Advertisment

ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ରେଜଲ୍ଟ: ପାସ୍‌ ହାର ରହିଛି ୯୯.୩୭ ପ୍ରତିଶତ

କୋଭିଡ୍‌-୧୯ ମହାମାରୀ ସଂକ୍ରମଣର ଦ୍ୱତୀୟ ଲହର ପ୍ରତି ଧ୍ୟାନ ଦେଇ ଏବର୍ଷ ‘ସିବିଏସ୍‌ଇ’ ୧୦ମ ଓ ୧୨ଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିଲା। ବୋର୍ଡଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାୟନ ପଦ୍ଧତି ଯୋଗେ ଏଥର ଛାତ୍ରଛାତ୍ରୀମାନଙ୍କର ଫଳାଫଳ ସ୍ଥିର କରାଯାଇଛି। ପିଲାଙ୍କ ରେଜଲ୍ଟ ପାଇଁ ଆଭ୍ୟନ୍ତରୀଣ ମୂଲ୍ୟାୟନ ପ୍ରକ୍ରିୟା ଓ ପୂର୍ବବର୍ଷର ଫଳକୁ ମଧ୍ୟ ହିସାବ କରାଯାଇଛି।

ଅଦ୍ୟତନ ହୋଇଛି
ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ରେଜଲ୍ଟ: ପାସ୍‌ ହାର ରହିଛି ୯୯.୩୭ ପ୍ରତିଶତ

CBSE Result

Advertisment

ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ରେଜଲ୍। http://cbseresults.nic.in ଓ http://cbse.gov.inରେ ରେଜଲ୍ଟ ଉପଲ୍ଲବ୍ଧ ହୋଇଥିବା ନେଇ ସୂଚନା ମିଳିଛି। ୯୯.୩୭ ପ୍ରତିଶତ ପିଲା ପାସ୍‌ କରିଥିବା ନେଇ ଜଣାପଡ଼ିଛି। କୋଭିଡ୍‌-୧୯ ମହାମାରୀ ସଂକ୍ରମଣର ଦ୍ୱତୀୟ ଲହର ପ୍ରତି ଧ୍ୟାନ ଦେଇ ଏବର୍ଷ ‘ସିବିଏସ୍‌ଇ’ ୧୦ମ ଓ ୧୨ଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିଲା। ବୋର୍ଡଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାୟନ ପଦ୍ଧତି ଯୋଗେ ଏଥର ଛାତ୍ରଛାତ୍ରୀମାନଙ୍କର ଫଳାଫଳ ସ୍ଥିର କରାଯାଇଛି। ପିଲାଙ୍କ ରେଜଲ୍ଟ ପାଇଁ ଆଭ୍ୟନ୍ତରୀଣ ମୂଲ୍ୟାୟନ ପ୍ରକ୍ରିୟା ଓ ପୂର୍ବବର୍ଷର ଫଳକୁ ମଧ୍ୟ ହିସାବ କରାଯାଇଛି।

Advertisment

ମୋଟ୍ ଉପରେ କହିବାକୁ ଗଲେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ୪୦:୩୦:୩୦ ଅନୁପାତ ପଦ୍ଧତି ଅବଲମ୍ବନ କରାଯାଇଛି। ଏଥିରେ ୧୨ଶର ‘ୟୁନିଟ୍‌ ଟେଷ୍ଟ୍‌’ଓ ପ୍ରି-ବୋର୍ଡ ପରୀକ୍ଷାର ୪୦% ନମ୍ବର ଏବଂ ୧୦ମର ୩୦% ନମ୍ବର ଏବଂ ୧୧ଶର ୩୦% ନମ୍ବର କୁ ପ୍ରାଧାନ୍ୟ ଦିଆଯାଇଛି।

Advertisment

‘ସିବିଏସ୍‌ଇ’ ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ଫଳାଫଳ ଯାଞ୍ଚ କରିବାକୁ ଅସମର୍ଥ ଛାତ୍ରଛାତ୍ରୀମାନେ cbse.gov.in ଭିଜିଟ୍‌ କରି ଚଳିତ ବର୍ଷର ଶ୍ରେଣୀ ଫଳାଫଳ ‘ଡାଉନ୍‌ଲୋଡ୍‌’ କରିପାରିବେ ବୋଲି ସୂଚନା ମିଳିଛି। ମୋବାଇଲ୍‌ ଆପ୍‌ ଏବଂ ଏସ୍‌ଏମ୍‌ଏସ୍‌ ଫେସିଲିଟି ଯୋଗେ ମଧ୍ୟ ଛାତ୍ରଛାତ୍ରୀମାନେ ସେମାନଙ୍କର ରେଜେଲ୍ଟ୍‌ ଦେଖିପାରିବେ। ତେବେ ପାସ୍‌ ହାରକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

CBSE India CBSE Class 12 Board Exam Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ