Advertisment

Sushant Singh Rajput: ସୁଶାନ୍ତ ସିଂହ ମୃତ୍ୟୁ: କ୍ଲୋଜର ରିପୋର୍ଟ ଦାଖଲ କଲା ସିବିଆଇ

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ କ୍ଲିନଚିଟ୍ ଦେଇଛି ତଦନ୍ତକାରୀ ସଂସ୍ଥା। ସୁଶାନ୍ତଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ସିବିଆଇ କ୍ଲୋଜର ରିପୋର୍ଟରେ ଉଲ୍ଲେଖ କରିଥିବା ସୂଚନା ମିଳିଛି।

sushant-singh-rajput

sushant-singh-rajput

Advertisment

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଦାଖଲ କରିଛି କ୍ଲୋଜର ରିପୋର୍ଟ। ମୁମ୍ବାଇ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରିଛି ସିବିଆଇ।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ କ୍ଲିନଚିଟ୍ ଦେଇଛି ତଦନ୍ତକାରୀ ସଂସ୍ଥା। ସୁଶାନ୍ତଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ସିବିଆଇ କ୍ଲୋଜର ରିପୋର୍ଟରେ ଉଲ୍ଲେଖ କରିଥିବା ସୂଚନା ମିଳିଛି। ସୁଶାନ୍ତଙ୍କ ବାପା ରିୟାଙ୍କ ଉପରେ ଲଗାଇଥିବା ଆରୋପ ଏବଂ ରିୟାଙ୍କ ପକ୍ଷରୁ ସୁଶାନ୍ତଙ୍କ ପରିବାର ଉପରେ ହୋଇଥିବା ଅଭିଯୋଗ, ଦୁଇଟି ଯାକ ମାମଲାରେ କ୍ଲୋଜର ରିପୋର୍ଟ ଦାଖଲ କରିଛି ସିବିଆଇ।

ଅଧିକ ପଢ଼ନ୍ତୁ: ଜହ୍ନ ରାଇଜରେ ଜାଗା କିଣିଥିବା ପ୍ରଥମ ଅଭିନେତା ଥିଲେ ସୁଶାନ୍ତ ସିଂ ରାଜପୁତ

Advertisment

୪ ବର୍ଷ ୪ ମାସର ତଦନ୍ତ ପରେ ସିବିଆଇକୁ ଏମିତି କିଛି ପ୍ରମାଣ ମିଳିନି ଯେଉଁଥିରେ ଏହା ସ୍ପଷ୍ଟ କରାଯାଇ ପାରିବ ଯେ, ଆତ୍ମହତ୍ୟା ପାଇଁ କେହି ସୁଶାନ୍ତଙ୍କୁ ବାଧ୍ୟ କରିଥିଲେ। ସିବିଆଇର କ୍ଲୋଜର ରିପୋର୍ଟ ଦାଖଲ ପରେ ସୁଶାନ୍ତଙ୍କ ପରିବାର ପକ୍ଷରୁ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରାଯାଇପାରିବ।

ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ମୁମ୍ବାଇ ପୋଲିସ ତାର ପ୍ରାଥମିକ ରିପୋର୍ଟରେ ଦର୍ଶାଇଥିଲା। ଘରେ ଜୋର ଜବରଦସ୍ତ କେହି ପଶିଥିବା ନେଇ ତଦନ୍ତ ବେଳେ ସୁରାକ ପାଇନଥିଲା ପୋଲିସ। ତେଣୁ ଆତ୍ମହତ୍ୟା ପଛରେ ମାନସିକ ଚାପ ହୋଇଥାଇପାରେ ବୋଲି ଅନୁମାନ କରିଥିଲା ପୋଲିସ। ୧୪ ଜୁନ୍ ୨୦୨୦ରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ବାସଭବନରେ ସୁଶାନ୍ତଙ୍କ ମୃତଦେହ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା।

Advertisment

ତେବେ ତାଙ୍କପାଖରୁ କୌଣସି ସୁସାଇଡ୍ ନୋଟ୍ ମିଳିନଥିଲା। ପରେ ସୁଶାନ୍ତଙ୍କ ପରିବାର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ଅନମାନଙ୍କ ନାଁରେ ପାଟନା କୋର୍ଟରେ FIR ଦାଖଲ କରିଥିଲେ। ଆତ୍ମହତ୍ୟା ପାଇଁ ବାଧ୍ୟ କରିବା, ଚୋରି ଏବଂ ଠକେଇ ନେଇ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ବିହାର ଏବଂ ମୁମ୍ବାଇ ପୋଲିସ ମଧ୍ୟରେ ବିବାଦ ଦେଖାଦେଇଥିଲା। ପରେ ବିହାର ସରକାରଙ୍କ ପ୍ରସ୍ତାବ ଅନୁସାରେ କେନ୍ଦ୍ର ସରକାର ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ। ୧୯ ଅଗଷ୍ଟ ୨୦୨୦ରେ ସିବିଆଇକୁ ତଦନ୍ତ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।

ଅଧିକ ପଢ଼ନ୍ତୁ: ଅଢ଼େଇ ବର୍ଷ ପରେ ସୁଶାନ୍ତ ସିଂ ରହୁଥିବା ଫ୍ଲାଟ୍‌ ପାଇଁ ମିଳିଲେ ଭଡ଼ାଟିଆ, ଭୟରେ କେହି ରହୁ ନଥିଲେ...

CBI Sushant Singh Rajput
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ