାଜ୍ୟସଭା ନେତା ପୀୟୂଷ ଗୋଏଲ ଆପତ୍ତି ଜଣାଇଥିବା ବେଳେ ଆଜି ଏହି ପ୍ରସଙ୍ଗରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ଭେଟିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ।

Advertisment

ବିରୋଧୀ ସାଂସଦମାନେ ମଧ୍ୟ ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ନେଇ ସୂଚନା ମିଳିଛି। ସେପଟେ, ଗତକାଲି ରାଜ୍ୟସଭାରେ ହଙ୍ଗାମା ପ୍ରସଙ୍ଗରେ ବିରୋଧୀଙକୁ ଟାର୍ଗେଟ୍‌ କରି ୭ କେନ୍ଦ୍ରମନ୍ତ୍ରୀ ଏକାଠି ହୋଇ ପ୍ରେସମିଟ୍‌ କରିଛନ୍ତି। ଘଟଣା କଣ ହୋଇଥିଲା ସେନେଇ ପୂରା ସୂଚନା ଦେଲେ ସଂସଦୀୟ ମନ୍ତ୍ରୀ।

ତେବେ ରାଜ୍ୟସଭାରେ ହଙ୍ଗାମା ପାଇଁ  କ୍ଷମା ମାଗନ୍ତୁ ବିରୋଧୀ। ୭ଜଣ  କେନ୍ଦ୍ରମନ୍ତ୍ରୀ ମିଳିତ ଭାବେ ପ୍ରେସମିଟ୍ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଅଧିବେଶନରେ ଛୋଟରୁ ବଡ଼ ସବୁ ଦଳକୁ ସୁଯୋଗ ଦିଆଯାଇଛି। ଯିଏ ଯେଉଁ ବିଷୟରେ ଆଲୋଚନା ଚାହିଁଛି, ଅନୁମତି ଦିଆଯାଇଛି।  ତେବେ ସଂସଦକୁ ଅଚଳ କରିବାକୁ କଂଗ୍ରେସ ଓ ବିରୋଧୀ ଯୋଜନା କରିଥିଲେ।  ଯେମିତି ସଂସଦ ଚାଲିନପାରିବ ବିରୋଧୀ ଷଡ଼ଯନ୍ତ୍ର କରିଥିଲେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।  ପଅରଦିନ ଯାହା ଘଟିଗଲା ତାହା ସଂସଦ ଇତିହାସରେ କଳଙ୍କିତ ଅଧ୍ୟାୟ ହୋଇ ରହିବ। ବିଶୃଙ୍ଖଳିତଙ୍କ ପ୍ରତି ରାଜ୍ୟସଭା ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏଥିପାଇଁ ବିରୋଧୀ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।

Advertisment
India Rajya Sabha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ