CBI seizes Rs 20 crore cash from former CMD
ଘର ଭିତରେ ଯୁଆଡ଼େ ଖୋଜିଲେ ଖାଲି ବିଡ଼ା ବିଡ଼ା ଟଙ୍କା। ଏଯାଏ ଘରୁ ମିଳିଲାଣି ନଗଦ ୨୦ କୋଟି ଟଙ୍କା। ଆହୁରି ରେଡ୍ ଚାଲିଛି, ଘନ ଘନ ଯାଞ୍ଚ ବି ହେଉଛି। ସିବିଆଇ ପଞ୍ଝାରେ ପଡିଛନ୍ତି ପୂର୍ବତନ ସରକାରୀ ଅଧିକାରୀ। ତାଙ୍କ ନାଁ ରାଜେନ୍ଦର କୁମାର ଗୁପ୍ତା(Rajender Kumar Gupta)। ଜଳଶକ୍ତି ମନ୍ତ୍ରାଳୟ ଅଧୀନ ୱାଟର ଆଣ୍ଡ୍ ପାୱାର କନସଲଟାନସିର ସେ ପୂର୍ବତନ ସିଏମ୍ଡି।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ସିବିଆଇ ରାଜେନ୍ଦରଙ୍କ ଦିଲ୍ଲୀ, ଚଣ୍ଡୀଗଡ଼, ପଞ୍ଚକୁଲା, ଗୁରୁଗ୍ରାମ, ସୋନିପତ ଓ ଗାଜିଆବାଦ ସମେତ ୧୯ଟି ସ୍ଥାନରେ ରେଡ୍ କରିଥିଲା। ଏସବୁ ସ୍ଥାନରୁ ସିବିଆଇ ଅଧିକାରୀ ଏଯାଏ ନଗଦ ୨୦କୋଟିରୁ ଅଧିକ ଟଙ୍କା ଜବତ କରିସାରିଲେଣି। ଖାଲି ଏତିକି ନୁହେଁ ସମ୍ପତ୍ତି ଓ ଅନ୍ୟ ମୂଲ୍ୟବାନ ଜିନିଷ ସମ୍ବନ୍ଧିତ କାଗଜପତ୍ର ଜବତ ହୋଇଛି। କେବଳ ରାଜେନ୍ଦରଙ୍କ ପୁଅଙ୍କ ଚଣ୍ଡୀଗଡ଼ ସ୍ଥିତ ଘରୁ ସିବିଆଇ ୧୦ କୋଟି ଟଙ୍କାର ନୋଟ୍ ଜବତ କରିଛି। ଆହୁରି ଚଢାଉ ଜାରି ରହିଛି।
ରାଜେନ୍ଦର ଗୁପ୍ତା ଏବଂ ତାଙ୍କ ପରିବାର ନାଁରେ ମାମଲା ରୁଜୁ ହୋଇଛି। ୨୦୧୧ରୁ ୧୯ ମଧ୍ୟରେ ରାଜେନ୍ଦର ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1683084850.jpg)